ମନରେଗା ଯୋଜନାରେ ଦୁର୍ନୀତି: ବଦଳିଲେ କନିଷ୍ଠ ଯନ୍ତ୍ରୀ

ରିଷିଡା, ୧୨।୪ (ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ମହାଦୁର୍ନୀତିକୁ ବତିକୁପା ଗ୍ରାମର ଶ୍ରମିକ ମାନେ କର୍ଲାମୁଣ୍ଡା ବିଡ଼ିଓଙ୍କ ଠାରେ ଗତ ୨୫ ତାରିଖରେ ଅଭିଯୋଗ ହୋଇଥିଲା। ଉକ୍ତ ଦୁର୍ନୀତିରେ କନିଷ୍ଠ ଯନ୍ତ୍ରୀ ଲିପ୍ତ ରହିଥିବା ଜଣାପଡିଥିଲା। ତାଙ୍କ ଇସାରାରେ ଦୁର୍ନୀତି ହେଉଥିବା ଅଭିଯୋଗ ମଧ୍ୟ ହେଉଥିଲା। ଉକ୍ତ ଦୁର୍ନୀତିକୁ ଗତ କିଛି ଦିନରେ ଧରିତ୍ରୀ ଖବର କାଗଜ ସମେତ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା। ସୂଚନାମତେ, ଉକ୍ତ ଖବର […] The post ମନରେଗା ଯୋଜନାରେ ଦୁର୍ନୀତି: ବଦଳିଲେ କନିଷ୍ଠ ଯନ୍ତ୍ରୀ appeared first on Dharitri Odia News.

ମନରେଗା ଯୋଜନାରେ ଦୁର୍ନୀତି: ବଦଳିଲେ କନିଷ୍ଠ ଯନ୍ତ୍ରୀ

ରିଷିଡା, ୧୨।୪ (ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ମହାଦୁର୍ନୀତିକୁ ବତିକୁପା ଗ୍ରାମର ଶ୍ରମିକ ମାନେ କର୍ଲାମୁଣ୍ଡା ବିଡ଼ିଓଙ୍କ ଠାରେ ଗତ ୨୫ ତାରିଖରେ ଅଭିଯୋଗ ହୋଇଥିଲା। ଉକ୍ତ ଦୁର୍ନୀତିରେ କନିଷ୍ଠ ଯନ୍ତ୍ରୀ ଲିପ୍ତ ରହିଥିବା ଜଣାପଡିଥିଲା। ତାଙ୍କ ଇସାରାରେ ଦୁର୍ନୀତି ହେଉଥିବା ଅଭିଯୋଗ ମଧ୍ୟ ହେଉଥିଲା। ଉକ୍ତ ଦୁର୍ନୀତିକୁ ଗତ କିଛି ଦିନରେ ଧରିତ୍ରୀ ଖବର କାଗଜ ସମେତ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା।
ସୂଚନାମତେ, ଉକ୍ତ ଖବର ପ୍ରକାଶିତ ହେବା ପରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିଲା। ଜିଲା ପ୍ରଶାସନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଲଲିନ୍ଦ୍ର କିଷାନଙ୍କୁ କର୍ଲାମୁଣ୍ଡା ବ୍ଲକରୁ ଉପାନ୍ତ ଅଞ୍ଚଳ ଲାଞ୍ଜିଗଡ ବ୍ଲକକୁ ବଦଳି କରାଯାଇଥିବା ଜଣାପଡ଼ିଛି। ଏଭଳି ଦୁର୍ନୀତି ଖୋର୍‌ କନିଷ୍ଠ ଯନ୍ତ୍ରୀଙ୍କ ବଦଳିକୁ ନେଇ ଅଭିଯୋଗକାରୀ ଏବଂ ଦୁର୍ନୀତିକୁ ପ୍ରଶୟ ଦେଉନଥିବା ବ୍ୟକ୍ତି ବିଶେଷମାନେ ଖୁସିବ୍ୟକ୍ତ କରିଛନ୍ତି ।

The post ମନରେଗା ଯୋଜନାରେ ଦୁର୍ନୀତି: ବଦଳିଲେ କନିଷ୍ଠ ଯନ୍ତ୍ରୀ appeared first on Dharitri Odia News.