ମଦ ଦୁର୍ନୀତି ମାମଲାରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ଇଡି। ପୂର୍ବରୁ ୯ ଥର ଇଡିର ସମନ ଏଡାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁବାର ଦିଲ୍ଲୀ ହାଇକୋର୍ଟରୁ ଗିରଫଦାରୀ ବିରୋଧରେ ଅନ୍ତରୀଣ ରହିତାଦେଶ ମିଳି ନଥିଲା। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲା ଇଡି। ବିଆରଏସ ନେତ୍ରୀ କେ କବିତା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପ୍ ନେତା ମନୀଶ […] The post ମଦ ଦୁର୍ନୀତି ମାମଲାରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗିରଫ appeared first on KNews Odisha.

ମଦ ଦୁର୍ନୀତି ମାମଲାରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗିରଫ
kejriwal

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ଇଡି। ପୂର୍ବରୁ ୯ ଥର ଇଡିର ସମନ ଏଡାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁବାର ଦିଲ୍ଲୀ ହାଇକୋର୍ଟରୁ ଗିରଫଦାରୀ ବିରୋଧରେ ଅନ୍ତରୀଣ ରହିତାଦେଶ ମିଳି ନଥିଲା। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲା ଇଡି।

ବିଆରଏସ ନେତ୍ରୀ କେ କବିତା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପ୍ ନେତା ମନୀଶ ସିସୋଦିଆ ଓ ସଞ୍ଜୟ ସିଂଙ୍କ ସହିତ ମିଶି ମଦ ଦୁର୍ନୀତି ମାମଲାରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛି ଇଡି। ଦକ୍ଷିଣ ଭାରତର କିଛି ମଦ ବ୍ୟବସାୟୀଙ୍କୁ ଅନୁକମ୍ପା ପ୍ରଦର୍ଶନ ପାଇଁ ଏହି ଷଡଯନ୍ତ୍ର ହୋଇଥିବା ଇଡି ଅଭିଯୋଗ କରିବା ସହ ଏହାକୁ ସାଉଥ ଲବି ନାଁ ଦେଇଥିଲା।

ଏହି ସାଉଥ ଲବି ଆପକୁ ଶହେ କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା। କିଛି ଅଭିଯୁକ୍ତ ଓ ସାକ୍ଷୀ ମଦ ଦୁର୍ନୀତି ମାମଲାରେ କେଜ୍ରୱାଲଙ୍କ ନାଁ ନେଇଥିବା ଇଡି ନିଜ ରିମାଣ୍ଡ ନୋଟ ଓ ଚାର୍ଜସିଟରେ ଉଲ୍ଲେଖ କରିଥିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ବିଜୟ ନାୟାର ବାରମ୍ବାର କେଜ୍ରିୱାଲଙ୍କ ଅଫିସକୁ ଯାଉଥିବା ଓ ସେଠାରେ ସମୟ ବିତାଉଥିବା ଅଭିଯୋଗ କରିଛି ଇଡି। ନାୟାର ଇଣ୍ଡୋ ସ୍ପିରିଟ ମାଲିକ ସମୀର ମହେନ୍ଦ୍ରୁଙ୍କୁ କେଜ୍ରିୱାଲଙ୍କୁ ଭେଟାଇଥିଲା।

The post ମଦ ଦୁର୍ନୀତି ମାମଲାରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗିରଫ appeared first on KNews Odisha.