ଅସୁରକ୍ଷିତ ଗଜରାଜ, ମାଲଗାଡି ଧକ୍କାରେ ହାତୀ ଛୁଆ ମୃତ

ରାଉରକେଲା ୧୫।୧୦ : ଅସୁରକ୍ଷିତ ଗଜରାଜ । ମାଲଗାଡି ଧକ୍କାରେ ୮ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଛି। ରାଉରକେଲା ବନ୍ଧମୁଣ୍ଡା ଆର୍‌. କ୍ୟାବିନ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା ।  ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ୯.୧୫ ମିନିଟ୍‌ ସମୟରେ ରାଉରକେଲା ବନ୍ଧମୁଣ୍ଡା ଆର୍‌ କ୍ୟାବିନ୍‌ ନିକଟରେ ଏକ ମାଲଗାଡି ଧକ୍କାରେ ୮ ବର୍ଷ ହାତୀ ଛୁଆର ମୃତ୍ୟୁ ହୋଇଛି।ସେପଟେ  ହାତୀ ମୃତ୍ୟୁର ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।  ତେବେ ଗତ କିଛି ଦିନ ବନ୍ଧମୁଣ୍ଡା ରାଉରକେଲା ରେଳ ଧାରଣା ନିକଟ ଜଙ୍ଗଲରେ ଚଳପ୍ରଚଳ କରୁଛନ୍ତି ୨୩ ଗୋଟି ହାତୀ । ଯାହାକୁ ନେଇ ବନବିଭାଗ ନିକଟରେ ରେଳ ବିଭାଗକୁ ଆଲର୍ଟ କରିଥିଲା । ଆଉ ଏବେ ସୋମବାର ରାତିରେ ଟ୍ରେନ୍‌ ଧକ୍କାରେ ଏକ ହାତୀର ମୃତ୍ୟୁ ହୋଇଛି ।  

ଅସୁରକ୍ଷିତ ଗଜରାଜ, ମାଲଗାଡି ଧକ୍କାରେ ହାତୀ ଛୁଆ ମୃତ

ରାଉରକେଲା ୧୫।୧୦ : ଅସୁରକ୍ଷିତ ଗଜରାଜ । ମାଲଗାଡି ଧକ୍କାରେ ୮ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଛି। ରାଉରକେଲା ବନ୍ଧମୁଣ୍ଡା ଆର୍‌. କ୍ୟାବିନ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା ।  

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ୯.୧୫ ମିନିଟ୍‌ ସମୟରେ ରାଉରକେଲା ବନ୍ଧମୁଣ୍ଡା ଆର୍‌ କ୍ୟାବିନ୍‌ ନିକଟରେ ଏକ ମାଲଗାଡି ଧକ୍କାରେ ୮ ବର୍ଷ ହାତୀ ଛୁଆର ମୃତ୍ୟୁ ହୋଇଛି।ସେପଟେ  ହାତୀ ମୃତ୍ୟୁର ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।  

ତେବେ ଗତ କିଛି ଦିନ ବନ୍ଧମୁଣ୍ଡା ରାଉରକେଲା ରେଳ ଧାରଣା ନିକଟ ଜଙ୍ଗଲରେ ଚଳପ୍ରଚଳ କରୁଛନ୍ତି ୨୩ ଗୋଟି ହାତୀ । ଯାହାକୁ ନେଇ ବନବିଭାଗ ନିକଟରେ ରେଳ ବିଭାଗକୁ ଆଲର୍ଟ କରିଥିଲା । ଆଉ ଏବେ ସୋମବାର ରାତିରେ ଟ୍ରେନ୍‌ ଧକ୍କାରେ ଏକ ହାତୀର ମୃତ୍ୟୁ ହୋଇଛି ।