ମଣିପୁରରେ ଖାଇକୁ ଗାଡ଼ି ଖସି ୩ ଯବାନଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ମଣିପୁରରେ ଆଜି ଏକ ଦୁର୍ଘଟଣାରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଯାଇଛି। ବିଏସଏଫ୍ (ସୀମା ସୁରକ୍ଷା ବାହିନୀ) ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଆଜି କାଙ୍ଗପୋକପି ଜିଲ୍ଲାରେ ଏକ ଖାଇକୁ ଖସି ପଡ଼ିବା ଫଳରେ ୩ ଜଣ ବିଏସଏଫ୍ ଯବାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୧୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ମଣିପୁର ରାଜ୍ୟପାଳ ଅଜୟ […]
ନୂଆଦିଲ୍ଲୀ: ମଣିପୁରରେ ଆଜି ଏକ ଦୁର୍ଘଟଣାରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଯାଇଛି। ବିଏସଏଫ୍ (ସୀମା ସୁରକ୍ଷା ବାହିନୀ) ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଆଜି କାଙ୍ଗପୋକପି ଜିଲ୍ଲାରେ ଏକ ଖାଇକୁ ଖସି ପଡ଼ିବା ଫଳରେ ୩ ଜଣ ବିଏସଏଫ୍ ଯବାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୧୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।