ମଦ ମାଫିଆଙ୍କ ଆତଙ୍କରାଜ, ରେଡ୍ ବେଳେ ଅବକାରୀ ଟିମ୍ ଉପରେ କଲେ ଆକ୍ରମଣ
ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ଟିମ୍ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣ ପରେ ଖୁଣ୍ଟୁଣୀ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି।
ଚଢାଉ ବେଳେ ଅବକାରୀ ଟିମ୍ ଉପରେ ମଦ ମାଫିଆଙ୍କ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା । ଆଠଗଡ଼ରେ ଚଢାଉ ପାଇଁ ଯାଇଥିବା ବେଳେ ଅବକାରୀ ଟିମ୍ ଉପରେ ଆକ୍ରମଣ ହୋଇଛି । ମଦ ମାଫିଆଙ୍କ ଘରେ ରେଡ୍ କଲା ବେଳେ ଅବକାରୀ ଟିମ୍ ସହ ଅବକାରୀ ସୁପରିଟେଣ୍ଡେଣ୍ଟ୍ ଦେବାଶିଷ ପଟେଲଙ୍କୁ ଅଟକ ରଖିଥିଲେ ମଦ ମାଫିଆ।
ସୂଚନା ଅନୁସାରେ ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ଟିମ୍ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣ ପରେ ଖୁଣ୍ଟୁଣୀ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। କିନ୍ତୁ ପୋଲିସ ପହଞ୍ଚିବା ପରେ ବି ପ୍ରାୟ ୧୦ ଜଣ ଆକ୍ରମଣ କରିବା ବନ୍ଦ କରିନଥିଲେ। ଅବକାରୀ କର୍ମଚାରୀଙ୍କୁ ଠେଲାପେଲା କରିବା ସହ ଗାଳି ଗୁଲଜ ଓ ଗାଡ଼ି ଭଙ୍ଗାରୁଜା କରିଥିଲେ । ଦୀର୍ଘ ସମୟ ଧରି ସେମାନଙ୍କୁ ବୁଝାଇବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ଏ ନେଇ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଏତଲା ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସ୍ୱାଇଁକୁ ଅବକାରୀ ବିଭାଗ ଗିରଫ କରିଛି ।