ମଦ ନିଶାରେ ଅଜା ଘରେ ନିଆଁ ଲଗାଇଦେଲେ ନାତି
ନୀଳଗିରି,୨ା୧(ପ୍ରଶାନ୍ତ କୁମାର ବିଶ୍ବାଳ): ଅଜା ଘରେ ନିଆଁ ଲଗାଇଦେଲେ ନାତି। ଜଳିଗଲା ୩ ବଖରା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧୀନ ୧୧ନମ୍ବର ୱାର୍ଡ ବାଣପୁର ଗାଁରେ। ଜୟରାମ ଦଳେଇଙ୍କ ଘରେ ତାଙ୍କ ଝିଅ, ଦୁଇ ନାତି ଦୀର୍ଘଦିନ ଧରି ରହିଆସୁଥିଲେ। ବଡ଼ନାତି ମାଧ ବିଶ୍ବାଳଙ୍କ ସହିତ ଅନ୍ୟ ଭାଇ ଗଣେଶଙ୍କ ମଧ୍ୟରେ ଝଗଡା ହୋଇଥିଲା। ମଦ ନିଶାରେ ଥିବା ବେଳେ ଉତ୍କ୍ଷିପ୍ତ ହୋଇ ନିଜେ ରହୁଥିବା ଚାଳ ଘରେ ନିଆଁ ଲଗାଇ […] The post ମଦ ନିଶାରେ ଅଜା ଘରେ ନିଆଁ ଲଗାଇଦେଲେ ନାତି appeared first on Dharitri Odia News.
ନୀଳଗିରି,୨ା୧(ପ୍ରଶାନ୍ତ କୁମାର ବିଶ୍ବାଳ): ଅଜା ଘରେ ନିଆଁ ଲଗାଇଦେଲେ ନାତି। ଜଳିଗଲା ୩ ବଖରା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧୀନ ୧୧ନମ୍ବର ୱାର୍ଡ ବାଣପୁର ଗାଁରେ।
ଜୟରାମ ଦଳେଇଙ୍କ ଘରେ ତାଙ୍କ ଝିଅ, ଦୁଇ ନାତି ଦୀର୍ଘଦିନ ଧରି ରହିଆସୁଥିଲେ। ବଡ଼ନାତି ମାଧ ବିଶ୍ବାଳଙ୍କ ସହିତ ଅନ୍ୟ ଭାଇ ଗଣେଶଙ୍କ ମଧ୍ୟରେ ଝଗଡା ହୋଇଥିଲା। ମଦ ନିଶାରେ ଥିବା ବେଳେ ଉତ୍କ୍ଷିପ୍ତ ହୋଇ ନିଜେ ରହୁଥିବା ଚାଳ ଘରେ ନିଆଁ ଲଗାଇ ଦେଇଥିଲେ। ଗାଁଲୋକେ ଲିଭାଇବା ପାଇଁ ଯିବା ବେଳକୁ ମାଧ ସେମାନଙ୍କୁ ଛାଡି ନ ଥିଲେ। ଫଳରେ ଗ୍ରାମବାସୀ ନିଆଁକୁ ଲିଭାଇ ପାରି ନ ଥିଲେ। ପରେ ଦମକଳ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା। ପୋଲିସ ନାତି ମାଧ ଓ ଗଣେଶଙ୍କୁ ଥାନାରେ ଅଟକ ରଖିଛି।
The post ମଦ ନିଶାରେ ଅଜା ଘରେ ନିଆଁ ଲଗାଇଦେଲେ ନାତି appeared first on Dharitri Odia News.