ମନୁ ଭାକରଙ୍କ ଉପରେ ଟଙ୍କା ବର୍ଷା, ମିଳିଲା ଏତେ ଟଙ୍କାର ଚେକ୍
ନୂଆଦିଲ୍ଲୀ,୧୬।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୨ଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କ ଉପରେ ଉପହାରର ବର୍ଷା ହେଉଛି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ୧୦ଲକ୍ଷ ଟଙ୍କା ଚେକ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ସରବାନନ୍ଦ ସୋନୋୱାଲ ମନୁ ଭାକରଙ୍କ ମାତା ସୁମେଧା ଭାକର ଏବଂ ପିତା ରାମ କିଶନ ଭାକରଙ୍କୁ ଶାଲ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ସରବାନନ୍ଦ ସୋନୋୱାଲ କହିଛନ୍ତି, […] The post ମନୁ ଭାକରଙ୍କ ଉପରେ ଟଙ୍କା ବର୍ଷା, ମିଳିଲା ଏତେ ଟଙ୍କାର ଚେକ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୨ଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କ ଉପରେ ଉପହାରର ବର୍ଷା ହେଉଛି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ୧୦ଲକ୍ଷ ଟଙ୍କା ଚେକ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ସରବାନନ୍ଦ ସୋନୋୱାଲ ମନୁ ଭାକରଙ୍କ ମାତା ସୁମେଧା ଭାକର ଏବଂ ପିତା ରାମ କିଶନ ଭାକରଙ୍କୁ ଶାଲ ଦେଇ ସମ୍ମାନିତ କରିଥିଲେ।
ଏହି ଅବସରରେ ସରବାନନ୍ଦ ସୋନୋୱାଲ କହିଛନ୍ତି, ମନୁ ଭାକର ସମଗ୍ର ଦେଶର ସମ୍ମାନ ବଢାଇଛନ୍ତି। ଆଜି ସମଗ୍ର ଦେଶ ତାଙ୍କ ପାଇଁ ଗର୍ବିତ ଅନୁଭବ କରୁଛନ୍ତି। ମୁଁ ଅନୁଭବ କରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଇଥିବାରୁ ସମଗ୍ର ଦେଶ ଗର୍ବିତ। ଦେଶରେ କ୍ରୀଡା ପ୍ରତି ଏକ ଭଲ ପରିବେଶ ସୃଷ୍ଟି ହୋଇଛି, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମନୁ ଭାକର ଆଗାମୀ ଭବିଷ୍ୟତରେ ଅନେକ ପଦକ ଜିତିବେ।
The post ମନୁ ଭାକରଙ୍କ ଉପରେ ଟଙ୍କା ବର୍ଷା, ମିଳିଲା ଏତେ ଟଙ୍କାର ଚେକ୍ appeared first on Dharitri Odia News.