ମଣ୍ଡି ଖୋଲିନି, ଧାନର ଅଭାବୀ ବିକ୍ରି
ଖୋର୍ଦ୍ଧା,୨୨ା୧୨(ପ୍ରଭାତ ପାଣିଗ୍ରାହୀ): ଖରିଫ ଧାନକିଣାକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଧାନକିଣା ଆରମ୍ଭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲା ଯୋଗାଣ ବିଭାଗ ଏବଂ ମିଲର୍ସଙ୍କ ମଧ୍ୟରେ ବୁଝାବଣା ଅଭାବରୁ ଜିଲାରେ ବର୍ତ୍ତମାନ ସୁଦ୍ଧା ଧାନକିଣା ଆରମ୍ଭ ହୋଇନାହିଁ। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଚାଷୀ ହରଡଘଣାରେ ପଡିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଧାନ ଫସଲ ଭଲ ହୋଇଛି। ତେବେ […] The post ମଣ୍ଡି ଖୋଲିନି, ଧାନର ଅଭାବୀ ବିକ୍ରି appeared first on Dharitri Odia News.
ଖୋର୍ଦ୍ଧା,୨୨ା୧୨(ପ୍ରଭାତ ପାଣିଗ୍ରାହୀ): ଖରିଫ ଧାନକିଣାକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଧାନକିଣା ଆରମ୍ଭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲା ଯୋଗାଣ ବିଭାଗ ଏବଂ ମିଲର୍ସଙ୍କ ମଧ୍ୟରେ ବୁଝାବଣା ଅଭାବରୁ ଜିଲାରେ ବର୍ତ୍ତମାନ ସୁଦ୍ଧା ଧାନକିଣା ଆରମ୍ଭ ହୋଇନାହିଁ। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଚାଷୀ ହରଡଘଣାରେ ପଡିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଧାନ ଫସଲ ଭଲ ହୋଇଛି। ତେବେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି।
ଜିଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଟ୍ରକରେ ଧାନ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ସ୍ଥାନୀୟ ବେପାରୀଙ୍କୁ ହାତ କରି ଆନ୍ଧ୍ର ବେପାରୀମାନେ ଧାନ କିଣୁଛନ୍ତି। ଖୋର୍ଦ୍ଧା ଜିଲାରେ ଯୋଗାଣ ବିଭାଗର ଅବହେଳାରୁ ଧାନ ମଣ୍ଡିକୁ ଯିବା ପୂର୍ବରୁ ଆନ୍ଧ୍ରକୁ ଚାଲାଣ ହେଉଛି। ବାଣପୁର, ଚିଲିକା, ବୋଲଗଡ଼, ବେଗୁନିଆ, ଟାଙ୍ଗୀ, ଖୋର୍ଦ୍ଧା ବ୍ଲକର ବିଭିନ୍ନ ଗ୍ରାମରୁ ସ୍ଥାନୀୟ ବେପାରୀଙ୍କ ସହାୟତାରେ ଧାନ ଉଠାଯାଉଥିବା ଜଣାପଡିଛି। ଚଳିତ ବର୍ଷ ଧାନକିଣା ବିଳମ୍ବ ଘଟୁଥିବାରୁ ଚାଷୀ ଏବେ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଆନ୍ଧ୍ର ବେପାରୀ ଚାଷୀଙ୍କଠାରୁ କମ୍ ମୂଲ୍ୟରେ ଧାନ କିଣି ନେଉଥିବା ଜଣାପଡିଛି।
ପ୍ରକାଶ ଯେ, ଖୋର୍ଦ୍ଧା ଜିଲାରେ ଡିସେମ୍ବର ୨୯ରୁ ଧାନ ସଂଗ୍ରହ ଲାଗି ଧାର୍ଯ୍ୟ କରାଯାଇଛି। ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ଜିଲାରେ ୧୫୪ ମଣ୍ଡିରେ ଧାନ ସଂଗ୍ରହ କରାଯିବ। ଖରିଫ ଧାନ ସଂଗ୍ରହ ଲାଗି ୧୩୯ ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ) ଏବଂ ୧୫ଟି ଉପକେନ୍ଦ୍ର କରାଯାଇଛି ବୋଲି ଜିଲା ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ ୧୧ହଜାର ୭୬୪ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତବର୍ଷ ଚାଷୀଙ୍କ ପଞ୍ଜୀକରଣ ୬ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ ଖରିଫରେ ୪୮ହଜାର ୪୦୮ ଚାଷୀ ପଞ୍ଜୀକୃତ କରିଥିବା ବେଳେ ଚଳିତ ବର୍ଷ ୫୧ହଜାର ୧୫୧ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ୟାକ୍ସରେ ଧାନ କିଣାଯିବ। ଗତବର୍ଷ ଦୈନିକ ୧୨ଶହ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ଚଳିତବର୍ଷ ୧୫ଶହ କୁଇଣ୍ଟାଲ ଧାନ ଉଠାଯିବ। ଏ ସମ୍ପର୍କରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ମଣ୍ଡିରେ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି। ଚାଷୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଯିବ। ମଣ୍ଡିକୁ ଦଲାଲ ମୁକ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରାଯାଇଛି।
The post ମଣ୍ଡି ଖୋଲିନି, ଧାନର ଅଭାବୀ ବିକ୍ରି appeared first on Dharitri Odia News.