ମଧୁବିଦ୍ୟା ପୀଠର ବାର୍ଷିକୋତ୍ସବ: କୃତି ଛାତ୍ରୀଛାତ୍ରଙ୍କୁ କରାଗଲା ପୁରସ୍କୃତ

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟା ପୀଠ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମମତାରାଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା ସଂଯୋଜନା କରିଥିଲେ। ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥି, ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ, ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ଖଲିକୋଟ ଡାଇଟ ଶିକ୍ଷକ ପ୍ରଶିକ୍ଷିକା ନିବେଦିତା […] The post ମଧୁବିଦ୍ୟା ପୀଠର ବାର୍ଷିକୋତ୍ସବ: କୃତି ଛାତ୍ରୀଛାତ୍ରଙ୍କୁ କରାଗଲା ପୁରସ୍କୃତ appeared first on Dharitri Odia News.

ମଧୁବିଦ୍ୟା ପୀଠର ବାର୍ଷିକୋତ୍ସବ: କୃତି ଛାତ୍ରୀଛାତ୍ରଙ୍କୁ କରାଗଲା ପୁରସ୍କୃତ

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟା ପୀଠ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମମତାରାଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା ସଂଯୋଜନା କରିଥିଲେ। ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥି, ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ, ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ଖଲିକୋଟ ଡାଇଟ ଶିକ୍ଷକ ପ୍ରଶିକ୍ଷିକା ନିବେଦିତା ପାଢୀ, ଏବିଇଓ ବିଶ୍ରବା ପାଇକ, କାଉନସିଲର ଜ୍ୟୋସ୍ନା ଜେନା, ବ୍ଲକ ଏନପିଏସ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୌଡ ଯୋଗ ଦେଇଥିଲେ। ସେହିପରି ବ୍ଲକ ମିଳିତ ଶିକ୍ଷକ ସଂଘ ସଭାପତି ଇ. ଗଣେଶ ପାତ୍ର, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗୌରଚନ୍ଦ୍ର ପଟ୍ଟନାୟକ, ସିଆରସିସି ଅନିଲ କୁମାର ଦାସ, ସୁବ୍ରତ କୁମାର ପଣ୍ଡା, ରବିନ୍ଦ୍ର ବେହେରା, ମେନସନ ପ୍ରଧାନ, ଗୋଷ୍ଠୀ ସମ୍ଭଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ନରସିଂହ ପାଠୀ, ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସହରର ବହୁ ଗଣମାନ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

The post ମଧୁବିଦ୍ୟା ପୀଠର ବାର୍ଷିକୋତ୍ସବ: କୃତି ଛାତ୍ରୀଛାତ୍ରଙ୍କୁ କରାଗଲା ପୁରସ୍କୃତ appeared first on Dharitri Odia News.