ମନରେଗାରେ ମହାଦୁର୍ନୀତି: କାମ ନ କରି ଟଙ୍କା ହଡ଼ପ ଅଭିଯୋଗ
ଥୁଆମୂଳ ରାମପୁର,୪ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡ଼େପଦର ପଞ୍ଚାୟତରେ ମନରେଗା ଯୋଜନା ଅର୍ଥ ହଡ଼ପ ହୋଇଥିବା ଭଳି ଏକ ସଂଗୀନ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତର ଖମାରପଦର ଗ୍ରାମରେ ମନରେଗା ଯୋଜନାରେ କାର୍ଯ୍ୟାଦେଶ ନଂ ୧୨୫୪୩ (୨୪୧୦୦୦୭୦୧୩/ପିସି/୧୦୯୧୮୨୨୩) ଅନୁସାରେ ପଥର ହୁଡ଼ା କାର୍ଯ୍ୟ କରିବା କଥା ହେଲେ ଉକ୍ତ କାର୍ଯ୍ୟ ନ କରି ଉଭୟ ଜି.ଆର୍.ଏସ୍ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଞ୍ଚକତା କରି କିଛି ଶ୍ରମିକଙ୍କ ଆକାଉଣ୍ଟ ଯାହାକି […] The post ମନରେଗାରେ ମହାଦୁର୍ନୀତି: କାମ ନ କରି ଟଙ୍କା ହଡ଼ପ ଅଭିଯୋଗ appeared first on Dharitri Odia News.
ଥୁଆମୂଳ ରାମପୁର,୪ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡ଼େପଦର ପଞ୍ଚାୟତରେ ମନରେଗା ଯୋଜନା ଅର୍ଥ ହଡ଼ପ ହୋଇଥିବା ଭଳି ଏକ ସଂଗୀନ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତର ଖମାରପଦର ଗ୍ରାମରେ ମନରେଗା ଯୋଜନାରେ କାର୍ଯ୍ୟାଦେଶ ନଂ ୧୨୫୪୩ (୨୪୧୦୦୦୭୦୧୩/ପିସି/୧୦୯୧୮୨୨୩) ଅନୁସାରେ ପଥର ହୁଡ଼ା କାର୍ଯ୍ୟ କରିବା କଥା ହେଲେ ଉକ୍ତ କାର୍ଯ୍ୟ ନ କରି ଉଭୟ ଜି.ଆର୍.ଏସ୍ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଞ୍ଚକତା କରି କିଛି ଶ୍ରମିକଙ୍କ ଆକାଉଣ୍ଟ ଯାହାକି ମଧୁବାବୁ ପେନ୍ସନ୍ ଯୋଜନା ପାଉଥିବା ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା କରି ଅର୍ଥ ବାଟମାରଣା କରିଥିବା ସ୍ଥାନୀୟ ଜନପ୍ରତିନିଧି ଯଥା ଓ୍ବାର୍ଡମେମ୍ବର, ପଞ୍ଚାୟତ ସମିତି ମେମ୍ବର ଓ ନାଏବ ସରପଞ୍ଚ ବିଡିଓଙ୍କଠାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀମାନେ ହେଲେ ନାଏବ ସରପଞ୍ଚ ମହେନ୍ଦ୍ର ନାଏକ, ଓ୍ବାର୍ଡସଭ୍ୟ/ସଭ୍ୟା ଲକ୍ଷ୍ମୀ ନାଏକ, ଲକ୍ଷ୍ମୀ ମାଝୀ, ରୁମକି ଗଉଡ଼, ଚନ୍ଦ୍ର ମାଝୀ, ତ୍ରିନାଥ ମାଝୀ ଓ ସୂର୍ଯ୍ୟ ମାଝୀ ପ୍ରମୁଖ। ବିଡିଓଙ୍କୁ ଏହାର ସତ୍ୟାସତ୍ୟ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।
ସେଭଳି ଗତ ମାସ ୨୬ ତାରିଖରେ ମଧ୍ୟ ଅଡ୍ରି ପଞ୍ଚାୟତସ୍ଥିତ ଢୋଲପାସ ଗ୍ରାମରେ ମନରେଗା ଯୋଜନାର ଝିମିକ୍ଡଙ୍ଗରଠାରେ ପଥର ବନ୍ଧେଇ ପାଇଁ ଆସିଥିବା ୫ ଲକ୍ଷ ଟଙ୍କାର କିଛି କାମ ନ କରି ଗାଁ ସାଥୀ, ଜି.ଆର୍.ଏସ୍, ପଞ୍ଚାୟତ ନିର୍ବାହ ଅଧିକାରୀ, ସରପଞ୍ଚ ଏବଂ କନିଷ୍ଠଯନ୍ତ୍ରୀ ଏମାନେ ମିଶି ବ୍ୟାପକ ଭାବରେ ଅନିୟମିତତା କରି ଟଙ୍କାକୁ ହଡ଼ପ କରିଥିବା ନେଇ କିଛି ଓ୍ବାର୍ଡମେମ୍ବରଙ୍କ ସମେତ ଗ୍ରାମବାସୀ ଥୁଆମୂଳ ରାମପୁର ଥାନାରେ ଏବଂ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ଏହାର ତଦନ୍ତ ହୋଇ ନାହିଁ। ଥୁଆମୂଳ ରାମପୁର ବ୍ଲକରେ ଦିନକୁ ଦିନ ମନରେଗା ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନୀରବଦ୍ରଷ୍ଟା ସାଜିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛ। ବ୍ଲକର ପ୍ରତ୍ୟେକ ମନରେଗା ଯୋଜନାରେ ଯୋଦି ସଠିକ୍ ଭାବରେ ଭିଜିଲାନ୍ସର ତଦନ୍ତ ହୁଏ ତେବେ ଏଠାରେ ବହୁତ ବଡ଼ ବଡ଼ ଅଫିସର୍, ରାଜନେତା, ଠିକାଦାରଙ୍କ ସଂପୃକ୍ତି ଥିବା ଲୋକଲୋଚନକୁ ଆସିବ ବୋଲି ବିଭିନ୍ନ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ଏହାର କ’ଣ। ହୋଇଛି ମୁଁ କିଛି ଜାଣିନାହିଁ, କିନ୍ତୁ ଘଟଣାର ଦତନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
The post ମନରେଗାରେ ମହାଦୁର୍ନୀତି: କାମ ନ କରି ଟଙ୍କା ହଡ଼ପ ଅଭିଯୋଗ appeared first on Dharitri Odia News.