ମଙ୍ଗଳବାର ସେୟାର ବଜାର ପାଇଁ ହେଲା ଅମଙ୍ଗଳ, ସେନସେକ୍ସ ୧୦୦୦ ଓ ନିଫ୍ଟି ଖସିଲା ୩୩୦ ପଏଣ୍ଟ

ମୁମ୍ବାଇ ୨୨।୧୦: ମଙ୍ଗଳବାର ସେୟାର ବଜାର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି। ବିଦେଶୀ ନିବେଶକଙ୍କ ବିକାବିକି ଯୋଗୁ ବଜାରରେ ଚାଞ୍ଚଲ୍ୟ ଖେଳିଯାଇଛି। ଦିନବେଳା ଟ୍ରେଡିଂ କାଳରେ ସେନସେକ୍ସ ୧୦୦୦ ଓ ନିଫ୍ଟି ୩୩୦ ପଏଣ୍ଟ ହ୍ରାସ ହୋଇଛି। ମିଡକ୍ୟାପ ଓ ସ୍ମଲକ୍ୟାପ ସେୟାରରେ ଲଗାତାର ଦ୍ୱିତୀୟ ଦିନ ହ୍ରାସ ଦେଖାଯାଇଛି। ସେୟାର ବଜାରରେ ଦେଖାଯାଇଥିବା ଏହି ହ୍ରାସ ଯୋଗୁ ନିବେଶକଙ୍କ ୮.୫୦ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି। ବଜାର ବନ୍ଦ ହେବା ବେଳକୁ ବିଏସଇ ସେନସେକ୍ସ ୯୩୦ ପଏଣ୍ଟ ହ୍ରାସ ସହ ୮୦,୨୨୦ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୩୧୦ ପଏଣ୍ଟ ହ୍ରାସ ସହ ୨୪,୪୭୨ରେ ବନ୍ଦ ହୋଇଛି। ଭାରତୀୟ ସେୟାର ବଜାରରେ ଦେଖାଯାଇଥିବା ଏହି ହ୍ରାସ ଯୋଗୁ ନିବେଶକ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି। ବିଏସଇରେ ଲିଷ୍ଟେଡ ଷ୍ଟକ୍ସର ମାର୍କେଟ କ୍ୟାପ୍ ୪୪୪.୭୯ଲକ୍ଷ କୋଟି ଟଙ୍କାରେ କ୍ଲୋଜ ହୋଇଛି। ଯାହା ଗତ ବ୍ୟବସାୟୀକ ଅଧିବେଶନରେ ୪୫୩.୬୫ ଲକ୍ଷ କୋଟି ଟଙ୍କା ଥିଲା। ମଙ୍ଗଳବାର ଟ୍ରେଡିଂରେ ନିବେଶକ ୮.୮୪ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ସେନସେକ୍ସର ୩୦ ସେୟାର ମଧ୍ୟରୁ ମାତ୍ର ଗୋଟିଏ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି। ବାକି ୨୯ ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ସେପଟେ ୫୦ ସେୟାରର ନିଫ୍ଟିରେ ୩ଟି ସେୟାର ସବୁଜ ସଂକେତରେ ବନ୍ଦ ହୋଇଥିବା ବେଳେ ୪୭ ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ସବୁଜ ସଂକେତରେ ବନ୍ଦ ହୋଇଥିବା ସେୟାରରେ ଆଇସିଆଇସିଆଇ ବ୍ୟାଙ୍

ମଙ୍ଗଳବାର ସେୟାର ବଜାର ପାଇଁ ହେଲା ଅମଙ୍ଗଳ, ସେନସେକ୍ସ ୧୦୦୦ ଓ ନିଫ୍ଟି ଖସିଲା ୩୩୦ ପଏଣ୍ଟ

ମୁମ୍ବାଇ ୨୨।୧୦: ମଙ୍ଗଳବାର ସେୟାର ବଜାର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି। ବିଦେଶୀ ନିବେଶକଙ୍କ ବିକାବିକି ଯୋଗୁ ବଜାରରେ ଚାଞ୍ଚଲ୍ୟ ଖେଳିଯାଇଛି। ଦିନବେଳା ଟ୍ରେଡିଂ କାଳରେ ସେନସେକ୍ସ ୧୦୦୦ ଓ ନିଫ୍ଟି ୩୩୦ ପଏଣ୍ଟ ହ୍ରାସ ହୋଇଛି। ମିଡକ୍ୟାପ ଓ ସ୍ମଲକ୍ୟାପ ସେୟାରରେ ଲଗାତାର ଦ୍ୱିତୀୟ ଦିନ ହ୍ରାସ ଦେଖାଯାଇଛି। ସେୟାର ବଜାରରେ ଦେଖାଯାଇଥିବା ଏହି ହ୍ରାସ ଯୋଗୁ ନିବେଶକଙ୍କ ୮.୫୦ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି। 

ବଜାର ବନ୍ଦ ହେବା ବେଳକୁ ବିଏସଇ ସେନସେକ୍ସ ୯୩୦ ପଏଣ୍ଟ ହ୍ରାସ ସହ ୮୦,୨୨୦ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୩୧୦ ପଏଣ୍ଟ ହ୍ରାସ ସହ ୨୪,୪୭୨ରେ ବନ୍ଦ ହୋଇଛି। ଭାରତୀୟ ସେୟାର ବଜାରରେ ଦେଖାଯାଇଥିବା ଏହି ହ୍ରାସ ଯୋଗୁ ନିବେଶକ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି। ବିଏସଇରେ ଲିଷ୍ଟେଡ ଷ୍ଟକ୍ସର ମାର୍କେଟ କ୍ୟାପ୍ ୪୪୪.୭୯ଲକ୍ଷ କୋଟି ଟଙ୍କାରେ କ୍ଲୋଜ ହୋଇଛି। ଯାହା ଗତ ବ୍ୟବସାୟୀକ ଅଧିବେଶନରେ ୪୫୩.୬୫ ଲକ୍ଷ କୋଟି ଟଙ୍କା ଥିଲା। ମଙ୍ଗଳବାର ଟ୍ରେଡିଂରେ ନିବେଶକ ୮.୮୪ଲକ୍ଷ କୋଟି ଟଙ୍କା ହରାଇଛନ୍ତି। 

ସେନସେକ୍ସର ୩୦ ସେୟାର ମଧ୍ୟରୁ ମାତ୍ର ଗୋଟିଏ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି। ବାକି ୨୯ ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ସେପଟେ ୫୦ ସେୟାରର ନିଫ୍ଟିରେ ୩ଟି ସେୟାର ସବୁଜ ସଂକେତରେ ବନ୍ଦ ହୋଇଥିବା ବେଳେ ୪୭ ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ସବୁଜ ସଂକେତରେ ବନ୍ଦ ହୋଇଥିବା ସେୟାରରେ ଆଇସିଆଇସିଆଇ ବ୍ୟାଙ୍କ ୦.୭୪ ପ୍ରତିଶତ, ନେସ୍ଲେ ୦.୧୦ ପ୍ରତିଶତ, ଇଂଫୋସିସ୍ ୦.୦୪ ପ୍ରତିଶତ ବୃଦ୍ଧିରେ ବନ୍ଦ ହୋଇଛି।