ମଧ୍ୟପ୍ରାଚ୍ୟରେ ବିଗୁଡୁଛି ସ୍ଥିତି, ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ଘନଉଛି ଯୁଦ୍ଧ ଆଶଂକା
କନକ ବ୍ୟୁରୋ : ଶନିବାର ଭୋରୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ। ଯାହାକୁ ନେଇ ପୁଣି ଅସ୍ଥିର ହୋଇପଡିଛି ମଧ୍ୟପ୍ରାଚ୍ୟ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବଡ଼ ଧରଣର ଆକ୍ରମଣ । ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ଇରାନ ଇସ୍ରାଏଲ ଉପରେ ଶହ ଶହ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଆକ୍ରମଣର ୨୪ ଦିନ ପରେ ଏହି ଆକ୍ରମଣର ପ୍ରତିଶୋଧ ନେଇଛି ଆଇଡିଏଫ। ଇରାନର ରାଜଧାନୀ ତେହେରାନର ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ରାତିରେ ୫ଟି ସ୍ଥାନ ବଡ଼ ବିସ୍ଫୋରଣ କରାଯାଇଛି । ଇରାନର ସାମରିକ ବେସକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ। ଇରାନର କ୍ରମାଗତ ଆକ୍ରମଣର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରୁଛି ବୋଲି ଆଇଡିଏଫ୍ କହିଛି। ସେପଟେ ରାଜଧାନୀ ତେହେରାନରେ ପରିସ୍ଥିତି ସ୍ୱାଭାବିକ ଥିବା ଇରାନ କହିଛି। ଏହି ଆକ୍ରମଣରେ ଇରାନର କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାର ରିପୋର୍ଟ ସାମ୍ନାକୁ ଆସିନାହିଁ। ଆଇଡିଏଫ୍ ଦ୍ବାରା ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ହତ୍ୟା ପରେ ଆକ୍ରମଣାତ୍ମକ ହୋଇପଡିଛି ଇରାନ।