ମଦ ପିଇ ନୂଆବର୍ଷ ସେଲିବ୍ରେସନ୍ କରିବାର ଥିଲେ ମାନନ୍ତୁ ପୁଲିସର ଏହି ପରାମର୍ଶ, ନହେଲେ ବନ୍ଧାହେବେ…..

ଭୁବନେଶ୍ବର : ଇଂରାଜୀ ନୂଆ ବର୍ଷ ପାଳନ ପାଇଁ ଚାରିଆଡେ ଆରମ୍ଭ ହୋଇଗଲାଣି ଉତ୍ସବର ମାହୋଲ। ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଆଉ ଏହାରି ମଧ୍ୟରେ ନବ ବର୍ଷ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ପ୍ରଶାସନ ନଜର ରଖିଛି। ଜିରୋ ନାଇଟ ସେଲିବ୍ରେସନ ବେଳେ ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଛି। ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ […]

ମଦ ପିଇ ନୂଆବର୍ଷ ସେଲିବ୍ରେସନ୍ କରିବାର ଥିଲେ ମାନନ୍ତୁ ପୁଲିସର ଏହି ପରାମର୍ଶ, ନହେଲେ ବନ୍ଧାହେବେ…..
Anti-burglary squad formed by COMMISSIONERATE POLICE

ଭୁବନେଶ୍ବର : ଇଂରାଜୀ ନୂଆ ବର୍ଷ ପାଳନ ପାଇଁ ଚାରିଆଡେ ଆରମ୍ଭ ହୋଇଗଲାଣି ଉତ୍ସବର ମାହୋଲ। ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଆଉ ଏହାରି ମଧ୍ୟରେ ନବ ବର୍ଷ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ପ୍ରଶାସନ ନଜର ରଖିଛି। ଜିରୋ ନାଇଟ ସେଲିବ୍ରେସନ ବେଳେ ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଛି। ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ। ଜିରୋ ନାଇଟର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ । ଚୋରା ମଦ ବିକ୍ରି କଲେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ଆଇନମନ୍ତ୍ରୀ କହିଛନ୍ତି।

ସେପଟେ ନୂଆ ବର୍ଷ ଆଉ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କମିଶନରେଟ ପୁଲିସ ମଧ୍ୟ ପ୍ରସ୍ତୁତ ହୋଇଯାଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ବରର ଅନେକ ଜାଗାରେ ନୂଆ ବର୍ଷକୁ ଧୁମ୍ ଧାମରେ ପାଳନ କରାଯିବ । ସେଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କମିଶନରେଟ ପୁଲିସ ପକ୍ଷରୁ ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ଵ ଦିଆଯାଇଛି। ନୂଆ ବର୍ଷ ସେଲିବ୍ରେସନ୍ ବେଳେ କିଭଳି କୌଣସି ବିଶୃଙ୍ଖଳା ନହେଉ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଯାହାକୁ ନେଇ ଆଜି ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ପୁଲିସ ପକ୍ଷରୁ ‘ଡ୍ରଙ୍କ ଆଣ୍ଡ ଡ୍ରାଇଭ୍’ ଉପରେ ବେଶି ଗୁରୁତ୍ବ ଦିଆଯିବ ।

ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ନୂଆବର୍ଷ ପାଇଁ ୩୧ ଡେସେମ୍ବର ସନ୍ଧ୍ୟାରୁ ସାରା ସହରରେ ବ୍ଲକିଂ ଆଉ ଚେକିଂ କଡ଼ାକଡ଼ି କରାଯିବ। ଜିରୋ ନାଇଟ୍ ସେଲିବ୍ରେସନ୍ କରନ୍ତୁ ହେଲେ ମଦ ପିଇ ଗାଡି ଚଳାନ୍ତୁ ନାହିଁ। ଯଦି ମଦ ପିଇ ପାର୍ଟି କରିବାକୁ ପ୍ଲାନ୍ ଅଛି, ତାହାଲେ ସାଙ୍ଗରେ ଡ୍ରାଇଭର୍ ଧରି ଆସନ୍ତୁ। କିନ୍ତୁ ମଦ ପିଇ ନିଜେ ଗାଡି ଚଳାନ୍ତୁ ନାହିଁ। ଯଦି ଏପରି କରନ୍ତି ତେବେ ପୁଲିସ ଆପଣଙ୍କୁ ଗିରଫ କରିବ।

ସେହିପରି ଡିସିପି ଆହୁରି ମଧ୍ୟ କହିଛନ୍ତି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନକୁ ବରଦାସ୍ତ କରାଯିବ ନାହିଁ । ଯିଏ ବି ବିଶୃଙ୍ଖଳିତ ଆଚରଣ କରିବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସିସିଟିଭି ସର୍ଭେଲାନ୍ସରେ ରହିବ ସାରା ଭୁବନେଶ୍ୱର । ଅଘଟଣ ନହେବା ଉପରେ ଗୁରୁତ୍ଵ ଦିଆଯିବ । ଯେଉଁମାନେ ପବ୍ଲିକ ପ୍ଲେସରେ ସେଲିବ୍ରେସନ୍ ପାର୍ଟି କରିବେ ସେମାନେ ଲାଇସେନ୍ସ ନେବାକୁ ବାଧ୍ୟ । ପ୍ରାଇଭେଟ୍ ପାର୍ଟି ପାଇଁ ଆବଶ୍ୟକ ନାହିଁ ଲାଇସେନ୍ସ । ଚୋରା ମଦ କାରବାର ଉପରେ ନଜର ରଖିଛୁ । ଅବକାରୀ ବିଭାଗ ସାଙ୍ଗେ ମିଶି ରେଡ୍ ହେବ । ବ୍ଲକିଂ, ଏମଭି ଚେକିଂ, ହୋଟେଲ୍ ରେଡ୍, ଚୋରା ମଦ ଦୋକାନ ଉପରେ ରେଡ୍ ହେବ । ସବୁ ଥାନାକୁ ଅର୍ଡର ଦିଆଯାଇଛି ଚେକିଙ୍ଗ ପାଇଁ । ଉତ୍ସବ ପାଳନ କରନ୍ତୁ ହେଲେ ନିୟମ ଭିତରେ ରୁହନ୍ତୁ ବୋଲି ଡିସିପି କହିଛନ୍ତି।