ମନରେଗା ଯୋଜନାରେ ପଞ୍ଜିକୃତ ହେଲେ ମହମ୍ମଦ ଶାମିଙ୍କ ଭଉଣୀ, ଭିଣୋଇ: ରିପୋର୍ଟ
ନୂଆଦିଲ୍ଲୀ,୨୬।୩: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ପଞ୍ଜିକୃତ ହୋଇ ମଜୁରୀ ଗ୍ରହଣ କରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ୨୦୨୧ରୁ ୨୦୨୪ ମଧ୍ୟରେ ଶାମୀଙ୍କ ଭଉଣୀ ଶାବିନା ଏହି ଯୋଜନା ଅଧୀନରେ ଏକ ଶ୍ରମିକ ଭାବେ ପଞ୍ଜିକୃତ କରି ଟଙ୍କା ଗ୍ରହଣ କରିଥିଲେ। ତେବେ ଏହି ଖବର […] The post ମନରେଗା ଯୋଜନାରେ ପଞ୍ଜିକୃତ ହେଲେ ମହମ୍ମଦ ଶାମିଙ୍କ ଭଉଣୀ, ଭିଣୋଇ: ରିପୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୩: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ପଞ୍ଜିକୃତ ହୋଇ ମଜୁରୀ ଗ୍ରହଣ କରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ୨୦୨୧ରୁ ୨୦୨୪ ମଧ୍ୟରେ ଶାମୀଙ୍କ ଭଉଣୀ ଶାବିନା ଏହି ଯୋଜନା ଅଧୀନରେ ଏକ ଶ୍ରମିକ ଭାବେ ପଞ୍ଜିକୃତ କରି ଟଙ୍କା ଗ୍ରହଣ କରିଥିଲେ। ତେବେ ଏହି ଖବର ବିଷୟରେ ଶାମିଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ନିକଟରେ ଶେଷ ହୋଇଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲାରେରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶାମି ଏକ ନିଆରା ରେକର୍ଡ ନିଜ ନାମରେ ସାମିଲକ କରିଥିଲେ। ଏହି ଟୁର୍ଣାମେଣ୍ଟରେ ଭାରତ ପାଇଁ ମିଳିତ ଭାବେ ସର୍ବାଧିକ ଉଇକେଟ ନେଇଥିବା ଶାମି କିନ୍ତୁ ଫାଇନାଲ ମୁକାବିଲାରେ ଅଧିକ ରନ୍ ବ୍ୟୟ କରିଥିଲେ। ୯ ଓଭର ବୋଲିଂ କରି ଶାମି ୭୪ ରନ୍ ବ୍ୟୟରେ ମାତ୍ର ଗୋଟିଏ ଉଇକେଟ ପାଇଥିଲେ। ଏଥିସହିତ ଶାମି ଦ୍ୱିତୀୟ ସର୍ବାଧିକ ରନ୍ ବ୍ୟୟ କରିଥିବା ବାହାରତୀୟ ବୋଲର ହୋଇଥିଲେ। ପୂର୍ବରୁ ୨୦୧୩ରେ ଉମେଶ ଯାଦବ ୭୫ ରନ୍ ବ୍ୟୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ ଉଇକେଟ ନେଇଥିଲେ।
The post ମନରେଗା ଯୋଜନାରେ ପଞ୍ଜିକୃତ ହେଲେ ମହମ୍ମଦ ଶାମିଙ୍କ ଭଉଣୀ, ଭିଣୋଇ: ରିପୋର୍ଟ appeared first on Dharitri Odia News.