ମଜବୁତ୍ ହେବ କୁଏତ୍-ଭାରତ ଦ୍ବିପାକ୍ଷୀକ ସମ୍ପର୍କ; ପଶ୍ଚିମ ଏସୀୟ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କୁଏତ୍ ଓ ଭାରତ ମଧ୍ୟରେ ମଜବୁତ୍ ହେବ ଦ୍ବିପାକ୍ଷୀକ ସମ୍ପର୍କ । କାରଣ ଆଜିଠୁ ଦୁଇ ଦିନିଆ କୁଏତ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ୍ ଗସ୍ତ କରିଛନ୍ତି । କୁଏତ ଅମିର ଶେଖ୍ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣରେ ପିଏମ୍ ମୋଦି କୁଏତ୍ ଯାତ୍ରା କରିଛନ୍ତି । ଏହା ପୂର୍ବରୁ ୧୯୮୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କୁଏତ ଗସ୍ତ କରିଥିଲେ । ଏହା ପରେ ୨୦୦୯ରେ ଉପ-ରାଷ୍ଟ୍ରପତି ହାମିଦ ଅଂସାରୀ ପଶ୍ଚିମ ଏସିଆ ଦେଶକୁ ଯାତ୍ରା କରିଥିଲେ । ସକାଳ ୯ଟା ୧୫ରୁ ଦିଲ୍ଲୀ ବିମାନବନ୍ଦରୁ ପଶ୍ଚିମ ଏସୀୟ ଦେଶ କୁଏତ୍ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୧ଟା ୩୫ରେ କୁଏତରେ ପହଞ୍ଚିବେ । ଏହା ପରେ ଅପରାହ୍ଣ ୨ଟା ୫୦ ମିନିଟରେ ସ୍ଥାନୀୟ ଶ୍ରମ ଶିବିରରେ ଯୋଗ ଦେବେ । ସେଠାରେ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ । ଏହା ପରେ ଶେଖ୍ ସାଦ ଅଲ୍ ଅବଦ୍ଦୁଲା ଇଣ୍ଡୋର ସ୍ପୋଟ୍ସ କମ୍ପ୍ଲେକ୍ସ ଯିବେ । ସେଠାରେ ୪୦୦୦ରୁ ୫୦୦୦ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସ୍ବାଗତ ପାଇଁ ପ୍ରବାସ ଭାରତୀୟଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ଏହା ପରେ ଗଲ୍ଫ କପ୍ ଫୁଟବଲ ଉଦଘାଟନୀ ସମାରୋହରେ ସାମିଲ ହେବେ । ଆସନ୍ତାକାଲି ଅର୍ଥାତ୍ ରବିବାର ଅଧିକାର
ନୂଆଦିଲ୍ଲୀ: କୁଏତ୍ ଓ ଭାରତ ମଧ୍ୟରେ ମଜବୁତ୍ ହେବ ଦ୍ବିପାକ୍ଷୀକ ସମ୍ପର୍କ । କାରଣ ଆଜିଠୁ ଦୁଇ ଦିନିଆ କୁଏତ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ୍ ଗସ୍ତ କରିଛନ୍ତି । କୁଏତ ଅମିର ଶେଖ୍ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣରେ ପିଏମ୍ ମୋଦି କୁଏତ୍ ଯାତ୍ରା କରିଛନ୍ତି । ଏହା ପୂର୍ବରୁ ୧୯୮୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କୁଏତ ଗସ୍ତ କରିଥିଲେ । ଏହା ପରେ ୨୦୦୯ରେ ଉପ-ରାଷ୍ଟ୍ରପତି ହାମିଦ ଅଂସାରୀ ପଶ୍ଚିମ ଏସିଆ ଦେଶକୁ ଯାତ୍ରା କରିଥିଲେ ।
ସକାଳ ୯ଟା ୧୫ରୁ ଦିଲ୍ଲୀ ବିମାନବନ୍ଦରୁ ପଶ୍ଚିମ ଏସୀୟ ଦେଶ କୁଏତ୍ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୧ଟା ୩୫ରେ କୁଏତରେ ପହଞ୍ଚିବେ । ଏହା ପରେ ଅପରାହ୍ଣ ୨ଟା ୫୦ ମିନିଟରେ ସ୍ଥାନୀୟ ଶ୍ରମ ଶିବିରରେ ଯୋଗ ଦେବେ । ସେଠାରେ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ । ଏହା ପରେ ଶେଖ୍ ସାଦ ଅଲ୍ ଅବଦ୍ଦୁଲା ଇଣ୍ଡୋର ସ୍ପୋଟ୍ସ କମ୍ପ୍ଲେକ୍ସ ଯିବେ । ସେଠାରେ ୪୦୦୦ରୁ ୫୦୦୦ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସ୍ବାଗତ ପାଇଁ ପ୍ରବାସ ଭାରତୀୟଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ଏହା ପରେ ଗଲ୍ଫ କପ୍ ଫୁଟବଲ ଉଦଘାଟନୀ ସମାରୋହରେ ସାମିଲ ହେବେ । ଆସନ୍ତାକାଲି ଅର୍ଥାତ୍ ରବିବାର ଅଧିକାରୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଯେଉଁଥିରେ କୁଏତର ଅମିର ଏବଂ କ୍ରାଉନ ପ୍ରିନ୍ସଙ୍କ ସହ ଏକ ସରକାରୀ ବୈଠକ କରିବେ । ଏଥିରେ ଦୁଇ ଦେଶ ମଧ୍ୟରେ ସାମରିକ ଏବଂ ବେସାମରିକ ପ୍ରସଂଗରେ ଆଲୋଚନା କରିବେ । ମୋଦିଙ୍କ ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ୍ ହେବ ।..