୨୦ ହଜାର ଲୋକଙ୍କ ପାଇଁ ଭବ୍ୟ ଆୟୋଜନ,ଖର୍ଚ୍ଚ ହୋଇଛି ପ୍ରାୟ ୩୮ ଲକ୍ଷ

ନୂଆଦିଲ୍ଲୀ ୨୨/୧୧: ପାକିସ୍ତାନ ଗୁଜରାନୱାଲାରୁ ଆସିଛି ଚମକାଇ ଦେଲା ପରି ଖବର । ଯାହା ସୋସିଆଲ ମିଡିଆରେ ହୋଇଛି ଟ୍ରେଣ୍ଡିଂ ନ୍ୟୁଜ। ଜଣେ ଭିକ୍ଷୁକ ପରିବାର ଦେଇଛନ୍ତି ରାଜକୀୟ ଭୋଜି । ଯାହା ଅନେକ କୋଟିପତି ଓ ଅରବପତିଙ୍କ ହୃଦୟକୁ ଛୁଇଁଚି । ୨୦ ହଜାର ଲୋକଙ୍କ ପାଇଁ କରାଯାଇଥିଲା ଆୟୋଜନ ।  ଅତିଥିଙ୍କୁ ଭୋଜି ସ୍ଥାନରେ ପହଞ୍ଚାଇବା ପାଇଁ ୨ହଜାରରୁ ଅଧିକ ସୁସଜ୍ଜିତ ଗାଡିର ବ୍ୟବସ୍ଥା ହୋଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପରିବାର ଏହି ଭୋଜିରେ ଯେତିକି ଖର୍ଚ୍ଚ କରିଥିଲେ ତାହା ଭାରତୀୟ ମୁଦ୍ରାରେ ପ୍ରାୟ୩୮ ଲକ୍ଷ ପାଖାପାଖି ହେବ ।ଜେଜେମାଆଙ୍କ ୪୦ ତମ ଶ୍ରାଦ୍ଧ ବାର୍ଷିକୀରେ ଏମିତି ରାଜକୀୟ ଭୋଜିର  ଆୟୋଜନ କରିଥିଲେ ।ଭୋଜିରେ ଅତିଥିଙ୍କ ପାଇଁ ଥିଲା ବିରିୟାନୀ,ମଟନ,କୋରମା ସହ ବିଭିନ୍ନ ପ୍ରକାର ସୁସ୍ବାଦୁ ମିଠା ।  ମଟନ ପାଇଁ ୨୫୦ ଜଣ ଛେଳିଙ୍କୁ ମରାଯାଇଥିବା କୁହାଯାଉଛି । ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ରାତ୍ରି ଭୋଜନ ଯାଏ ବ୍ୟବସ୍ଥା ହୋଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ଭିୟୁର୍ସଙ୍କ କମେଣ୍ଟ ଆସିଛି । ଅନେକ ଏହାକୁ ପ୍ରଶଂସା କରିଥିବାବେଳେ ଆଉ କେହି କେହି ଏତେ ପଇସା କେଉଁଠୁ ଆଣିଲେ ବୋଲି ପ୍ରଶ୍ନ କରିଛନ୍ତି ।     

୨୦ ହଜାର ଲୋକଙ୍କ ପାଇଁ ଭବ୍ୟ ଆୟୋଜନ,ଖର୍ଚ୍ଚ ହୋଇଛି ପ୍ରାୟ ୩୮ ଲକ୍ଷ

ନୂଆଦିଲ୍ଲୀ ୨୨/୧୧: ପାକିସ୍ତାନ ଗୁଜରାନୱାଲାରୁ ଆସିଛି ଚମକାଇ ଦେଲା ପରି ଖବର । ଯାହା ସୋସିଆଲ ମିଡିଆରେ ହୋଇଛି ଟ୍ରେଣ୍ଡିଂ ନ୍ୟୁଜ। ଜଣେ ଭିକ୍ଷୁକ ପରିବାର ଦେଇଛନ୍ତି ରାଜକୀୟ ଭୋଜି । ଯାହା ଅନେକ କୋଟିପତି ଓ ଅରବପତିଙ୍କ ହୃଦୟକୁ ଛୁଇଁଚି । ୨୦ ହଜାର ଲୋକଙ୍କ ପାଇଁ କରାଯାଇଥିଲା ଆୟୋଜନ ।  ଅତିଥିଙ୍କୁ ଭୋଜି ସ୍ଥାନରେ ପହଞ୍ଚାଇବା ପାଇଁ ୨ହଜାରରୁ ଅଧିକ ସୁସଜ୍ଜିତ ଗାଡିର ବ୍ୟବସ୍ଥା ହୋଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପରିବାର ଏହି ଭୋଜିରେ ଯେତିକି ଖର୍ଚ୍ଚ କରିଥିଲେ ତାହା ଭାରତୀୟ ମୁଦ୍ରାରେ ପ୍ରାୟ୩୮ ଲକ୍ଷ ପାଖାପାଖି ହେବ ।

ଜେଜେମାଆଙ୍କ ୪୦ ତମ ଶ୍ରାଦ୍ଧ ବାର୍ଷିକୀରେ ଏମିତି ରାଜକୀୟ ଭୋଜିର  ଆୟୋଜନ କରିଥିଲେ ।ଭୋଜିରେ ଅତିଥିଙ୍କ ପାଇଁ ଥିଲା ବିରିୟାନୀ,ମଟନ,କୋରମା ସହ ବିଭିନ୍ନ ପ୍ରକାର ସୁସ୍ବାଦୁ ମିଠା ।  ମଟନ ପାଇଁ ୨୫୦ ଜଣ ଛେଳିଙ୍କୁ ମରାଯାଇଥିବା କୁହାଯାଉଛି । ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ରାତ୍ରି ଭୋଜନ ଯାଏ ବ୍ୟବସ୍ଥା ହୋଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ଭିୟୁର୍ସଙ୍କ କମେଣ୍ଟ ଆସିଛି । ଅନେକ ଏହାକୁ ପ୍ରଶଂସା କରିଥିବାବେଳେ ଆଉ କେହି କେହି ଏତେ ପଇସା କେଉଁଠୁ ଆଣିଲେ ବୋଲି ପ୍ରଶ୍ନ କରିଛନ୍ତି ।