ମଙ୍ଗଳବାର ରାଶିଫଳ ( ୧୦-୧୨-୨୦୨୪ )
ମେଷ: ଅଚାନକ ଖୁସି ଖବର ପାଇପାରନ୍ତି। କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ଦୂରଯାତ୍ରା ଦ୍ବାରା ସ୍ବାସ୍ଥ୍ୟ ବିଗିଡ଼ି ପାରେ। ରାଜନୀତିରେ ସହଯୋଗ ପାଇବେ। ମହିଳାମାନେ ରକ୍ଷଣଶୀଳା ହେବେ। ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। କାର୍ଯ୍ୟରେ ସଫଳତା ପ୍ରାପ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ବିଗିଡ଼ିଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଧୈର୍ଯ୍ୟ ହରାନ୍ତୁନି। ମିଥୁନ: ସମସ୍ତ ଜରୁରୀ କାର୍ଯ୍ୟ ପୂରଣ ହେବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। […]

ମେଷ: ଅଚାନକ ଖୁସି ଖବର ପାଇପାରନ୍ତି। କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ଦୂରଯାତ୍ରା ଦ୍ବାରା ସ୍ବାସ୍ଥ୍ୟ ବିଗିଡ଼ି ପାରେ। ରାଜନୀତିରେ ସହଯୋଗ ପାଇବେ। ମହିଳାମାନେ ରକ୍ଷଣଶୀଳା ହେବେ।
ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। କାର୍ଯ୍ୟରେ ସଫଳତା ପ୍ରାପ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ବିଗିଡ଼ିଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଧୈର୍ଯ୍ୟ ହରାନ୍ତୁନି।
ମିଥୁନ: ସମସ୍ତ ଜରୁରୀ କାର୍ଯ୍ୟ ପୂରଣ ହେବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ଦିଗ ଚୟନ କରିବେ। ଅନ୍ୟଙ୍କୁ ସାହାଯ୍ୟ ସହଯୋଗ କରିପାରନ୍ତି।
କର୍କଟ: ସମସ୍ତ ଦିଗକୁ ଲକ୍ଷ୍ୟ ରଖି କାର୍ଯ୍ୟ କରିବା ଭଲ। ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିପାରେ। ସମସ୍ୟା ଭିନ୍ନ ମୋଡ଼ ନେବ । ପରିବାର ମଧ୍ୟରେ ଶାନ୍ତି ବଜାଇ ରଖିବାକୁ ଚେଷ୍ଟା କରିବେ।
ସିଂହ: ଦିନଟିରେ ଜଗି ରହି ଚଳନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଯାତାୟାତ ସମୟରେ ଦରକାରୀ କାଗଜପତ୍ର ଦାୟିତ୍ବରେ ରଖନ୍ତୁ। ଭୁଲ୍ କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ। ରାଜନୀତିରେ ସକ୍ରିୟ ରହିପାରନ୍ତି।
କନ୍ୟା: ନୂତନ ଲୋକଙ୍କ ସହିତ ଜଡ଼ିତ ହୋଇପାରନ୍ତି। ସହକର୍ମୀମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରିବାରୁ ନିବୃତ୍ତ ରୁହନ୍ତୁ। ଉଧାର ଦେଇଥିବା ଟଙ୍କା ଫେରିପାଇବେ।
ତୁଳା: କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ। କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ। ପରିବାରରେ ହସଖୁସି ଲାଗି ରହିବ। ଅତିଥÒ ସତ୍କାର କରିପାରନ୍ତି।
ବିଛା: ନିଜ ପ୍ରଚେଷ୍ଟା ବଳରେ ସଫଳତା ପାଇବେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ। ମହିଳାମାନେ ଭିନ୍ନ ପ୍ରକାର ପରିସ୍ଥିତି ସହ ଖାପ ଖୁଆଇ ଚଳିବେ। ମହିଳାମାନେ ଅଳଙ୍କାର କିଣିବାକୁ ମନ ବଳାଇବେ।
ଧନୁ: ଭାଗୀଦାରୀ କାର୍ଯ୍ୟରୁ ଲାଭାନ୍ବିତ ହେବେ। ପଦୋନ୍ନତିର ସମ୍ଭାବନା ରହିଛି। ଛାତ୍ରମାନେ ଅଗ୍ରଗତି ପାଇଁ ନୂତନ ସୁଯୋଗ ପାଇବେ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।
ମକର: ଜୀବଶୈଳୀ ତଥା ବ୍ୟକ୍ତିତ୍ବରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଉଦାରପଣ ପାଇଁ ପ୍ରଶଂସାର ପାତ୍ର ହେବେ। ପରିବାରବର୍ଗଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ଦାନଧର୍ମ କରିପାରନ୍ତି। ବିଦେଶ ଯାତ୍ରା ଯୋଗ ରହିଛି।
କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରର ପରିବେଶ ସକାରାତ୍ମକପୂର୍ଣ୍ଣ ହେବ। ଅନ୍ୟମାନଙ୍କ ପ୍ରତି ଦୟାଳୁ ସ୍ବଭାବ ରହିବ। ସ୍ବତନ୍ତ୍ର ଚିନ୍ତାଧାରା ରଖି ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବେ।
ମୀନ: କୌଣସି କାର୍ଯ୍ୟ ପାଇଁ ପରିବାର ଉପରେ ନିର୍ଭର ହେବାକୁ ପଡ଼ିପାରେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖା ଦେବ।