ଲଦାଖରେ ସମର ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା, ନଦୀରେ ଭାସିଗଲେ ୫ଯବାନ

ନୂଆଦିଲ୍ଲୀ,୨୯।୬: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଭାରତୀୟ ଯବାନମାନଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଛି। ଯବାନମାନେ ଲଦାଖର ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର ହୋଇ ଅଭ୍ୟାସ କରୁଥିଲେ। ଏହି ସମୟରେ ହଠାତ ନଦୀର ଜଳ ସ୍ତର ବଢି ଯାଇଥିଲା। ଯେଉଁଥିରେ ୫ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଚୀନ ସୀମା ନିକଟରେ ଥିବା ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ (LAC) ରେ ଘଟିଛି। ଏଠାରେ ଭାରତୀୟ ଯବାନଙ୍କ ସୈନ୍ୟ ଶିବିର ରହିଛି। ନ୍ୟୁଜ […] The post ଲଦାଖରେ ସମର ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା, ନଦୀରେ ଭାସିଗଲେ ୫ଯବାନ appeared first on Dharitri Odia News.

ଲଦାଖରେ ସମର ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା, ନଦୀରେ ଭାସିଗଲେ ୫ଯବାନ

ନୂଆଦିଲ୍ଲୀ,୨୯।୬: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଭାରତୀୟ ଯବାନମାନଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଛି। ଯବାନମାନେ ଲଦାଖର ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର ହୋଇ ଅଭ୍ୟାସ କରୁଥିଲେ। ଏହି ସମୟରେ ହଠାତ ନଦୀର ଜଳ ସ୍ତର ବଢି ଯାଇଥିଲା। ଯେଉଁଥିରେ ୫ଜଣ ଯବାନଙ୍କ ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣା ଚୀନ ସୀମା ନିକଟରେ ଥିବା ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ (LAC) ରେ ଘଟିଛି। ଏଠାରେ ଭାରତୀୟ ଯବାନଙ୍କ ସୈନ୍ୟ ଶିବିର ରହିଛି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଟ୍ୟାଙ୍କର୍‌ରେ ଯୁଦ୍ଧଭ୍ୟାସ କରୁଥିବା ସମୟରେ ଏଲଏସି ନିକଟରେ ଥିବା ନଦୀକୁ ଯବାନମାନେ ପାର୍‌ କରୁଥିଲେ। ଏହି ସମୟରେ ନଦୀର ଜଳସ୍ତର ହଠାତ୍‌ ବଢି ଯାଇଥିଲା। ଆଉ ୫ଜଣ ଯବାନ ଭାସି ଯାଇଥିଲେ।

ANI ସହ କଥାବାର୍ତ୍ତା କରି ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଦୁର୍ଘଟଣା ସମୟରେ ଟ୍ୟାଙ୍କର୍‌ରେ ପାଞ୍ଚ ଜଣ ଯବାନ ଉପସ୍ଥିତ ଥିଲେ। ଏଥିରେ ଜଣେ JCO ଏବଂ ଚାରିଜଣ ଯବାନ ଥିଲେ। ଗୋଟିଏ ଯବାନଙ୍କ ସନ୍ଧାନ ମିଳିଥିବାବେଳେ ଆଉ ୪ଜଣଙ୍କ ସନ୍ଧାନ ଜାରି ରହିଛି।

The post ଲଦାଖରେ ସମର ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା, ନଦୀରେ ଭାସିଗଲେ ୫ଯବାନ appeared first on Dharitri Odia News.