ମଣିଷ ଗନ୍ଧ ବାରି ଛୁଆହାତୀକୁ ଗ୍ରହଣ କରୁନି ମା’ ହାତୀ

କେନ୍ଦୁଝର,୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଜଗଦଳା ଡ୍ୟାମ ନିକଟ ଗ୍ରାମରୁ ଉଦ୍ଧାର ହୋଇଥିବା ଛୁଆହାତୀକୁ ରବିବାର ବନ ବିଭାଗ ପୁଣି ଥରେ ମା’ ଓ ହାତୀପଲ ସହିତ ସାମିଲ କରିବାକୁ ଉଦ୍ୟମ କରିଛି। ଛୁଆହାତୀକୁ ବସନ୍ତପୁର (ରୁଗୁଡ଼ିହି) ଜଙ୍ଗଲରେ ବୁଲୁଥିବା ହାତୀ ଦଳ ପାଖକୁ ନିଆଯାଇଥିଲା। ଡ୍ରୋନ୍‌ କ୍ୟାମେରା ସହାୟତାରେ ଗତିବିଧି ନିରୀକ୍ଷଣ କରାଯାଇଥିଲା। ରାତି ମଧ୍ୟରେ ଛୁଆହାତୀକୁ ଦଳ ଗ୍ରହଣ ନ କଲେ ସୋମବାର ରାଜ୍ୟ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ)ଙ୍କୁ […] The post ମଣିଷ ଗନ୍ଧ ବାରି ଛୁଆହାତୀକୁ ଗ୍ରହଣ କରୁନି ମା’ ହାତୀ appeared first on Dharitri Odia News.

ମଣିଷ ଗନ୍ଧ ବାରି ଛୁଆହାତୀକୁ ଗ୍ରହଣ କରୁନି ମା’ ହାତୀ

କେନ୍ଦୁଝର,୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଜଗଦଳା ଡ୍ୟାମ ନିକଟ ଗ୍ରାମରୁ ଉଦ୍ଧାର ହୋଇଥିବା ଛୁଆହାତୀକୁ ରବିବାର ବନ ବିଭାଗ ପୁଣି ଥରେ ମା’ ଓ ହାତୀପଲ ସହିତ ସାମିଲ କରିବାକୁ ଉଦ୍ୟମ କରିଛି।

ଛୁଆହାତୀକୁ ବସନ୍ତପୁର (ରୁଗୁଡ଼ିହି) ଜଙ୍ଗଲରେ ବୁଲୁଥିବା ହାତୀ ଦଳ ପାଖକୁ ନିଆଯାଇଥିଲା। ଡ୍ରୋନ୍‌ କ୍ୟାମେରା ସହାୟତାରେ ଗତିବିଧି ନିରୀକ୍ଷଣ କରାଯାଇଥିଲା। ରାତି ମଧ୍ୟରେ ଛୁଆହାତୀକୁ ଦଳ ଗ୍ରହଣ ନ କଲେ ସୋମବାର ରାଜ୍ୟ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ)ଙ୍କୁ ଯୋଗାଯୋଗ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଡିଏଫ୍‌ଓ ଧନାରାଜ ଏଚ୍‌ଡି ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ରାତିରେ ଛୁଆ ହାତୀଟି ପଲରୁ ଅଲଗା ହୋଇ ପାଖ ଗ୍ରାମରେ ରହିଯାଇଥିଲା। ଖବର ପାଇ ବନ ବିଭାଗ ଉଦ୍ଧାର କରି ପଲରେ ସାମିଲ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ରାତିରେ ସଦର ରେଞ୍ଜ ପଦ୍ମପୁର ମେଗା ନର୍ସରୀକୁ ଅଣାଯାଇ ରଖାଯାଇଥିଲା। ତା ଦେହରେ ମଣିଷ ଗନ୍ଧ ବାରିବାରୁ ଛୁଆହାତୀକୁ ପଲ ଗ୍ରହଣ କରୁ ନ ଥିବା କୁହାଯାଉଛି।

The post ମଣିଷ ଗନ୍ଧ ବାରି ଛୁଆହାତୀକୁ ଗ୍ରହଣ କରୁନି ମା’ ହାତୀ appeared first on Dharitri Odia News.