ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ସ୍ବାଭାବିକ ହେଲା ବିଦ୍ୟାଳୟ, ପାଠପଢ଼ାକୁ ଫେରିଲେ ପିଲା
ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୩୬ ଜଣ ଅସୁସ୍ଥ ଘଟଣା ପରେ ସୋମବାର ବିଦ୍ୟାଳୟ ଖୋଲିବା ପରେ ଏକ ପ୍ରକାର ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ଫଳରେ ସେହିଦିନ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେବା ସହ ମଧ୍ୟାହ୍ନଭୋଜନ ଖାଇବାରୁ ଶହେ ଛାତ୍ରୀଛାତ୍ର ବଞ୍ଚିତ ହୋଇଥିଲେ। ବିଦ୍ୟାଳୟକୁ ତଦନ୍ତରେ ଆସିଥିବା ଶିକ୍ଷା ବିଭାଗର ଅଧିକାରୀମାନେ ମଧ୍ୟ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହୋଇଥିଲେ। […] The post ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ସ୍ବାଭାବିକ ହେଲା ବିଦ୍ୟାଳୟ, ପାଠପଢ଼ାକୁ ଫେରିଲେ ପିଲା appeared first on Dharitri Odia News.
ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୩୬ ଜଣ ଅସୁସ୍ଥ ଘଟଣା ପରେ ସୋମବାର ବିଦ୍ୟାଳୟ ଖୋଲିବା ପରେ ଏକ ପ୍ରକାର ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ଫଳରେ ସେହିଦିନ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେବା ସହ ମଧ୍ୟାହ୍ନଭୋଜନ ଖାଇବାରୁ ଶହେ ଛାତ୍ରୀଛାତ୍ର ବଞ୍ଚିତ ହୋଇଥିଲେ। ବିଦ୍ୟାଳୟକୁ ତଦନ୍ତରେ ଆସିଥିବା ଶିକ୍ଷା ବିଭାଗର ଅଧିକାରୀମାନେ ମଧ୍ୟ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହୋଇଥିଲେ। ଘଟଣା ଘଟିବା ପରେ ମଙ୍ଗଳବାରଠାରୁ ଛାତ୍ରୀଛାତ୍ରଙ୍କ ବିଦ୍ୟାଳୟ ଆସିବା ସଂଖ୍ୟା ବୃଦ୍ଧି ପାଉଛି। ବୁଧବାର ୨୬୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମାତ୍ର ୬୪ ଛାତ୍ରୀଛାତ୍ର ଅନୁପସ୍ଥିତ ଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟର ପୁରାତନ ଛାତ୍ରଙ୍କୁ ପ୍ରଧାନଶିକ୍ଷକ ବିଦେଶୀ ନାୟକ ଡକାଇ ପୃଥକ୍ ପୃଥକ୍ ୨ଟି ବୈଠକ କରାଇଥିଲେ। ଏଥିରେ ମଧ୍ୟାହ୍ନଭୋଜନରେ ସ୍ବଚ୍ଛତାକୁ ନେଇ ଗୁରୁତ୍ୱ ଦିଆଯିବା ସହ ବୈଠକରେ ବିବାଦୀୟ ମଧ୍ୟାହ୍ନଭୋଜନ ରନ୍ଧନ, ବଣ୍ଟନ ପ୍ରକ୍ରିୟାରେ ପ୍ରଧାନ ଶିକ୍ଷକଙ୍କ ତରଫରୁ ଯଥାସମ୍ଭବ ପ୍ରାକ୍ ସତର୍କତା ଅବଲମ୍ବନ କରାଯାଇଥିବା ସମସ୍ତ ଉପସ୍ଥିତ ସଭ୍ୟ ସଭ୍ୟା ହୃଦ୍ବୋଧ କରିଥିଲେ। ଶିକ୍ଷୟିତ୍ରୀମାନେ ମଧ୍ୟ ସମସ୍ତ ସହଯୋଗ କରୁଥିବା ଅନୁଭବ କରିଥିଲେ। ଫଳରେ ଏଣିକି ବିଦ୍ୟାଳୟକୁ ଆହୁରି ଉତ୍ତମ ଭାବେ ଚଳାଇବାକୁ ଅଭିଭାବକମାନେ ନିଜ ମତ ପ୍ରକାଶ କରିଥିଲେ। ସେହିପରି ପୁରାତନ ଛାତ୍ରଙ୍କୁ ନେଇ ବୈଠକରେ ମଧ୍ୟ ଶୌଚାଳୟ ମରାମତି ଓ ବିଦ୍ୟାଳୟର ଅନୁସାଙ୍ଗିକ ବ୍ୟବସ୍ଥା, କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ହାଉସ ଡ୍ରେସ୍ ବଣ୍ଟନ କରାଯାଉଥିଲା ଏବଂ ଜିଲା ପ୍ରଶାସନର କୌଣସି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଦାୟିତ୍ୱ ପୂର୍ବ ଏସ୍ଏଚ୍ଜିଙ୍କୁ ଛାଡ଼ି ପ୍ରଧାନ ଶିକ୍ଷକ ହିଁ ଦାୟିତ୍ୱରେ ରହିବାକୁ ନିଷ୍ପତ୍ତି ନିଆଯାଇଛି।
The post ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ସ୍ବାଭାବିକ ହେଲା ବିଦ୍ୟାଳୟ, ପାଠପଢ଼ାକୁ ଫେରିଲେ ପିଲା appeared first on Dharitri Odia News.