ଦୁର୍ଘଟଣାରେ ଖବରକାଗଜ ବିତରକଙ୍କ ମୃତ୍ୟୁ ଘଟଣା:ଥାନା ଆଗରେ ମୃତଦେହ ରଖି ଧାରଣା

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ମିରଗିନ ଟିକ୍ରା ହନୁମାନ ମନ୍ଦିର ନିକଟରେ ଟ୍ରାକ୍ଟର ଧକ୍କାରେ ଆହତ ହୋଇଥିବା ଖବରକାଗଜ ବିତରକ ଶୁକ୍ରୁ ଭୁଏ(୩୮)ଙ୍କ ମଙ୍ଗଳବାର ସକାଳ ୯ଟାରେ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଖବରକାଗଜ ବିତରକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ସହିତ ସମ୍ପୃକ୍ତ ଟ୍ରାକ୍ଟର ମାଲିକ ଏବଂ ଡ୍ରାଇଭରଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ଅପରାହ୍ନ ୩ଟାରୁ ଭେଡ଼େନ ଥାନା ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି। ଧାରଣାରେ […] The post ଦୁର୍ଘଟଣାରେ ଖବରକାଗଜ ବିତରକଙ୍କ ମୃତ୍ୟୁ ଘଟଣା:ଥାନା ଆଗରେ ମୃତଦେହ ରଖି ଧାରଣା appeared first on Dharitri Odia News.

ଦୁର୍ଘଟଣାରେ ଖବରକାଗଜ ବିତରକଙ୍କ ମୃତ୍ୟୁ ଘଟଣା:ଥାନା ଆଗରେ ମୃତଦେହ ରଖି ଧାରଣା

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ମିରଗିନ ଟିକ୍ରା ହନୁମାନ ମନ୍ଦିର ନିକଟରେ ଟ୍ରାକ୍ଟର ଧକ୍କାରେ ଆହତ ହୋଇଥିବା ଖବରକାଗଜ ବିତରକ ଶୁକ୍ରୁ ଭୁଏ(୩୮)ଙ୍କ ମଙ୍ଗଳବାର ସକାଳ ୯ଟାରେ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଖବରକାଗଜ ବିତରକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ସହିତ ସମ୍ପୃକ୍ତ ଟ୍ରାକ୍ଟର ମାଲିକ ଏବଂ ଡ୍ରାଇଭରଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ଅପରାହ୍ନ ୩ଟାରୁ ଭେଡ଼େନ ଥାନା ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି। ଧାରଣାରେ ପରିବାର ଲୋକେ ସାମିଲ ହୋଇଥିବାବେଳେ ଖବର ଲେଖାହେବା ସୁଦ୍ଧା (ରାତି ୭ଟା ୩୦) ଧାରଣା ଜାରି ରହିଛି।
ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ମାସ ୪ତାରିଖରେ ଶୁକ୍ରୁ ଏବଂ ଭେଜିପାଲି ଗ୍ରାମର ହରିଚନ୍ଦ୍ର ବାରିକ(୩୫) ଏକ ବାଇକ୍‌ରେ ଯାଉଥିବାବେଳେ ମିରଗିନଟିକ୍ରା ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟେ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ଅଣାଯାଇଥିଲା। କିଛିଦିନର ଚିକିତ୍ସା ପରେ ହରିଚନ୍ଦ୍ର ଆରୋଗ୍ୟ ହୋଇ ଘରକୁ ଫେରିଥିଲେ। ଅନ୍ୟପଟେ ଶୁକ୍ରୁଙ୍କ ଅବସ୍ଥା ଗୁରୁତର ରହିଥିଲା। ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅର୍ଥ ବାଧକ ହେବାରୁ ସେତେବେଳେ ତାଙ୍କୁ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୃତ ଶୁକ୍ରୁଙ୍କ ପରିବାର ଲୋକେ ଗରିବ ହୋଇଥିବା ଯୋଗୁ ବିଭିନ୍ନ ସଙ୍ଗଠନ ଏବଂ ବଦାନ୍ୟ ଲୋକେ ତାଙ୍କ ଚିକିତ୍ସାରେ ସହାୟତା ପ୍ରଦାନ କରିଥିଲେ।

The post ଦୁର୍ଘଟଣାରେ ଖବରକାଗଜ ବିତରକଙ୍କ ମୃତ୍ୟୁ ଘଟଣା:ଥାନା ଆଗରେ ମୃତଦେହ ରଖି ଧାରଣା appeared first on Dharitri Odia News.