ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ

ଇମ୍ଫାଲ,୧୮।୧୨: ମଣିପୁରର କେରୋ ଖୁନାଓରେ ଉଗ୍ରବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗରେ ଭାରତୀୟ ସୁରକ୍ଷା ବାହିନୀ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ କରିଛି। ଦୁଇ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ମଣିପୁରରେ ଭାରତୀୟ ସେନା ଅନେକ ସର୍ଚ୍ଚ ଅପରେସନ କରିଥିଲା। ସଫଳ ମିଳିତ ଅପରେସନରେ, ମଣିପୁର ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସହିତ ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସ ମଣିପୁରର ଚୁରାଚାନ୍ଦପୁର, ଚାନ୍ଦେଲ, […] The post ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ appeared first on Dharitri Odia News.

ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ

ଇମ୍ଫାଲ,୧୮।୧୨: ମଣିପୁରର କେରୋ ଖୁନାଓରେ ଉଗ୍ରବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗରେ ଭାରତୀୟ ସୁରକ୍ଷା ବାହିନୀ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ କରିଛି। ଦୁଇ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ମଣିପୁରରେ ଭାରତୀୟ ସେନା ଅନେକ ସର୍ଚ୍ଚ ଅପରେସନ କରିଥିଲା। ସଫଳ ମିଳିତ ଅପରେସନରେ, ମଣିପୁର ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସହିତ ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସ ମଣିପୁରର ଚୁରାଚାନ୍ଦପୁର, ଚାନ୍ଦେଲ, କାଙ୍ଗପୋକପି ଏବଂ ଇମ୍ଫାଲ ପୂର୍ବରେ ୨୯ଟି ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରିଛି।
ସୁରକ୍ଷା କର୍ମୀମାନେ ଏକ ଉପଗ୍ରହ ଇଣ୍ଟରନେଟ ଆଣ୍ଟେନା, ଉପଗ୍ରହ ରଏଟର ଏବଂ ୨୦ ମିଟର ଲମ୍ବର ଏଫ୍‌ଟିପି କେବୁଲ ଉଦ୍ଧାର କରିଛନ୍ତି। ସିଗନାଲ ଇଣ୍ଟେଲିଜେନ୍ସରୁ ଜଣାପଡିଛି ଯେ, ଷ୍ଟାରଲିଙ୍କ ଉପଗ୍ରହ ପ୍ରଣାଳୀ ବ୍ୟବହାର କରି ଅନ୍ତର୍ଜାତୀୟ ଅପରାଧକୁ ସୁଗମ କରୁଛନ୍ତି।

ମିଆଁମାରରେ ବିଦ୍ରୋହୀ କମାଣ୍ଡର, ସହାୟତା କର୍ମଚାରୀ ଏବଂ ସାଇବର ଅପରାଧୀମାନେ ଅଧିକ ଇଣ୍ଟରନେଟ ପ୍ରତିବନ୍ଧକ ମଧ୍ୟରେ ଯୋଗାଯୋଗ ବଜାୟ ରଖିବା ପାଇଁ ଉପଗ୍ରହ ଇଣ୍ଟରନେଟ ଉପରେ ଅଧିକ ନିର୍ଭର କରୁଛନ୍ତି।

ନଭେମ୍ବରରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଷ୍ଟାରଲିଙ୍କ ଉପକରଣ ଜବତ ହୋଇଥିଲା,ଯାହାର ମୂଲ୍ୟ ୪.୨ ବିଲିୟନ ଥିଲା।
ଷ୍ଟାରଲିଙ୍କ କ’ଣ?

ଷ୍ଟାରଲିଙ୍କ ଏଲନ ମସ୍କଙ୍କ ସ୍ପେସ ଏକ୍ସ ମାଲିକାନାରେ ଚାଳିଛି। ଏହା ହେଉଛି ଏକ ଉପଗ୍ରହ ଇଣ୍ଟରନେଟ ସେବା, ଯାହା ବିଶ୍ୱର ୧୦୦ରୁ ଅଧିକ ଦେଶ ଏବଂ ଅଞ୍ଚଳକୁ ହାଇ ସ୍ପିଡ ଇଣ୍ଟରନେଟ ଯୋଗାଇବାକୁ ଲକ୍ଷ୍ୟ ରଖିଛି।

The post ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ appeared first on Dharitri Odia News.