ମଦ ପିଇ ମରଣ ପରଠୁ ମଉନି ଯାଇଛି ସାରା ଗାଁ !
୨ ଜଣଙ୍କ ଜୀବନ ତ ଚାଲିଗଲା। ହେଲେ ଯେଉଁ ୧୨ ଜଣ ମରଣ ସହ ସଂଘର୍ଷ କରୁଛନ୍ତି, ଅନ୍ତତଃ ସେମାନେ ମେଡ଼ିକାଲରୁ ସୁସ୍ଥ ହୋଇ ଫେରିଆସିବା ବାଟକୁ ଅନାଇ ରହିଛନ୍ତି ଆତ୍ମୀୟ ସ୍ୱଜନ।
ମଦ ପିଇ ମରଣ ପରଠୁ ମଉନି ଯାଇଛି ସାରା ଗାଁ । ମଦମୃତ୍ୟୁର ବିଭୀଷିକା ପରଠୁ ଶୁଖୁନି ଲୁହ । କିଏ ସ୍ୱାମୀଙ୍କୁ ହରାଇ ସ୍ତବ୍ଧ ତ ଆଉ କିଏ ଘର ହୋଇଯାଇଛି ମୁରବୀ ଶୂନ୍ୟ। ଚିକିଟି ପେଣ୍ଠ ଜେନାପୁର ମଦ ଟ୍ରାଜେଡିକୁ ଇତିମଧ୍ୟରେ ବିତିଯାଇଛି ୩ ଦିନ । ୨ ଜଣଙ୍କ ଜୀବନ ତ ଚାଲିଗଲା। ହେଲେ ଯେଉଁ ୧୨ ଜଣ ମରଣ ସହ ସଂଘର୍ଷ କରୁଛନ୍ତି, ଅନ୍ତତଃ ସେମାନେ ମେଡ଼ିକାଲରୁ ସୁସ୍ଥ ହୋଇ ଫେରିଆସିବା ବାଟକୁ ଅନାଇ ରହିଛନ୍ତି ଆତ୍ମୀୟ ସ୍ୱଜନ। ତା’ସହ ଯିଏ ଏହି ମଦମୃତ୍ୟୁର ଜାଲ ବିଛାଇଛି, ସେହି ମାଫିଆକୁ ଚରମ ଦଣ୍ଡ ପାଇଁ ଦାବି କରିଛନ୍ତି।