ମଦ ପିଇ ଭଉଣୀକୁ ପିଟୁଥିଲା ଭିଣୋଇ, ହତ୍ୟା କରି ବନ୍ଧାହେଲା ଶାଳକ

ଭୁବନେଶ୍ବର ୨୩।୩: ଭିଣୋଇକୁ ହତ୍ୟା କରି ଶାଳକ ଗିରଫ ହୋଇଛନ୍ତି । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ କଳାରାହାଙ୍ଗରେ ଗତ ୨୧ ତାରିଖ ସନ୍ଧ୍ୟାରେ ଘଟିଥିଲା ହତ୍ୟାକାଣ୍ଡ । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ କଳାରାହାଙ୍ଗର ବାବାଜୀ ବେହେରା ମଦ ପିଇ ସବୁବେଳେ ତାଙ୍କ ପତ୍ନୀଙ୍କୁ ମାରପିଟ କରୁଥିଲେ । ଗତ ଗୁରୁବାର ସନ୍ଧ୍ୟାରେ ବାବାଜୀ ଅତ୍ୟଧିକ ମଦ୍ୟପାନ କରି ପତ୍ନୀଙ୍କ ସହିତ ଝଗଡା ଆରମ୍ଭ କରିଦେଇଥିଲେ । ଏଥିରେ ଅତିଷ୍ଟ ହୋଇ ପତ୍ନୀ ସୁନୀତା ତାଙ୍କ ଭାଇ ପ୍ରୀତମ ବେହେରାକୁ ଖବର ଦେଇଥିଲା । ଏହାପରେ ପ୍ରୀତମ ଭଉଣୀଙ୍କ ଘରେ ପହଞ୍ଚି ଭିଣୋଇ ବାବାଜୀକୁ ମାରପିଟ କରିଥିଲା । ମୁମୂର୍ଷୁ ଅବସ୍ଥାରେ ବାବାଜୀକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବାବାଜୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୋଲିସ ପ୍ରୀତମକୁ ଗିରଫ କରି କୋର୍ଟ ଚାଲାଣ କରିଛି । You Can Read :ପୁରୀ ଶ୍ରୀମନ୍ଦିରରେ ଭାରତୀୟ ହକି ଟିମ୍, ମହାପ୍ରଭୁଙ୍କୁ କଲେ ଦର୍ଶନ 

ମଦ ପିଇ ଭଉଣୀକୁ ପିଟୁଥିଲା ଭିଣୋଇ, ହତ୍ୟା କରି ବନ୍ଧାହେଲା ଶାଳକ

ଭୁବନେଶ୍ବର ୩: ଭିଣୋଇକୁ ହତ୍ୟା କରି ଶାଳକ ଗିରଫ ହୋଇଛନ୍ତି । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ କଳାରାହାଙ୍ଗରେ ଗତ ୨୧ ତାରିଖ ସନ୍ଧ୍ୟାରେ ଘଟିଥିଲା ହତ୍ୟାକାଣ୍ଡ । 

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ କଳାରାହାଙ୍ଗର ବାବାଜୀ ବେହେରା ମଦ ପିଇ ସବୁବେଳେ ତାଙ୍କ ପତ୍ନୀଙ୍କୁ ମାରପିଟ କରୁଥିଲେ । ଗତ ଗୁରୁବାର ସନ୍ଧ୍ୟାରେ ବାବାଜୀ ଅତ୍ୟଧିକ ମଦ୍ୟପାନ କରି ପତ୍ନୀଙ୍କ ସହିତ ଝଗଡା ଆରମ୍ଭ କରିଦେଇଥିଲେ । ଏଥିରେ ଅତିଷ୍ଟ ହୋଇ ପତ୍ନୀ ସୁନୀତା ତାଙ୍କ ଭାଇ ପ୍ରୀତମ ବେହେରାକୁ ଖବର ଦେଇଥିଲା । ଏହାପରେ ପ୍ରୀତମ ଭଉଣୀଙ୍କ ଘରେ ପହଞ୍ଚି ଭିଣୋଇ ବାବାଜୀକୁ ମାରପିଟ କରିଥିଲା । ମୁମୂର୍ଷୁ ଅବସ୍ଥାରେ ବାବାଜୀକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବାବାଜୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୋଲିସ ପ୍ରୀତମକୁ ଗିରଫ କରି କୋର୍ଟ ଚାଲାଣ କରିଛି । 

You Can Read :

ପୁରୀ ଶ୍ରୀମନ୍ଦିରରେ ଭାରତୀୟ ହକି ଟିମ୍, ମହାପ୍ରଭୁଙ୍କୁ କଲେ ଦର୍ଶନ