ରେଡ୍ ବଲ୍ ଟିମ୍‌ର କମାଣ୍ଡ ସମ୍ଭାଳିବେ ଶୁବମନ ଗିଲ୍, ସାମୀ ଆଉଟ୍, ଶାର୍ଦ୍ଦୁଲ ଠାକୁର ଇନ୍

ମୁମ୍ୱାଇ ୨୪/୦୫:  ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିପାଇଁ ଘୋଷଣା ହୋଇଛି ଦଳ । ରେଡ୍ ବଲ୍ ଦଳର କମାଣ୍ଡ ସମ୍ଭାଳିବେ ଶୁବମନ ଗିଲ୍ । ଅର୍ଥାତ୍ ଦଳର କ୍ୟାପଟେନ୍ ଗିଲ୍ । ସେହିଭଳି ଋଷଭ ପନ୍ତ ଉପ-ଅଧିନାୟକ । କାରଣ ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଉଭୟ ଖେଳାଳି ଦଳ ପାଇଁ ଥିଲେ ଅଭିଜ୍ଞ । ସେତିକି ନୁହେଁ ରୋହିତ ଥିଲେ ଟେଷ୍ଟ ଦଳର କ୍ୟାପଟେନ୍ । ଏବେ ଦଳ ରୋହିତଙ୍କ ବିନା ପଡିଆକୁ ଓହ୍ଲାଇବ । ରୋହିତଙ୍କ ରିପ୍ଲେସମେଣ୍ଟ ହିସାବରେ ଏବେ ଗିଲ୍ ସମ୍ଭାଳିବେ ଦଳର କମାଣ୍ଡ । Shubman Gill-led #TeamIndia are READY for an action-packed Test series ????A look at the squad for India Men’s Tour of England ????#ENGvIND | @ShubmanGill pic.twitter.com/y2cnQoWIpq— BCCI (@BCCI) May 24, 2025ସୂଚନାଥାଉକି, ଜୁନ୍‌ ୨୦ରୁ ଅଗଷ୍ଟ ୪ ମଧ୍ୟରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଦଳ ଚୟନ ପାଇଁ ବୈଠକ ମୁମ୍ବାଇସ୍ଥିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବିସିସିଆଇ ସଚିବ ଦେବଜିତ ସାଇକିଆ ଓ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟିର ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଜିତ ଅଗରକର ଭାରତୀୟ ଦଳ ଘ

ରେଡ୍ ବଲ୍ ଟିମ୍‌ର କମାଣ୍ଡ ସମ୍ଭାଳିବେ ଶୁବମନ ଗିଲ୍, ସାମୀ ଆଉଟ୍, ଶାର୍ଦ୍ଦୁଲ ଠାକୁର ଇନ୍

ମୁମ୍ୱାଇ ୨୪/୦୫:  ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିପାଇଁ ଘୋଷଣା ହୋଇଛି ଦଳ । ରେଡ୍ ବଲ୍ ଦଳର କମାଣ୍ଡ ସମ୍ଭାଳିବେ ଶୁବମନ ଗିଲ୍ । ଅର୍ଥାତ୍ ଦଳର କ୍ୟାପଟେନ୍ ଗିଲ୍ । ସେହିଭଳି ଋଷଭ ପନ୍ତ ଉପ-ଅଧିନାୟକ । କାରଣ ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଉଭୟ ଖେଳାଳି ଦଳ ପାଇଁ ଥିଲେ ଅଭିଜ୍ଞ । ସେତିକି ନୁହେଁ ରୋହିତ ଥିଲେ ଟେଷ୍ଟ ଦଳର କ୍ୟାପଟେନ୍ । ଏବେ ଦଳ ରୋହିତଙ୍କ ବିନା ପଡିଆକୁ ଓହ୍ଲାଇବ । ରୋହିତଙ୍କ ରିପ୍ଲେସମେଣ୍ଟ ହିସାବରେ ଏବେ ଗିଲ୍ ସମ୍ଭାଳିବେ ଦଳର କମାଣ୍ଡ । 


ସୂଚନାଥାଉକି, ଜୁନ୍‌ ୨୦ରୁ ଅଗଷ୍ଟ ୪ ମଧ୍ୟରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଦଳ ଚୟନ ପାଇଁ ବୈଠକ ମୁମ୍ବାଇସ୍ଥିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବିସିସିଆଇ ସଚିବ ଦେବଜିତ ସାଇକିଆ ଓ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟିର ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଜିତ ଅଗରକର ଭାରତୀୟ ଦଳ ଘୋଷଣା କରିଥିଲେ।

ଟିମ୍ ଇଣ୍ଡିଆ ସ୍କ୍ୱାଡ: ଶୁଭମାନ ଗିଲ (ଅଧିନାୟକ), ଯଶସ୍ୱୀ ଜୈସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଋଷଭ ପନ୍ତ (ଉପ-ଅଧିନାୟକ / ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ୍ ଜୁରେଲ (ୱିକେଟ୍ କିପର), ଅଭିମନ୍ୟୁ ଇଶ୍ୱରନ୍, ଶାର୍ଦ୍ଦୁଲ୍ ଠାକୁର, ଜସପ୍ରୀତ, କରୁଣ ନାୟାର, ୱାଶିଂଟନ୍ ସୁନ୍ଦର, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ।