ମନୀଷାଙ୍କୁ ମିଳିନି ‘ଝଲକ-୧୧’ ପୁରସ୍କାର ରାଶି, କଲେ ଖୁଲାସା
ମୁମ୍ଵାଇ ୧୪।୦୪: ‘ଦିଲୋଁ କି ରାନୀ’ ନାଁରେ ବେଶ ପରିଚିତ ମନୀଷା ରାନୀ । ଗତ ମାର୍ଚ୍ଚ ୨ ତାରିଖରେ ଅନୁଷ୍ଠିତ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ୍ ଦିଖ୍ଲା ଯା’ର ସିଜନ୍-୧୧ ଜିତିଥିଲେ ମନୀଷା । ୱାଇଲ୍ଡ କାର୍ଡ ଏଣ୍ଟ୍ରି ଜରିଆରେ ସେ ଶୋ’କୁ ଆସିଥିଲେ । ଗୋଟିଏ ପରେ ଗୋଟିଏ ଦମ୍ଦାର ନୃତ୍ୟ ପ୍ରଦର୍ଶନ ଲାଗି ସେ ଶୋ’ର ଟାଇଟଲ୍ ଜିତିଲେ । ଟ୍ରଫି ସହିତ ୩୦ ଲକ୍ଷ ଟଙ୍କାର ନଗଦ ରାଶି ପୁରସ୍କାର ପାଇଲେ । ଅନ୍ୟପକ୍ଷେ, ତାଙ୍କ କୋରିଓଗ୍ରାଫର ଆସୁତୋଷ ପୱାରଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିଲା । ଉଭୟ ଆବୁଧାବିର ୟାସ୍ ଦ୍ୱୀପ ଭ୍ରମଣ ଲାଗି ଟିକେଟ୍ ମଧ୍ୟ ପାଇଲେ । ତେବେ ମନୀଷା ନିଜର ସଦ୍ୟ ବ୍ଲଗ୍ରେ ଖୁଲାସା କରିଛନ୍ତି, ‘ଝଲକ୍ ଦିଖ୍ଲା ଯା-୧୧’ ତରଫରୁ ତାଙ୍କୁ ଏପର୍ଯ୍ୟନ୍ତ ପୁରସ୍କାର ରାଶି ମିଳିନାହିଁ । ବ୍ଲଗ୍ରେ ସେ ମହେଶ କେଶୱାଲା ନାମକ ନିଜର ଜଣେ ବନ୍ଧୁଙ୍କ ସହ ବାର୍ତ୍ତାଳାପରେ ଏହା କହିଛନ୍ତି । ବନ୍ଧୁ ଜଣକ ଥୁଗେଶ ନାମରେ ପରିଚିତ । ବାର୍ତ୍ତାଳାପରେ ଦୁହେଁ ମଜା ମଜାରେ ଏକ ଚା’ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଲେ । ଥୁଗେଶ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବେ ବୋଲି ମନୀଷା କହିଲେ । କିନ୍ତୁ ଥୁଗେଶ କହିଲେ, ତୁମେ ‘ଝଲକ୍’ ଜିତିଛ, ତେଣୁ ତୁମେ ଟଙ୍କା ନିବେଶ କରିବ । ଏହାର ଜବାବରେ ମନୀଷା କହିଲେ, ଝଲକ୍ର ପୁରସ୍କାର ରାଶି ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ । ସେମାନେ (ଝଲକ୍ର ପ୍ରବନ୍ଧକ) ସେଥିରୁ ଅଧା କାଟି ନେ
ମୁମ୍ଵାଇ ୧୪।୦୪: ‘ଦିଲୋଁ କି ରାନୀ’ ନାଁରେ ବେଶ ପରିଚିତ ମନୀଷା ରାନୀ । ଗତ ମାର୍ଚ୍ଚ ୨ ତାରିଖରେ ଅନୁଷ୍ଠିତ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ୍ ଦିଖ୍ଲା ଯା’ର ସିଜନ୍-୧୧ ଜିତିଥିଲେ ମନୀଷା । ୱାଇଲ୍ଡ କାର୍ଡ ଏଣ୍ଟ୍ରି ଜରିଆରେ ସେ ଶୋ’କୁ ଆସିଥିଲେ । ଗୋଟିଏ ପରେ ଗୋଟିଏ ଦମ୍ଦାର ନୃତ୍ୟ ପ୍ରଦର୍ଶନ ଲାଗି ସେ ଶୋ’ର ଟାଇଟଲ୍ ଜିତିଲେ । ଟ୍ରଫି ସହିତ ୩୦ ଲକ୍ଷ ଟଙ୍କାର ନଗଦ ରାଶି ପୁରସ୍କାର ପାଇଲେ ।
ଅନ୍ୟପକ୍ଷେ, ତାଙ୍କ କୋରିଓଗ୍ରାଫର ଆସୁତୋଷ ପୱାରଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିଲା । ଉଭୟ ଆବୁଧାବିର ୟାସ୍ ଦ୍ୱୀପ ଭ୍ରମଣ ଲାଗି ଟିକେଟ୍ ମଧ୍ୟ ପାଇଲେ । ତେବେ ମନୀଷା ନିଜର ସଦ୍ୟ ବ୍ଲଗ୍ରେ ଖୁଲାସା କରିଛନ୍ତି, ‘ଝଲକ୍ ଦିଖ୍ଲା ଯା-୧୧’ ତରଫରୁ ତାଙ୍କୁ ଏପର୍ଯ୍ୟନ୍ତ ପୁରସ୍କାର ରାଶି ମିଳିନାହିଁ । ବ୍ଲଗ୍ରେ ସେ ମହେଶ କେଶୱାଲା ନାମକ ନିଜର ଜଣେ ବନ୍ଧୁଙ୍କ ସହ ବାର୍ତ୍ତାଳାପରେ ଏହା କହିଛନ୍ତି । ବନ୍ଧୁ ଜଣକ ଥୁଗେଶ ନାମରେ ପରିଚିତ । ବାର୍ତ୍ତାଳାପରେ ଦୁହେଁ ମଜା ମଜାରେ ଏକ ଚା’ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଲେ । ଥୁଗେଶ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବେ ବୋଲି ମନୀଷା କହିଲେ । କିନ୍ତୁ ଥୁଗେଶ କହିଲେ, ତୁମେ ‘ଝଲକ୍’ ଜିତିଛ, ତେଣୁ ତୁମେ ଟଙ୍କା ନିବେଶ କରିବ ।

ଏହାର ଜବାବରେ ମନୀଷା କହିଲେ, ଝଲକ୍ର ପୁରସ୍କାର ରାଶି ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ । ସେମାନେ (ଝଲକ୍ର ପ୍ରବନ୍ଧକ) ସେଥିରୁ ଅଧା କାଟି ନେଇଯିବେ । ତା’ପରେ ଦୁହିଁଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲିଲା । ଧନୀ ସାଥୀଙ୍କୁ ପାଇବା ପରେ ଲୋକେ କେମିତି ଧନୀ ହୋଇଯାଆନ୍ତି, ଏ ନେଇ ଦୁହେଁ ଜୋକ୍ କଲେ । ‘ବିଗ୍ ବସ୍ ଓଟିଟି-୨’ର ବିଜୟିନୀ ହେବା ପରେ ମନୀଷା ଘରେ ଘରେ ପରିଚିତି ପାଇଥିଲେ । ଏହା ପରେ ଅନେକ ମ୍ୟୁଜିକ୍ ଭିଡିଓରେ ପ୍ରଦର୍ଶନର ମଉକା ତାଙ୍କୁ ମିଳିଲା।