ମଣିଷ ପାରିଲାନି.. ଅତ୍ୟାଧୁନିକ ଯନ୍ତ୍ରାଂଶ ବି ଫେଲ୍, ହେଲେ ଅପରେସନ୍ ସଫଳ କରି ଫେରିଲା ଷ୍ଟର୍ମ

ବିପର୍ଯ୍ୟୟ ବେଳର ହିରୋ। ମନେ ପକାନ୍ତୁ କିଛି ଦିନ ତଳର କେରଳର ୱାୟନାଡରେ ମହାବିନାସୀ ଭୂସ୍ଖଳନର ସେ ପ୍ରଳୟଙ୍କରୀ ବିଭୀଷିକାକୁ ।

ମଣିଷ ପାରିଲାନି.. ଅତ୍ୟାଧୁନିକ ଯନ୍ତ୍ରାଂଶ ବି ଫେଲ୍, ହେଲେ ଅପରେସନ୍ ସଫଳ କରି ଫେରିଲା ଷ୍ଟର୍ମ

ଷ୍ଟର୍ମ । ନାଁ ଯେମିତି, ତୁଫାନୀ ଅନ୍ଦାଜରେ କାମ ବି ସେମିତି। ଯେଉଁଠି ମଣିଷ ପାରିଲାନି, ଯେଉଁଠି ଅତ୍ୟାଧୁନିକ ଯନ୍ତ୍ରାଂଶ ବି ଫେଲ୍ ମାରିଲା ସେଇଠି ସଫଳତାର ଅପରେସନ୍ ସାରି ଫେରି ଆସିଛି ଷ୍ଟର୍ମ। ଓଡ଼ିଶା ପୋଲିସର ଏକମାତ୍ର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡଗ୍ ବା ସାର୍। ବିପର୍ଯ୍ୟୟ ବେଳର ହିରୋ। ମନେ ପକାନ୍ତୁ କିଛି ଦିନ ତଳର କେରଳର ୱାୟନାଡରେ ମହାବିନାସୀ ଭୂସ୍ଖଳନର ସେ ପ୍ରଳୟଙ୍କରୀ ବିଭୀଷିକାକୁ । ପ୍ରଳୟ ପରର ଢେର ଦିନ ଯାଏ ପଥର-ମାଟି ତଳୁ ଜୀବନ ଖୋଜାର ସେ ବିକଳପଣକୁ। ଆଉ ମନେ ପକାନ୍ତୁ ବିପର୍ଯ୍ୟୟ ପରେ ଓଡ଼ିଶାର ଏକମାତ୍ର ଚ୍ୟାନେଲ୍ ଭାବେ ଘଟଣାସ୍ଥଳରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟିଂ ବେଳେ ଜର୍ମାନ ସେଫଡ୍ ବ୍ରିଡ ପ୍ରଜାତିର କୁକୁରର ସାହସୀ ଅଭିଯାନକୁ।