ମଙ୍ଗଳବାର ରାଶିଫଳ (୧୫-୧୦-୨୦୨୪)

ମେଷ: ଦୀର୍ଘଦିନରୁ ଆଶା କରିଥିବା ଦିଗରୁ ଟଙ୍କା ମିଳିବ। ସମାଜସେବାରେ ସମୟ ବିତାଇବେ। ଅଫିସ୍‌ରେ ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ଗୁରୁଜନଙ୍କ ସହ ଭାବିଚିନ୍ତି କଥା କୁହନ୍ତୁ। ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ରାଜନୀତିରେ ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିପାରେ। ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ। ମିଥୁନ: ଯାନବାହନ କିଣିବା ଯୋଗ ଅଛି। ପରିବାରକୁ ସମୟ ଦେବେ। କୌଣସି କାର୍ଯ୍ୟକୁ ଶେଷ କରିବାରେ ବିଳମ୍ବ […]

ମଙ୍ଗଳବାର ରାଶିଫଳ (୧୫-୧୦-୨୦୨୪)
Tuesday Horoscope

ମେଷ: ଦୀର୍ଘଦିନରୁ ଆଶା କରିଥିବା ଦିଗରୁ ଟଙ୍କା ମିଳିବ। ସମାଜସେବାରେ ସମୟ ବିତାଇବେ। ଅଫିସ୍‌ରେ ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ଗୁରୁଜନଙ୍କ ସହ ଭାବିଚିନ୍ତି କଥା କୁହନ୍ତୁ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ରାଜନୀତିରେ ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିପାରେ। ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ।

ମିଥୁନ: ଯାନବାହନ କିଣିବା ଯୋଗ ଅଛି। ପରିବାରକୁ ସମୟ ଦେବେ। କୌଣସି କାର୍ଯ୍ୟକୁ ଶେଷ କରିବାରେ ବିଳମ୍ବ ହେବ। ବ୍ୟବସାୟରେ କମ୍ ନିବେଶ କରି ଅଧିକ ଲାଭ ପାଇବେ।

କର୍କଟ: ଦିନଟି ଶୁଭଫଳ ପ୍ରଦାନ କରିବ। ପୈତୃକ ସମ୍ପତ୍ତି ବ୍ରିକି କରିବା ଯୋଜନା କରିବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ। ବ୍ୟବସାୟ ଆରମ୍ଭ କରିବା ପାଇଁ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ।

ସିଂହ: ପାରିବାରିକ ବ୍ୟବସାୟକୁ ଆଗକୁ ନେବେ। ପରିବାରରେ ହସଖୁସିର ପରିବେଶ ରହିବ। ସମ୍ମାନ ହାନି ଯୋଗ ଅଛି। କଣ୍ଠଶିଳ୍ପୀଙ୍କ ପାଇଁ ଦିନଟି ଭଲ। ଘରେ ପୂଜାପାଠ ଆୟୋଜନ କରିବେ।

କନ୍ୟା: ସବୁ କାମ ସମୟାନୁସାରେ ସମ୍ପନ୍ନ କରିବେ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖାଦେବ। ବନ୍ଧୁମିଳନ ଯୋଗ ଅଛି।

ତୁଳା: ସମାଜସେବା ପ୍ରତି ଆଗ୍ରହ ବଢ଼ିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ସମସ୍ତ କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ। ନୂତନ ଜମି ତଥା ଯାନବାହନ କିଣିପାରନ୍ତି।

ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବିବାହ ସମସ୍ୟାର ସମାଧାନ ହେବ। ଘରେ ପୂଜାପାଠ, ଭଜନକୀର୍ତ୍ତନ ଆୟୋଜନ କରିବେ। ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେବ।

ଧନୁ: ବନ୍ଧୁଙ୍କ ସହ ବୁଲିବାକୁ ଯିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କୌଣସି ନୂଆ କାମ ଆରମ୍ଭ କରିବେ। ଉଚ୍ଚଶିକ୍ଷା ପାଇଁ ଭଲ ସମୟ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

ମକର: ବାପାମାଆଙ୍କ ସହଯୋଗ ମିଳିବ। ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବେ। ଛାତ୍ରଛାତ୍ରୀମାନେ ନୂଆ ବିଷୟ ପାଇଁ ଆଗ୍ରହ ପ୍ରକାଶ କରିବେ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଦେଖାଦେବ।

କୁମ୍ଭ: କର୍ମ ଅନୁସାରେ ଫଳ ମିଳିବ। ବ୍ୟବସାୟରୁ ଆଶାଜନକ ଲାଭ ମିଳିବ। ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ ଓ ନୂଆ ଯୋଜନା କରିବେ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।

ମୀନ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପଢ଼ା ପାଇଁ ଅର୍ଥ ନିବେଶ କରିବେ। ଦୂରସ୍ଥାନକୁ ବୁଲିବା ଯୋଜନା କରିବେ। ଧାର କରଜରୁ ନିବୃତ୍ତ ରହିବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।