ମଝି ଆକାଶରେ ଥରିଲା ବିମାନ, ଜଣେ ଯାତ୍ରୀଙ୍କ ମୃତ୍ୟୁ, ୩୦ ଆହତ

ନୂଆଦିଲ୍ଲୀ: ସିଙ୍ଗାପୁର ଏୟାରଲାଇନ୍ସର ବିମାନ ସହ ଅଘଟଣ। ଶକ୍ତିଶାଳୀ ଏୟାର ଟର୍ବୁଲାନ୍ସ ଫଳରେ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆହୁରି ମଧ୍ୟ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ସିଙ୍ଗାପୁର ଏୟାରଲାଇନ୍ସର ବୋଇଂ ୭୭୭-୩୦୦ଇଆର ବିମାନ ଲଣ୍ଡନରୁ ସିଙ୍ଗାପୁର ଅଭିମୁଖେ ଉଡ଼ାଣ ଭରିଥିଲା। କିନ୍ତୁ ଟେକ୍‌ଅଫ୍‌ର  ଦେଢ଼ ଘଣ୍ଟା ପରେ ଏହି ଦୁର୍ଘଟଣା ହୋଇଥିଲା। କୁହାଯାଇଛି ଯେ, ୩୦ ହଜାର ଫୁଟ୍‌ ଉପରେ ହଠାତ୍‌ ଏୟାର ଟର୍ବୁଲାନ୍ସ ଆସିଥିଲା।ଯେଉଁଥିରେ ବିମାନ ଜୋର୍‌ରେ ହଲିବାକୁ ଲାଗିଥିଲା। ଏଥିରେ ଯାତ୍ରୀଙ୍କୁ ଜୋରଦାର ଝଟକା ଲାଗିଥିଲା।ରିପୋର୍ଟ ଅନୁଯାୟୀ, କିଛି ସମୟ ପାଇଁ ଆସିଥିବା ଏହି ଟର୍ବୁଲାନ୍ସ ଫଳରେ ବିମାନକୁ ଡାଇଭର୍ଟ କରି ବ୍ୟାଂକକ୍ର ସୁବର୍ନଭୂମି ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା। ଏହି ଘଟଣା ମଙ୍ଗଳବାର ଭାରତୀୟ ସମୟ ଅନୁଯାୟୀ, ଦିନ ୩ ଟା ୪୫ ମିନିଟ୍‌ ସମୟରେ ଘଟିଥିଲା। ଆଉ ଏହି ଟର୍ବୁଲାନ୍ସ ଡର କାରଣରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକଙ୍କ ଆହତ ହୋଇଥିଲେ। ସିଙ୍ଗାପୁର ଏୟାରଲାଇନ୍ସର ଏହି ବିମାନ ୨୧୧ ଯାତ୍ରୀ ଥିଲେ। ଏହା ସହ ୧୮ କ୍ରୁ ମେମ୍ବର ରହିଥିଲେ। ବିମାନର ଜରୁରୀ ଅବତରଣ ପରେ ଆହତ ଯାତ୍ରୀଙ୍କୁ ପାଖରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଅନ୍ୟପଟେ ସିଙ୍ଗାପୁର ଏୟାରଲାଇନ୍ସ ତରଫରୁ ଏହି ଘଟଣା

ମଝି ଆକାଶରେ ଥରିଲା ବିମାନ, ଜଣେ ଯାତ୍ରୀଙ୍କ ମୃତ୍ୟୁ, ୩୦ ଆହତ

ନୂଆଦିଲ୍ଲୀ: ସିଙ୍ଗାପୁର ଏୟାରଲାଇନ୍ସର ବିମାନ ସହ ଅଘଟଣ। ଶକ୍ତିଶାଳୀ ଏୟାର ଟର୍ବୁଲାନ୍ସ ଫଳରେ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆହୁରି ମଧ୍ୟ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ସିଙ୍ଗାପୁର ଏୟାରଲାଇନ୍ସର ବୋଇଂ ୭୭୭-୩୦୦ଇଆର ବିମାନ ଲଣ୍ଡନରୁ ସିଙ୍ଗାପୁର ଅଭିମୁଖେ ଉଡ଼ାଣ ଭରିଥିଲା। କିନ୍ତୁ ଟେକ୍‌ଅଫ୍‌ର  ଦେଢ଼ ଘଣ୍ଟା ପରେ ଏହି ଦୁର୍ଘଟଣା ହୋଇଥିଲା। କୁହାଯାଇଛି ଯେ, ୩୦ ହଜାର ଫୁଟ୍‌ ଉପରେ ହଠାତ୍‌ ଏୟାର ଟର୍ବୁଲାନ୍ସ ଆସିଥିଲା।ଯେଉଁଥିରେ ବିମାନ ଜୋର୍‌ରେ ହଲିବାକୁ ଲାଗିଥିଲା। ଏଥିରେ ଯାତ୍ରୀଙ୍କୁ ଜୋରଦାର ଝଟକା ଲାଗିଥିଲା।

ରିପୋର୍ଟ ଅନୁଯାୟୀ, କିଛି ସମୟ ପାଇଁ ଆସିଥିବା ଏହି ଟର୍ବୁଲାନ୍ସ ଫଳରେ ବିମାନକୁ ଡାଇଭର୍ଟ କରି ବ୍ୟାଂକକ୍ର ସୁବର୍ନଭୂମି ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା। ଏହି ଘଟଣା ମଙ୍ଗଳବାର ଭାରତୀୟ ସମୟ ଅନୁଯାୟୀ, ଦିନ ୩ ଟା ୪୫ ମିନିଟ୍‌ ସମୟରେ ଘଟିଥିଲା। ଆଉ ଏହି ଟର୍ବୁଲାନ୍ସ ଡର କାରଣରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକଙ୍କ ଆହତ ହୋଇଥିଲେ। 

ସିଙ୍ଗାପୁର ଏୟାରଲାଇନ୍ସର ଏହି ବିମାନ ୨୧୧ ଯାତ୍ରୀ ଥିଲେ। ଏହା ସହ ୧୮ କ୍ରୁ ମେମ୍ବର ରହିଥିଲେ। ବିମାନର ଜରୁରୀ ଅବତରଣ ପରେ ଆହତ ଯାତ୍ରୀଙ୍କୁ ପାଖରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଅନ୍ୟପଟେ ସିଙ୍ଗାପୁର ଏୟାରଲାଇନ୍ସ ତରଫରୁ ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଯାଇଛି।