ମନ କି ବାତ୍ ଉପରେ ଗୁରୁତ୍ୱ ଦେଉଛନ୍ତି ହେଲେ କାମ କି ବାତ୍ କଥା କହୁ ନାହାନ୍ତି: ମୋଦୀଙ୍କୁ ରାହୁଲଙ୍କ ସମାଲୋଚନା
ଶ୍ରୀନଗର: ଶ୍ରୀନଗର ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ କେବଳ ମନ କି ବାତ୍ ଉପରେ ଗୁରୁତ୍ୱ ଦିଅନ୍ତି କିନ୍ତୁ ମହଙ୍ଗା ସ୍ଥିତି ଓ ନିଯୁକ୍ତି ଭଳି କାମ କି ବାତ୍ କିଛି କୁହନ୍ତି ନାହିଁ। ସେହିଭଳି ମୋଦୀଙ୍କ ମୁଡ୍ ଚେଞ୍ଜ୍ ହୋଇଛି ବୋଲି କହି ରାହୁଲ କହିଛନ୍ତି “ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ୫୬ ଇଞ୍ଚ ଛାତି ଅଛି ବୋଲି କହୁଥିଲେ। ହେଲେ ଏବେ ଆପଣ ତାଙ୍କୁ ନଜର କରିଛନ୍ତି କି? ତାଙ୍କ ମୁଡ୍ ଚେଞ୍ଜ ହେଇଯାଇଛି। ଇଣ୍ଡିଆ ମେଣ୍ଟ ଓ କଂଗ୍ରେସ ମୋଦୀଙ୍କର ସାଇକୋଲୋଜୀ ଚେଞ୍ଜ କରିଦେଇଛି।”ଶ୍ରୀନଗରରେ ଏକ ରାଲିକୁ ସମ୍ବୋଧନ କରି କହିଛନ୍ତି ରାହୁଲ ଗାନ୍ଧୀ। ସେପ୍ଟେମ୍ବର ୨୫ ତାରିଖରେ ଜାମ୍ମୁ-କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ। ତେଣୁ ରାହୁଲ ଶ୍ରୀନଗରରେ ପ୍ରଚାର କରି ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଯୋଗୁ ମୋଦୀଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି ବୋଲି ରାହୁଲ କହିଛନ୍ତି। ଏଥିସହିତ ମୋଦୀ ଏବଂ ବିଜେପି ଦେଶରେ ବିଭାଜନ ସୃଷ୍ଟି କରୁଛନ୍ତି। ଗତ ୧୦ ବର୍ଷରେ ମୋଦୀ ଓ ବିଜେପି ଯେଉଁଠିକି ଯାଇଛନ୍ତି ସେଠି ଘୃଣା ସୃଷ୍ଟି କରିଛନ୍ତି। ଭାଇ ଭାଇ ମଧ୍ୟରେ ଲଢ଼େଇଛନ୍ତି। ଧର୍ମ ଧର୍ମ ମଧ୍ୟରେ ଲଢ଼େଇ କରାଇଛନ୍ତି। ଏହା ବାଦ ବେରୋଜଗାରୀ ସାରା ଦେଶରେ ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀ ଦେଶକୁ ବେରୋଜଗାରୀ ଗି
ଶ୍ରୀନଗର: ଶ୍ରୀନଗର ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ କେବଳ ମନ କି ବାତ୍ ଉପରେ ଗୁରୁତ୍ୱ ଦିଅନ୍ତି କିନ୍ତୁ ମହଙ୍ଗା ସ୍ଥିତି ଓ ନିଯୁକ୍ତି ଭଳି କାମ କି ବାତ୍ କିଛି କୁହନ୍ତି ନାହିଁ।
ସେହିଭଳି ମୋଦୀଙ୍କ ମୁଡ୍ ଚେଞ୍ଜ୍ ହୋଇଛି ବୋଲି କହି ରାହୁଲ କହିଛନ୍ତି “ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ୫୬ ଇଞ୍ଚ ଛାତି ଅଛି ବୋଲି କହୁଥିଲେ। ହେଲେ ଏବେ ଆପଣ ତାଙ୍କୁ ନଜର କରିଛନ୍ତି କି? ତାଙ୍କ ମୁଡ୍ ଚେଞ୍ଜ ହେଇଯାଇଛି। ଇଣ୍ଡିଆ ମେଣ୍ଟ ଓ କଂଗ୍ରେସ ମୋଦୀଙ୍କର ସାଇକୋଲୋଜୀ ଚେଞ୍ଜ କରିଦେଇଛି।”ଶ୍ରୀନଗରରେ ଏକ ରାଲିକୁ ସମ୍ବୋଧନ କରି କହିଛନ୍ତି ରାହୁଲ ଗାନ୍ଧୀ।
ସେପ୍ଟେମ୍ବର ୨୫ ତାରିଖରେ ଜାମ୍ମୁ-କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ। ତେଣୁ ରାହୁଲ ଶ୍ରୀନଗରରେ ପ୍ରଚାର କରି ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଯୋଗୁ ମୋଦୀଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି ବୋଲି ରାହୁଲ କହିଛନ୍ତି। ଏଥିସହିତ ମୋଦୀ ଏବଂ ବିଜେପି ଦେଶରେ ବିଭାଜନ ସୃଷ୍ଟି କରୁଛନ୍ତି। ଗତ ୧୦ ବର୍ଷରେ ମୋଦୀ ଓ ବିଜେପି ଯେଉଁଠିକି ଯାଇଛନ୍ତି ସେଠି ଘୃଣା ସୃଷ୍ଟି କରିଛନ୍ତି। ଭାଇ ଭାଇ ମଧ୍ୟରେ ଲଢ଼େଇଛନ୍ତି। ଧର୍ମ ଧର୍ମ ମଧ୍ୟରେ ଲଢ଼େଇ କରାଇଛନ୍ତି।
ଏହା ବାଦ ବେରୋଜଗାରୀ ସାରା ଦେଶରେ ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀ ଦେଶକୁ ବେରୋଜଗାରୀ ଗିଫ୍ଟ ଦେଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ସେହିପରି ଜାମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ଛଡାଇ ନେବା ଅଗଣତାନ୍ତ୍ରୀକ। ତୁରନ୍ତ ଏହାକୁ ଫେରାଇ ଦେବା ଉଚିତ ବୋଲି ରାହୁଲ କହିଛନ୍ତି।