ମନି ଲଣ୍ଡ୍ରିଂ ବୁଢ଼ିଆଣୀ ଜାଲରେ ତେଲଙ୍ଗାନାର ଆଉ ଜଣେ ନେତା; ମହମ୍ମଦ ଆଝାରୁଦ୍ଦିନଙ୍କୁ ଇଡି ସମନ
ହାଇଦ୍ରାବାଦ: ମନି ଲଣ୍ଡ୍ରିଂ ମାମଲାରେ ତେଲଙ୍ଗାନାର ଆଉ ଜଣେ ନେତା । ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ସହିତ ଜଡ଼ିତ ଏକ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ ଜାରି କରିଛି । ଆଝାରୁଦ୍ଦିନ ଏଚସିଏ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଏନେଇ ଇଡି ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ପ୍ରଥମ ସମନ ଜାରି କରିଛି । ସୂଚନା ଅନୁଯାୟୀ, ମହମ୍ମଦ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ଥିବା ସମୟରେ ଷ୍ଟାଡିୟମ ଉନ୍ନତୀକରଣ ପାଇଁ ଜେନେରେଟର, ଅଗ୍ନିଶମ ପ୍ରଣାଳୀ ଏବଂ ଛତା କିଣିବାରେ ୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ଏଥିରେ ଅର୍ଥ ହେରଫେର୍ ହୋଇଥିବା ଇଡି ଅଭିଯୋଗ ଆଣିଛି । ଗତ ବର୍ଷ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁର୍ନୀତି ନିବାରଣ ଅଧିନିୟମ-2020 ଧାରା ଅନୁଯାୟୀ, ତେଲଙ୍ଗାନାର ୯ଟି ସ୍ଥାନରେ ରେଡ୍ ମାରିଥିଲା । ଏଚସିଏର ପୂର୍ବତନ ଅଧିକାରୀ ଗଦ୍ଦାମ ବିନୋଦ, ଶିବଲାଲ ଯାଦବ ଏବଂ ଅରଶଦ ଆୟୁବଙ୍କ ବାସଭବନରେ ଚଢାଉ କରିଥିଲା । ଏଥିରେ ଇଡି ଅଧିକାରୀଙ୍କ ହାତରେ ଗୁରୁତ୍ବ କାଗଜପତ୍ର ଲାଗିଥିଲା । ସୂଚନା ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ଯାଞ୍ଚ ପ୍ରକ୍ରିୟା, ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ ହାଇଦ୍ରାବାଦ ପକ୍ଷରୁ ଦାୟର ହୋଇଥିବା ୩ଟି ଏଫଆଇଆର୍ ଆଧାରରେ ଚାଲିଛି । ଏଥିରେ ଏଚସିଏର
ହାଇଦ୍ରାବାଦ: ମନି ଲଣ୍ଡ୍ରିଂ ମାମଲାରେ ତେଲଙ୍ଗାନାର ଆଉ ଜଣେ ନେତା । ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ସହିତ ଜଡ଼ିତ ଏକ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ ଜାରି କରିଛି । ଆଝାରୁଦ୍ଦିନ ଏଚସିଏ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଏନେଇ ଇଡି ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ପ୍ରଥମ ସମନ ଜାରି କରିଛି ।
ସୂଚନା ଅନୁଯାୟୀ, ମହମ୍ମଦ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ଥିବା ସମୟରେ ଷ୍ଟାଡିୟମ ଉନ୍ନତୀକରଣ ପାଇଁ ଜେନେରେଟର, ଅଗ୍ନିଶମ ପ୍ରଣାଳୀ ଏବଂ ଛତା କିଣିବାରେ ୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ଏଥିରେ ଅର୍ଥ ହେରଫେର୍ ହୋଇଥିବା ଇଡି ଅଭିଯୋଗ ଆଣିଛି ।
ଗତ ବର୍ଷ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁର୍ନୀତି ନିବାରଣ ଅଧିନିୟମ-2020 ଧାରା ଅନୁଯାୟୀ, ତେଲଙ୍ଗାନାର ୯ଟି ସ୍ଥାନରେ ରେଡ୍ ମାରିଥିଲା । ଏଚସିଏର ପୂର୍ବତନ ଅଧିକାରୀ ଗଦ୍ଦାମ ବିନୋଦ, ଶିବଲାଲ ଯାଦବ ଏବଂ ଅରଶଦ ଆୟୁବଙ୍କ ବାସଭବନରେ ଚଢାଉ କରିଥିଲା । ଏଥିରେ ଇଡି ଅଧିକାରୀଙ୍କ ହାତରେ ଗୁରୁତ୍ବ କାଗଜପତ୍ର ଲାଗିଥିଲା ।
ସୂଚନା ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ଯାଞ୍ଚ ପ୍ରକ୍ରିୟା, ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ ହାଇଦ୍ରାବାଦ ପକ୍ଷରୁ ଦାୟର ହୋଇଥିବା ୩ଟି ଏଫଆଇଆର୍ ଆଧାରରେ ଚାଲିଛି । ଏଥିରେ ଏଚସିଏର ସାମଗ୍ରୀ କିଣାକିଣି ଗମ୍ଭୀର ଅନିୟମିତତା, ବିଳମ୍ବରେ କାର୍ଯ୍ୟ ଏବଂ ଏଚସିଏର କ୍ଷତି ହେଲା ଭଳି କାର୍ଯ୍ୟ କରାଯାଇଛି । ଏହାଛଡ଼ା ଏଚସିଏ ପଦାଧିକାରୀ ମାନେ ରାଜନୈତିକ ପାର୍ଟିମାନଙ୍କ ସହିତ ମିଶି ଦୁର୍ନୀତି କରିଥିବା ଅଭିଯୋଗ ପତ୍ରରେ କୁହାଯାଇଛି ।..