ମଣିଷ ପାଇଁ ମୃତ୍ୟୁର ଫନ୍ଦା ବାୟୁ ପ୍ରଦୂଷଣ; ବିଶ୍ବବ୍ୟାପୀ ୨୦୨୧ରେ ପ୍ରାଣ ହରାଇଛନ୍ତି ୮୧ ଲକ୍ଷ ଲୋକ
ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥତି ସୃଷ୍ଟି କରିଛି । ବାୟୁ ପ୍ରଦୂଷଣ ଜୀବନ ନେଉଛି । ପ୍ରଦୂଷଣ ଯୋଗୁ ସାରା ବିଶ୍ୱରେ ୨୦୨୧ରେ ପ୍ରାୟ ୮୧ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ଏହି ସଂଖ୍ୟା ମୋଟ୍ ମୃତ୍ୟୁର ୧୨ ପ୍ରତିଶତ । ବାୟୁ ପ୍ରଦୂଷଣଜନିତ ମୃତ୍ୟୁ ସଂଖ୍ୟା ଭାରତ ଏବଂ ଚୀନ୍ର ସର୍ବାଧିକ ବୋଲି ହେଲ୍ଥ ଇଫେକ୍ଟ ଇନ୍ଷ୍ଟିଚ୍ୟୁଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁ ଚୀନ୍ରେ ସର୍ବାଧିକ ୨୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ୨୧ ଲକ୍ଷ ପ୍ରାଣ ହରାଇଛନ୍ତି । ସବୁଠୁ ଉଦ୍ବେଗଜନକ କଥା, ୨୦୨୧ରେ ଭାରତରେ ସର୍ବାଧିକ ୧ ଲକ୍ଷ ୬୯ ହଜାର ୪ଶହ ଶିଶୁଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ହୋଇଛି ।ଏଚ୍ଇଆଇ ୟୁନିସେଫ୍ ସହ ଜଡ଼ିତ ଏକ ଆମେରିକୀୟ ସଂସ୍ଥା । ଏଚ୍ଇଆଇ ରିପୋର୍ଟ ଅନୁସାରେ, ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଥିବା ସମସ୍ତ ଶିଶୁଙ୍କ ବୟସ ୫ ବର୍ଷରୁ କମ୍ । ଭାରତ ପରେ ନାଇଜେରିଆରେ ୧ ଲକ୍ଷ ୧୪ ହଜାର ୧ ଶହ, ପାକିସ୍ତାନରେ ୬୮ ହଜାର ୧ ଶହ, ଇଥିଓପିଆରେ ୩୧ ହଜାର ଏବଂ ବାଂଲାଦେଶରେ ୧୯ ହଜାର ୧ ଶହ ପିଲାଙ୍କ ମୃତ୍ୟୁ ଘଟିଛି । ବିଶେଷକରି ଦକ୍ଷିଣ ଏସିଆ ବାୟୁ ପ୍ରଦୂଷଣ ଯୋଗୁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବିଶ୍ୱବ୍ୟାପୀ ହିସାବକୁ ଦେଖିଲେ ବାୟୁ ପ୍ରଦୂଷଣ ଯୋଗୁ ପ୍ରତି ଦିନ ପ୍ରାୟ ୫ବର୍ଷରୁ କମ୍ ୨ ହଜାର ଶିଶୁଙ୍କ ମୃତ୍ୟୁ ହେଉଛି ।
ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥତି ସୃଷ୍ଟି କରିଛି । ବାୟୁ ପ୍ରଦୂଷଣ ଜୀବନ ନେଉଛି । ପ୍ରଦୂଷଣ ଯୋଗୁ ସାରା ବିଶ୍ୱରେ ୨୦୨୧ରେ ପ୍ରାୟ ୮୧ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ଏହି ସଂଖ୍ୟା ମୋଟ୍ ମୃତ୍ୟୁର ୧୨ ପ୍ରତିଶତ । ବାୟୁ ପ୍ରଦୂଷଣଜନିତ ମୃତ୍ୟୁ ସଂଖ୍ୟା ଭାରତ ଏବଂ ଚୀନ୍ର ସର୍ବାଧିକ ବୋଲି ହେଲ୍ଥ ଇଫେକ୍ଟ ଇନ୍ଷ୍ଟିଚ୍ୟୁଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁ ଚୀନ୍ରେ ସର୍ବାଧିକ ୨୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ୨୧ ଲକ୍ଷ ପ୍ରାଣ ହରାଇଛନ୍ତି । ସବୁଠୁ ଉଦ୍ବେଗଜନକ କଥା, ୨୦୨୧ରେ ଭାରତରେ ସର୍ବାଧିକ ୧ ଲକ୍ଷ ୬୯ ହଜାର ୪ଶହ ଶିଶୁଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ହୋଇଛି ।
ଏଚ୍ଇଆଇ ୟୁନିସେଫ୍ ସହ ଜଡ଼ିତ ଏକ ଆମେରିକୀୟ ସଂସ୍ଥା । ଏଚ୍ଇଆଇ ରିପୋର୍ଟ ଅନୁସାରେ, ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଥିବା ସମସ୍ତ ଶିଶୁଙ୍କ ବୟସ ୫ ବର୍ଷରୁ କମ୍ । ଭାରତ ପରେ ନାଇଜେରିଆରେ ୧ ଲକ୍ଷ ୧୪ ହଜାର ୧ ଶହ, ପାକିସ୍ତାନରେ ୬୮ ହଜାର ୧ ଶହ, ଇଥିଓପିଆରେ ୩୧ ହଜାର ଏବଂ ବାଂଲାଦେଶରେ ୧୯ ହଜାର ୧ ଶହ ପିଲାଙ୍କ ମୃତ୍ୟୁ ଘଟିଛି । ବିଶେଷକରି ଦକ୍ଷିଣ ଏସିଆ ବାୟୁ ପ୍ରଦୂଷଣ ଯୋଗୁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବିଶ୍ୱବ୍ୟାପୀ ହିସାବକୁ ଦେଖିଲେ ବାୟୁ ପ୍ରଦୂଷଣ ଯୋଗୁ ପ୍ରତି ଦିନ ପ୍ରାୟ ୫ବର୍ଷରୁ କମ୍ ୨ ହଜାର ଶିଶୁଙ୍କ ମୃତ୍ୟୁ ହେଉଛି । ଭାରତରେ ଦୈନିକ ପ୍ରାୟ ୪୬୪ ଶିଶୁଙ୍କ ପ୍ରଦୂଷଣଜନିତ ମୃତ୍ୟୁ ହେଉଛି । ପୂର୍ବ ବର୍ଷ ମାନଙ୍କରେ ଏହି ସଂସ୍ଥା ଦ୍ୱାରା ପ୍ରକାଶିତ ରିପୋର୍ଟକୁ ଦେଖିଲେ ପ୍ରତି ବର୍ଷ ଏହି କାରଣରୁ ବିଶ୍ୱରେ ୫ ଲକ୍ଷ ଶିଶୁଙ୍କର ମୃତ୍ୟୁ ହେଉଛି ।
୨୦୨୧ରେ ପାକିସ୍ତାନରେ ବାୟୁ ପ୍ରଦୂଷଣଜନିତ ମୋଟ୍ ମୃତ୍ୟୁସଂଖ୍ୟା ୨ ଲକ୍ଷ ୫୬ ହଜାର ଥିବାବେଳେ ବାଂଲାଦେଶରେ ୨ ଲକ୍ଷ ୩୬ ହଜାର ୩ଶହ,ମିଆଁମାରରେ ୧ ଲକ୍ଷ ୧୬ଶହ, ଇଣ୍ଡୋନେସିଆରେ ୨ ଲକ୍ଷ ୨୧ ହଜାର ୬ଶହ, ଭିଏତନାମରେ ୯୯ ହଜାର ୭ଶହ, ଫିଲିପାଇନ୍ସରେ ୯୮ ହଜାର ୭୦୯ ଜଣଙ୍କ ମୃତ୍ୟୁ ଘଟିଛି । ଆଫ୍ରିକୀୟ ଦେଶ ନାଇଜେରିଆରେ ୨ ଲକ୍ଷ ୬ ହଜାର ୭ଶହ ଏବଂ ଇଜିପ୍ଟରେ ୧ ଲକ୍ଷ ୧୬ ହଜାର ୫ଶହ ଜଣଙ୍କ ଜୀବନ ନେଇଛି ବାୟୁ ପ୍ରଦୂଷଣ ।
ଉଚ୍ଚ ରକ୍ତଚାପ, ଡାଏଟ, ତମାଖୁ ଆଦି ତୁଳନାରେ ଦକ୍ଷିଣ ଏସିଆରେ ବାୟୁ ପ୍ରଦୂଷଣ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି । ରିପୋର୍ଟରେ ଆହୁରି କୁହାଯାଇଛି, ପରିବହନ, ନିର୍ମାଣ କାର୍ଯ୍ୟ, ଜଙ୍ଗଲ ନିଆଁ ଏବଂ ଜୀବାଶ୍ମ ଇନ୍ଧନ ଆଦିରୁ ଉତ୍ପନ୍ନ ହେଉଥିବା ପିଏମ୍ ୨.୫ ଭଳି ପ୍ରଦୂଷକ ୯୦ ପ୍ରତିଶତ ମୃତ୍ୟୁର କାରଣ । ଏହାବାଦ୍ ଲକ୍ଷ ଲକ୍ଷ ଲୋକ ବାୟୁ ପ୍ରଦୂଷଣ ଜନିତ ଅସୁସ୍ଥତା ତଥା ଗମ୍ଭୀର ରୋଗରେ ପୀଡ଼ିତ । ପିଏମ୍ ୨.୫ ବ୍ୟତୀତ ଘରୋଇ ବାୟୁ ପ୍ରଦୂଷଣ, ଗାଡ଼ିରୁ ବାହାରୁଥିବା ଧୂଆଁରୁ ଉତ୍ପନ୍ନ ଓଜୋନ ଗ୍ୟାସ୍ ଏବଂ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ମଧ୍ୟ ବୈଶ୍ୱିକ ସ୍ତରରେ ବହୁସଂଖ୍ୟାରେ ଲୋକଙ୍କ ଅସୁସ୍ଥତାର କାରଣ ପାଲଟିଛି । ଘର ବାହାରେ ଯେତିକି ଲୋକ ବାୟୁ ପ୍ରଦୂଷଣରେ ପ୍ରଭାବିତ ହେଉଛନ୍ତି, ଘର ଭିତରେ ମଧ୍ୟ ସେତିକି ଲୋକ ପ୍ରଭାବିତ ହେଉଥିବା ରିପୋର୍ଟ କହୁଛି । କାରଣ ନିମ୍ନମାନର ଜାଳେଣି ହିଁ ଏପରି ପ୍ରଦୂଷଣର ମୁଖ୍ୟ କାରଣ । ଏକ ଆକଳନ ଅନୁସାରେ ସମଗ୍ର ବିଶ୍ୱରେ ଦୁଇ ଶହ କୋଟିରୁ ଅଧିକ ଲୋକ ନିମ୍ନ ମାନର ଜାଳେଣି ବ୍ୟବହାର କରୁଛନ୍ତି । କେବଳ ଆଫ୍ରିକୀୟ ଉପମହାଦେଶରେ ଏଭଳି ପନ୍ଥା ଧରିଥିବା ଲୋକଙ୍କୁ ଉଚିତ ଜାଳେଣି ପାଇଁ ସୁବିଧା ଯୋଗାଇବା ସକାଶେ ଅତି କମ୍ରେ ୪ ଶହ କୋଟି ଡଲାର ଆବଶ୍ୟକ । ଗତ ମାସରେ ଏକ ବିଶ୍ୱସ୍ତରୀୟ ସମ୍ମିଳନୀରେ ବିଭିନ୍ନ ମହାଦେଶର ଲୋକଙ୍କୁ ସୁଗମ ଜାଳେଣି ମାଧ୍ୟମ ଉପଲବ୍ଧ କରାଇବାକୁ ଦୁଇ ଶହ କୋଟି ଡଲାରର ପାଣ୍ଠି ସଂଗ୍ରହ କରାଯାଇଛି ।
ବାୟୁ ପ୍ରଦୂଷଣ ଯୋଗୁ ସମୟ ପୂର୍ବରୁ ଶିଶୁ ଜନ୍ମ ନେବା, ନବଜାତକର ଓଜନ କମ୍, ଆଜ୍ମା ଏବଂ ଫୁସ୍ଫୁସ ସଂକ୍ରାନ୍ତ ରୋଗ ବୃଦ୍ଧି ପାଇଛି । ବାୟୁ ପ୍ରଦୂଷଣର ସର୍ବାଧିକ ପ୍ରଭାବ ଶିଶୁ ଏବଂ ବୟସ୍କଙ୍କ ଉପରେ ପଡ଼ୁଥିବାବେଳେ ନିମ୍ନ ଏବଂ ମଧ୍ୟମ ଆୟ ବର୍ଗ ଦେଶ ଏଥିଯୋଗୁ ଅତ୍ୟଧିକ ପ୍ରଭାବିତ ହେଉଥିବା ଏଚ୍ଇଆଇର ବୈଶ୍ୱିକ ସ୍ୱାସ୍ଥ୍ୟ ପ୍ରମୁଖ ଡାକ୍ତର ପଲ୍ଲବୀ କହିଛନ୍ତି । ଏପରି ଦେଶରେ ଉପଯୁକ୍ତ ସ୍ୱାସ୍ଥ୍ୟ ନୀତି ଅଣାଯାଇ ସେଥିରେ ବାୟୁ ପ୍ରଦୂଷଣଜନିତ ପ୍ରଭାବ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି । ଏଚ୍ଇଆଇ ଦୁଇ ଶହରୁ ଅଧିକ ଦେଶ ଏବଂ ଏହା ଅନ୍ତର୍ଗତ ବିଭିନ୍ନ ରାଜ୍ୟରେ ସର୍ଭେ କରି ୨୦୨୧ ମସିହାର ରିପୋର୍ଟ ପ୍ରକାଶ କରିଛି ।