ମଡେଲିଂ ଦେଇଛି ପରିଚୟ
ପେସାରେ ସେ ଜଣେ ଇଞ୍ଜିନିୟର ହେଲେ ମଧ୍ୟ ନିଶା ତାଙ୍କର ମଡେଲିଂ। ଆଉ ଯାହା ତାଙ୍କୁ ଆଜି ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଗତ ଜାନୁଆରୀ ୬ରେ ଦିଲ୍ଲୀଠାରେ ଏମ୍ଡିସି ଗ୍ଲୋବ ପକ୍ଷରୁ ଆୟୋଜିତ ମିଷ୍ଟର ଆଣ୍ଡ ମିସ୍ ଏମ୍ଡିସି ଗ୍ଲୋବ୍-୨୦୨୪ ପ୍ରତିଯୋଗିତାର ବିଜୟୀ ହୋଇ ମିଷ୍ଟର ଇଣ୍ଡିଆ ମୁକୁଟ ହାସଲ କରି ସେ ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲା ବେଲଗୁଣ୍ଠାରେ ରହୁଥିବା ଚନ୍ଦ୍ରମା ଏବଂ ବାଉରୀବନ୍ଧୁ ସାହୁଙ୍କ ପୁଅ ମାଧବ। […] The post ମଡେଲିଂ ଦେଇଛି ପରିଚୟ appeared first on Dharitri Odia News.
ପେସାରେ ସେ ଜଣେ ଇଞ୍ଜିନିୟର ହେଲେ ମଧ୍ୟ ନିଶା ତାଙ୍କର ମଡେଲିଂ। ଆଉ ଯାହା ତାଙ୍କୁ ଆଜି ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଗତ ଜାନୁଆରୀ ୬ରେ ଦିଲ୍ଲୀଠାରେ ଏମ୍ଡିସି ଗ୍ଲୋବ ପକ୍ଷରୁ ଆୟୋଜିତ ମିଷ୍ଟର ଆଣ୍ଡ ମିସ୍ ଏମ୍ଡିସି ଗ୍ଲୋବ୍-୨୦୨୪ ପ୍ରତିଯୋଗିତାର ବିଜୟୀ ହୋଇ ମିଷ୍ଟର ଇଣ୍ଡିଆ ମୁକୁଟ ହାସଲ କରି ସେ ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲା ବେଲଗୁଣ୍ଠାରେ ରହୁଥିବା ଚନ୍ଦ୍ରମା ଏବଂ ବାଉରୀବନ୍ଧୁ ସାହୁଙ୍କ ପୁଅ ମାଧବ। ସେ ବର୍ତ୍ତମାନ ସଫ୍ଟୱେର ଡେଭ୍ଲପର ଭାବେ ଭୁବନେଶ୍ୱରସ୍ଥିତ ଡେଲଏଟ୍ କମ୍ପାନିରେ କାର୍ଯ୍ୟରତ। ସେ କୁହନ୍ତି, ଆକ୍ଟିଂ, ଡାନ୍ସିଂ ଏବଂ ମଡେଲିଂ ପ୍ରତି ପିଲାଟିବେଳୁ ଅହେତୁକ ଦୁର୍ବଳତା ରହିଆସିଛି। ତେଣୁ ପାଠପଢ଼ା ପରେ ପେସା ସହିତ ନିଶାକୁ ମଧ୍ୟ ସମାନ ସମୟ ଦେବାକୁ ଚେଷ୍ଟା କରିଆସୁଛି। ଚଳିତବର୍ଷ ଦିଲ୍ଲୀଠାରେ ଏମ୍ଡିସି ପକ୍ଷରୁ ଆୟୋଜିତ ମିଷ୍ଟର ଇଣ୍ଡିଆ-୨୦୨୪ ପ୍ରତିଯୋଗିତାରେ ଭାରତ ସମେତ ଫିଲିପାଇନ୍ସ, ୟୁଏସ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଭଳି ଦେଶରୁ ଅଂଶଗ୍ରହଣ କରିଥିବା ୬୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ହାସଲ କରିବା ମୋ ପାଇଁ ଗର୍ବର କଥା। ମାଧବ ୨୦୧୯ରେ ମଧ୍ୟ ମିଷ୍ଟର ଓଡିଶା ଇଣ୍ଟରନାଶନାଲ୍ ପ୍ରତିଯୋଗିତାରେ ବିଜୟୀ ହୋଇ ସାରିଛନ୍ତି। ସେ କେବଳ ମଡେଲିଂ ଦୁନିଆରେ ସଫଳ ନୁହନ୍ତି ବରଂ ଓଲିଉଡ୍ ଅଭିନୟ ଜଗତରେ ମଧ୍ୟ ତାଙ୍କର ବିଶେଷ ଛାପ ରହିଛି। ସେ ତୋ ବିନା ପ୍ରିୟା, ସୁରମୟୀ ଆଖିରେ, ଓଢ଼ଣି ପଡ଼ିଛି ନୂଆ ନୂଆ, ଝିଅ ଚାଲି ନ ଜାଣଇ ଲୋ, ହାରିଗଲି ପ୍ରେମରେ ମୁଁ ଭଳି ୧୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଆଲ୍ବମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ଆଉଁଟିଛନ୍ତି। ସେହିପରି ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରଖିଲେ ସିଏ ମାରିବ କିଏ ଧାରାବାହିକରେ ନିଜ ନିଖୁଣ ଅଭିନୟର ଯାଦୁ ଦେଖାଇ ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ମାଧବ କୁହନ୍ତି, ସୁଯୋଗ ମିଳିଲେ ନିଜ ଅଭିନୟ ଜରିଆରେ ଲୋକଙ୍କ ମନୋରଞ୍ଜନ କରିବା ସହ ଜଣେ ସଫଳ ମଡେଲ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜ ଦେଶର ପ୍ରତିନିଧିତ୍ୱ କରି ମିଷ୍ଟର ୱାଲର୍ଡ ପ୍ରତିଯୋଗିତା ବିଜୟୀ ହେବା ହେଉଛି ତାଙ୍କ ସ୍ବପ୍ନ। – ତନୁଶ୍ରୀ ନାହାକ
The post ମଡେଲିଂ ଦେଇଛି ପରିଚୟ appeared first on Dharitri Odia News.