ମାଟି ଅତଡ଼ା ଧସି ୩ ମହିଳାଙ୍କ ଜୀବନ ଗଲା
କୋରାପୁଟ,୧୫ା୬(ଅମିତାଭ ବେହେରା): କୋଲାବ ଡ୍ୟାମ୍ କୂଳରେ ୩ ଜଣ ମହିଳା ମୋରମ ଖୋଲୁଥିବା ବେଳେ ମାଟି ଅତଡ଼ା ଧସି ଚାପି ହୋଇଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂତ୍ରରୁ ପ୍ରକାଶ ଯେ, କୋରାପୁଟ ବ୍ଲକ ଅନ୍ତର୍ଗତ କେରଙ୍ଗା ପଞ୍ଚାୟତର କୋଲାବ ଡ୍ୟାମ୍ ନିକଟ ମଙ୍ଗଳା ମନ୍ଦିର ସମ୍ମୁଖରେ ଥିବା ଏକ ଉଚ୍ଚ ସ୍ଥାନରୁ ମୋରମ କାଢୁଥିବା ବେଳେ ହଠାତ୍ ଏକ ମାଟି ଅତଡ଼ା ଧସି ଯିବାରୁ ଏହି ୩ ମହିଳା ଚାପି ହୋଇଯାଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ କୋରାପୁଟ […] The post ମାଟି ଅତଡ଼ା ଧସି ୩ ମହିଳାଙ୍କ ଜୀବନ ଗଲା appeared first on Dharitri Odia News.
କୋରାପୁଟ,୧୫ା୬(ଅମିତାଭ ବେହେରା): କୋଲାବ ଡ୍ୟାମ୍ କୂଳରେ ୩ ଜଣ ମହିଳା ମୋରମ ଖୋଲୁଥିବା ବେଳେ ମାଟି ଅତଡ଼ା ଧସି ଚାପି ହୋଇଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂତ୍ରରୁ ପ୍ରକାଶ ଯେ, କୋରାପୁଟ ବ୍ଲକ ଅନ୍ତର୍ଗତ କେରଙ୍ଗା ପଞ୍ଚାୟତର କୋଲାବ ଡ୍ୟାମ୍ ନିକଟ ମଙ୍ଗଳା ମନ୍ଦିର ସମ୍ମୁଖରେ ଥିବା ଏକ ଉଚ୍ଚ ସ୍ଥାନରୁ ମୋରମ କାଢୁଥିବା ବେଳେ ହଠାତ୍ ଏକ ମାଟି ଅତଡ଼ା ଧସି ଯିବାରୁ ଏହି ୩ ମହିଳା ଚାପି ହୋଇଯାଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ କୋରାପୁଟ ସଦର ଥାନା ପୋଲିସ ଓ କୋରାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
The post ମାଟି ଅତଡ଼ା ଧସି ୩ ମହିଳାଙ୍କ ଜୀବନ ଗଲା appeared first on Dharitri Odia News.