ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ : ଇରାନର ମିସାଇଲ୍ ହମଲା ପରେ ହାଇଆଲର୍ଟରେ ଇସ୍ରାଏଲ
ନୂଆଦିଲ୍ଲୀ : ଇସ୍ରାଏଲ ଉପରେ ଇରାନର ମାସାଇଲ୍ ମାଡ଼ । ଇରାନ ସୀମାରୁ ଡ୍ରେନ୍ ହମଲା ହୋଇଥିବା କହିଛି ଇସ୍ରାଏଲ ସେନା । ଇରାନର ମିସାଇଲ୍ ଆକ୍ରମଣ ପରେ ହାଇଆଲର୍ଟରେ ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ କହାଯାଇଛି, ଶନିବାର ଇସ୍ରାଏଲରେ ଶତାଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି। ଏପଟେ ଆଇଡିଏଫ ମୁଖପାତ୍ର ଆଡମିରାଲ ଡାନିଏଲ ହାଗାରୀ କହିଛନ୍ତି, ଆମ ସହଯୋଗୀମାନଙ୍କ ସହ ମିଶି IDF, ଇସ୍ରାଏଲ ଲୋକଙ୍କ ସୁରକ୍ଷା […] The post ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ : ଇରାନର ମିସାଇଲ୍ ହମଲା ପରେ ହାଇଆଲର୍ଟରେ ଇସ୍ରାଏଲ appeared first on KNews Odisha.

ନୂଆଦିଲ୍ଲୀ : ଇସ୍ରାଏଲ ଉପରେ ଇରାନର ମାସାଇଲ୍ ମାଡ଼ । ଇରାନ ସୀମାରୁ ଡ୍ରେନ୍ ହମଲା ହୋଇଥିବା କହିଛି ଇସ୍ରାଏଲ ସେନା । ଇରାନର ମିସାଇଲ୍ ଆକ୍ରମଣ ପରେ ହାଇଆଲର୍ଟରେ ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ କହାଯାଇଛି, ଶନିବାର ଇସ୍ରାଏଲରେ ଶତାଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି। ଏପଟେ ଆଇଡିଏଫ ମୁଖପାତ୍ର ଆଡମିରାଲ ଡାନିଏଲ ହାଗାରୀ କହିଛନ୍ତି, ଆମ ସହଯୋଗୀମାନଙ୍କ ସହ ମିଶି IDF, ଇସ୍ରାଏଲ ଲୋକଙ୍କ ସୁରକ୍ଷା ପାଇଁ ଦୃଢତାର ସହ କାର୍ଯ୍ୟ କରୁଛି । ଏହା ଏକ ମିଶନ୍ ଯାହା ଆମେ ସଂକଳ୍ପବଦ୍ଧ ଏବଂ ପୂରଣ କରିବାକୁ ପ୍ରସ୍ତୁତ । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଜରୁରୀ ବୈଠକ ଡାକିଛି ଜାତିସଂଘ ସୁରକ୍ଷା ପରିଷଦ ।
ଏପ୍ରିଲ ୨ତାରିଖରେ ସିରିଆର ଦାମାସକସ ସ୍ଥିତ ଇରାନର ବାଣିଜ୍ୟିକ ଦୂତାବାସ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିଲା । ଏଥିରେ ଆଇଆରଜିସିର ଜଣେ ଶୀର୍ଷ ନେତା ନିହତ ହୋଇଥିଲେ। ଏହା ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ବଢିଛି ଉତ୍ତେଜନା । ଅନ୍ୟପଟେ ଏହି ଆକ୍ରମଣ ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ପ୍ରତିକ୍ରିୟା ପ୍ରକାଶ କରିବା ସହ ଇରାନର ଆକ୍ରମଣକୁ ନିନ୍ଦା କରିଛନ୍ତି । ଇରାନର ସୁରକ୍ଷା ପାଇଁ ଆମେରିକା ଅଂଟା ଭିଡିଥିବା ବେଳେ ଆଗକୁ ଯୁଦ୍ଧ ପରିସ୍ଥିତି ଆହୁରି ଘନେଇବା ନେଇ ଆଶଙ୍କା ଦେଖାଦେଇଛି । ଇରାନର ଆକ୍ରମଣ ପରେ ଇସ୍ରାଏଲ ସେନା ଏହାର କିପରି ଜବାବ ଦେଉଛି ତା ଉପରେ ପୁରା ବିଶ୍ୱର ନଜର ରହିଛି ।
ଅନ୍ୟପଟେ ଭାରତ ସମେତ ଫ୍ରାନ୍ସଓ ଋଷିଆ ଆଦି ଦେଶମାନେ ଏବେ ନିଜନିଜ ନାଗରିକଙ୍କୁ ଏହି କ୍ଷେତ୍ରକୁ ଯାତ୍ରା ନ କରିବା ପାଇଁ ଚେତାବନୀ ଜାରି କରିଛନ୍ତି। ଦୁଇ ମଧ୍ୟପ୍ରାଚ୍ୟ ଦେଶଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଡାମାସକସ୍ ସ୍ଥିତ ଇରାନ ବାଣିଜ୍ୟ ଦୂତାବାସ ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଯୋଗୁ ୨ ଜେନେରାଲଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରୁ ଆମେରିକା ଓ ଅନ୍ୟ ଗୋଇନ୍ଦା ଆକଳନରୁ ଯାହା ଜଣାପଡୁଛି ଆଜି ସୁଦ୍ଧା ଏହାର ଜବାବି କାର୍ଯ୍ୟାନୁଷ୍ଠାନ ହୋଇପାରେ।
The post ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ : ଇରାନର ମିସାଇଲ୍ ହମଲା ପରେ ହାଇଆଲର୍ଟରେ ଇସ୍ରାଏଲ appeared first on KNews Odisha.