ମଦରସା ବନ୍ଦ ନେଇ NCPCRର ସୁପାରିଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଦରସା ବନ୍ଦ କରିବା ନେଇ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (NCPCR)ର ସୁପାରିଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏନ୍‌ସିପିସିଆରର ସୁପାରିଶ ଉପରେ କାର୍ଯ୍ୟାନୁଷ୍ଠାନକୁ ମନା କରିଦେଇଛନ୍ତି । ଏହାସହ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ନୋଟିସ୍ ଜାରି କରିଛନ୍ତି । ଚାରି ସପ୍ତାହ ପରେ ପୁଣି ଥରେ ଶୁଣାଣି ହେବ ।ସୁପ୍ରିମକୋର୍ଟ ଅଣମାନ୍ୟତା ପ୍ରାପ୍ତ ମଦରସାର ଛାତ୍ରଙ୍କୁ ସରକାରୀ ସ୍କୁଲକୁ ଟ୍ରାନ୍ସଫର କରିବା ନେଇ ୟୁପି ସରକାରଙ୍କ ନିଷ୍ପତ୍ତି ଉପରେ ବି ରୋକ୍ ଲଗାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଶିକ୍ଷାର ଅଧିକାର ଆଇନ ଅନୁପାଳନ ନକରିବା ଉପରେ ସରକାରୀ ଅନୁଦାନ ଏବଂ ସହାୟତା ପ୍ରାପ୍ତ ମଦରସାକୁ ବନ୍ଦ କରିବା ପାଇଁ ସୁପାରିଶ କରିଥିଲେ ।ଏନସିପିସିଆର ନିଜ ରିପୋର୍ଟରେ ମଦରସାର କାର୍ଯ୍ୟପ୍ରଣାଳୀ ଉପରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ । ଏହାସହ ଶିକ୍ଷାର ଅଧିକାରୀ ନିୟମ ପାଳନ ନହେବା ଯାଏ ସରକାରୀ ଅନୁଦାନ ବନ୍ଦ କରିବା ପାଇଁ କହିଥିଲେ । ଏନସିପିସିଆର ସମସ୍ତ ଅଣ-ମୁସଲମାନ ପିଲାଙ୍କୁ ମଦରସାରୁ ବାହାର କରି ଆରଟିଇ ଅଧିନିୟମ ୨୦୦୯ ଅନୁସାରେ ସ୍କୁଲରେ ଭର୍ତ୍ତି କରିବା ପାଇଁ ସୁପାରିଶ କରିଥିଲେ । ଆୟୋଗ କହିଥିଲା ଯେ ଗରିବ ପୃଷ୍ଠଭୂମିର ମୁ

ମଦରସା ବନ୍ଦ ନେଇ NCPCRର ସୁପାରିଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଦରସା ବନ୍ଦ କରିବା ନେଇ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (NCPCR)ର ସୁପାରିଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏନ୍‌ସିପିସିଆରର ସୁପାରିଶ ଉପରେ କାର୍ଯ୍ୟାନୁଷ୍ଠାନକୁ ମନା କରିଦେଇଛନ୍ତି । ଏହାସହ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ନୋଟିସ୍ ଜାରି କରିଛନ୍ତି । ଚାରି ସପ୍ତାହ ପରେ ପୁଣି ଥରେ ଶୁଣାଣି ହେବ ।

ସୁପ୍ରିମକୋର୍ଟ ଅଣମାନ୍ୟତା ପ୍ରାପ୍ତ ମଦରସାର ଛାତ୍ରଙ୍କୁ ସରକାରୀ ସ୍କୁଲକୁ ଟ୍ରାନ୍ସଫର କରିବା ନେଇ ୟୁପି ସରକାରଙ୍କ ନିଷ୍ପତ୍ତି ଉପରେ ବି ରୋକ୍ ଲଗାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଶିକ୍ଷାର ଅଧିକାର ଆଇନ ଅନୁପାଳନ ନକରିବା ଉପରେ ସରକାରୀ ଅନୁଦାନ ଏବଂ ସହାୟତା ପ୍ରାପ୍ତ ମଦରସାକୁ ବନ୍ଦ କରିବା ପାଇଁ ସୁପାରିଶ କରିଥିଲେ ।

ଏନସିପିସିଆର ନିଜ ରିପୋର୍ଟରେ ମଦରସାର କାର୍ଯ୍ୟପ୍ରଣାଳୀ ଉପରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ । ଏହାସହ ଶିକ୍ଷାର ଅଧିକାରୀ ନିୟମ ପାଳନ ନହେବା ଯାଏ ସରକାରୀ ଅନୁଦାନ ବନ୍ଦ କରିବା ପାଇଁ କହିଥିଲେ । ଏନସିପିସିଆର ସମସ୍ତ ଅଣ-ମୁସଲମାନ ପିଲାଙ୍କୁ ମଦରସାରୁ ବାହାର କରି ଆରଟିଇ ଅଧିନିୟମ ୨୦୦୯ ଅନୁସାରେ ସ୍କୁଲରେ ଭର୍ତ୍ତି କରିବା ପାଇଁ ସୁପାରିଶ କରିଥିଲେ । ଆୟୋଗ କହିଥିଲା ଯେ ଗରିବ ପୃଷ୍ଠଭୂମିର ମୁସଲମାନ ଛାତ୍ରଙ୍କ ଉପରେ ଅଧିକାଂଶ ସମୟରେ ଧର୍ମନିରପେକ୍ଷ ଶିକ୍ଷା ପରିବର୍ତ୍ତେ ଧାର୍ମିକ ଶିକ୍ଷା ନେବା ପାଇଁ ଚାପ ପଡ଼ିଥାଏ ।

ଅନ୍ୟପଟେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ କହିଛନ୍ତି ଯେ ସେ ମଦରସାଙ୍କୁ ବନ୍ଦ କରିବା ପାଇଁ କେବେ କହି ନାହାନ୍ତି । ବରଂ ଏହି ସଂସ୍ଥାନକୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅନୁଦାନ ଉପରେ ରୋକ ଲଗାଇବା ପାଇଁ ସୁପାରିଶ କରିଛି, କାରଣ ଏହି ସଂସ୍ଥା ଗରିବ ମୁସଲମାନ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରୁଛି ।