ମଝି ରାସ୍ତାରେ ଶିବସେନା ନେତାଙ୍କୁ ଖଣ୍ଡାରେ ହାଣିଲେ ନିହାଙ୍ଗ ଶିଖ୍‌, ସାମ୍ନାକୁ ଆସିଲା ବର୍ବର Video 

ଲୁଧିଆନା,୫।୭: ପଞ୍ଜାବର ଲୁଧିଆନାରେ ଜଣେ ଶିବସେନା ତକସାଲି ନେତାଙ୍କ ଉପରେ ନିହାଙ୍ଗ ଶିଖ୍‌ ଆକ୍ରମଣ କରିବାର ବର୍ବର ଭିଡିଓ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ନେତା ଗୁରୁତର ଆହତ ହୋଇଛନ୍ତି। ମଝି ରାସ୍ତାରେ ତକସାଲି ନେତାଙ୍କ ଉପରେ ନିହାଙ୍ଗ ଶିଖ୍‌ ଖଣ୍ଡାରେ ଅନେକ ଥର ଆକ୍ରମଣ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଶିବସେନା ତକସାଲି ନେତା ସନ୍ଦିପ ଥାପର ଶୁକ୍ରବାର ସକାଳେ ସମ୍ବେଦନା ଟ୍ରଷ୍ଟର ଏକ କାର୍ଯ୍ୟକ୍ରମରେ […] The post ମଝି ରାସ୍ତାରେ ଶିବସେନା ନେତାଙ୍କୁ ଖଣ୍ଡାରେ ହାଣିଲେ ନିହାଙ୍ଗ ଶିଖ୍‌, ସାମ୍ନାକୁ ଆସିଲା ବର୍ବର Video  appeared first on Dharitri Odia News.

ମଝି ରାସ୍ତାରେ ଶିବସେନା ନେତାଙ୍କୁ ଖଣ୍ଡାରେ ହାଣିଲେ ନିହାଙ୍ଗ ଶିଖ୍‌, ସାମ୍ନାକୁ ଆସିଲା ବର୍ବର Video 
ଲୁଧିଆନା,୫।୭: ପଞ୍ଜାବର ଲୁଧିଆନାରେ ଜଣେ ଶିବସେନା ତକସାଲି ନେତାଙ୍କ ଉପରେ ନିହାଙ୍ଗ ଶିଖ୍‌ ଆକ୍ରମଣ କରିବାର ବର୍ବର ଭିଡିଓ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ନେତା ଗୁରୁତର ଆହତ ହୋଇଛନ୍ତି। ମଝି ରାସ୍ତାରେ ତକସାଲି ନେତାଙ୍କ ଉପରେ ନିହାଙ୍ଗ ଶିଖ୍‌ ଖଣ୍ଡାରେ ଅନେକ ଥର ଆକ୍ରମଣ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଶିବସେନା ତକସାଲି ନେତା ସନ୍ଦିପ ଥାପର ଶୁକ୍ରବାର ସକାଳେ ସମ୍ବେଦନା ଟ୍ରଷ୍ଟର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିଲେ। ଯେତେବେଳେ ସେ ଡାକ୍ତରଖାନା ବାହାରେ ଛିଡ଼ା ହୋଇଥିଲେ ସେତେବେଳେ ହଠାତ ଏକ ସ୍କୁଟିରେ ନିହାଙ୍ଗ ଶିଖ୍‌ର ୨ ଜଣ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ତୀକ୍ଷ୍ଣ ଖଣ୍ଡା ଦ୍ୱାରା ସନ୍ଦୀପଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଆହତ ହେବା ପରେ ତଳେ ପଡ଼ିଯାଇଥିଲେ। ଏହାପରେ ଉକ୍ତ ଶିଖ୍‌ମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଘଟଣା ସମୟରେ ଆଖପାଖରେ ଅନେକ ଲୋକ ଉପସ୍ଥିତ ରହିଥିଲେ। ହେଲେ ଅଭିଯୁକ୍ତଙ୍କ ନିକଟକୁ ଯିବାକୁ ସାହସ ଜୁଟାଇ ପାରି ନ ଥିଲେ। ନିହାଙ୍ଗ ଶିଖ୍‌ ସେଠାରୁ ଚାଲିଯିବା ପରେ ସନ୍ଦିପଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆକ୍ରମଣ ସମୟରେ ଜଣେ ସୁରକ୍ଷାକର୍ମୀ ଥାପରଙ୍କ ସହ ରହିଥିଲେ। ହେଲେ ତାଙ୍କୁ ନିହାଙ୍ଗମାନେ ପ୍ରଥମରୁ ଧରି ନେଇଥିବା ସେ କହିଛନ୍ତି। ତେବେ ଥାପରଙ୍କୁ ପୂର୍ବରୁ ଅନେକ ଥର ଆକ୍ରମଣର ଧମକ ମିଳିଥିଲା। ଏହାପରେ ତାଙ୍କ ସୁରକ୍ଷାରେ ଜଣେ ବନ୍ଧୁକଧାରୀଙ୍କୁ ନିୟୋଜିତ କରାଯାଇଥିଲା। ଏବେ ଘଟଣାକୁ ନେଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

ଶିବସେନା ତକସାଲିର ଚର୍ଚ୍ଚିତ ନେତା ସନ୍ଦୀପ ଥାପର ତାଙ୍କ ଭାଷଣରେ ଖଲିସ୍ତାନ ବିରୋଧରେ ଅନେକ କଟାକ୍ଷ କରିଆସିଛନ୍ତି। ଏହାକୁ ନେଇ ତାଙ୍କୁ ଲଗାତର ଧମକ ମିଳୁଥିଲା। ଯାହାକୁ ଦୃଷ୍ଟିରେ ରଖି ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଥିଲା।

The post ମଝି ରାସ୍ତାରେ ଶିବସେନା ନେତାଙ୍କୁ ଖଣ୍ଡାରେ ହାଣିଲେ ନିହାଙ୍ଗ ଶିଖ୍‌, ସାମ୍ନାକୁ ଆସିଲା ବର୍ବର Video  appeared first on Dharitri Odia News.