ମନୋଜିତ ମିଶ୍ରର ଆଇନଜୀବୀ ଲାଇସେନ୍ସ ରଦ୍ଦ

କୋଲକାତା:ପଶ୍ଚିମବଙ୍ଗ ବାର୍‌ କାଉନସିଲ ବୁଧବାର ମନୋଜିତ ମିଶ୍ରର ଆଇନଜୀବୀ ଲାଇସେନ୍ସ ରଦ୍ଦ କରିଦେଇଛନ୍ତି। ଏହାଦ୍ବାରା ମିଶ୍ର ଆଉ ଓକିଲାତି କରିପାରିବନି। ସାଉଥ୍‌ କୋଲକାତା ଆଇନ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ବିରୋଧରେ ପୁଣି ଆହୁରି ଅଧିକରୁ ଅଧିକ ଛାତ୍ରୀ ମୁହଁ ଖୋଲିଥିବାବେଳେ ପଶ୍ଚିମବଙ୍ଗ ବାର୍‌ କାଉନସିଲ ତାଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି। ଉକ୍ତ ଘଟଣା ପରେ ମନୋଜିତର ଲାଇସେନ୍ସ ରଦ୍ଦ କରିବାପାଇଁ ଅଭିଯୋଗ ହେବାର ୭ ଦିନ ପରେ ବାର୍‌ କାଉନସିଲ୍‌ […]

ମନୋଜିତ ମିଶ୍ରର ଆଇନଜୀବୀ ଲାଇସେନ୍ସ ରଦ୍ଦ

କୋଲକାତା:ପଶ୍ଚିମବଙ୍ଗ ବାର୍‌ କାଉନସିଲ ବୁଧବାର ମନୋଜିତ ମିଶ୍ରର ଆଇନଜୀବୀ ଲାଇସେନ୍ସ ରଦ୍ଦ କରିଦେଇଛନ୍ତି। ଏହାଦ୍ବାରା ମିଶ୍ର ଆଉ ଓକିଲାତି କରିପାରିବନି। ସାଉଥ୍‌ କୋଲକାତା ଆଇନ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ବିରୋଧରେ ପୁଣି ଆହୁରି ଅଧିକରୁ ଅଧିକ ଛାତ୍ରୀ ମୁହଁ ଖୋଲିଥିବାବେଳେ ପଶ୍ଚିମବଙ୍ଗ ବାର୍‌ କାଉନସିଲ ତାଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି। ଉକ୍ତ ଘଟଣା ପରେ ମନୋଜିତର ଲାଇସେନ୍ସ ରଦ୍ଦ କରିବାପାଇଁ ଅଭିଯୋଗ ହେବାର ୭ ଦିନ ପରେ ବାର୍‌ କାଉନସିଲ୍‌ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଜୁଲାଇ ୨ ତାରିଖରେ ପଶ୍ଚିମବଙ୍ଗ ବାର୍‌ କାଉନସିଲ ଏନେଇ ବୈଠକ କରିବାପରେ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତର ନାମ ଆଇନଜୀବୀ ତାଲିକାରୁ ହଟାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହାଦ୍ବାରା ମିଶ୍ର ଆଗକୁ ରାଜ୍ୟରେ ‌କୌଣସି ବି କୋର୍ଟରେ କୌଣସି ମହକିଲଙ୍କୁ୍ ପ୍ରତିନିଧିତ୍ବ କରିପାରିବ ନାହିଁ।