ମନ୍‌ କି ବାତ୍‌ରେ ପ୍ରମିଳାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/କେନ୍ଦୁଝର,୨୭ା୭( ନରେଶ ଚନ୍ଦ୍ର ପଟ୍ଟନାୟକ): ମନ କି ବାତ୍‌ରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଥିବାରୁ ପ୍ରମିଳାଙ୍କୁ ମୋଦି ପ୍ରଶଂସା କରିଛନ୍ତି। କେନ୍ଦୁଝର ଜିଲାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ଅଛି। ଏହି ଦଳ ଭକ୍ତି ସହ ପରିବେଶ ସୁରକ୍ଷା ବାବଦରେ ବି ସଚେତନ କରୁଛି। ମୃଦଙ୍ଗ, ଝାଞ୍ଜ ଧରି ରାଧାକୃଷ୍ଣ ଜପ କରି ଲୋକଙ୍କୁ ସଚେତନ କରୁଛନ୍ତି। ଏଭଳି ଉଦ୍ୟମର ପ୍ରେରଣା ହେଉଛନ୍ତି ପ୍ରମିଳା […] The post ମନ୍‌ କି ବାତ୍‌ରେ ପ୍ରମିଳାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ମନ୍‌ କି ବାତ୍‌ରେ ପ୍ରମିଳାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/କେନ୍ଦୁଝର,୨୭ା୭( ନରେଶ ଚନ୍ଦ୍ର ପଟ୍ଟନାୟକ): ମନ କି ବାତ୍‌ରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଥିବାରୁ ପ୍ରମିଳାଙ୍କୁ ମୋଦି ପ୍ରଶଂସା କରିଛନ୍ତି। କେନ୍ଦୁଝର ଜିଲାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ଅଛି। ଏହି ଦଳ ଭକ୍ତି ସହ ପରିବେଶ ସୁରକ୍ଷା ବାବଦରେ ବି ସଚେତନ କରୁଛି। ମୃଦଙ୍ଗ, ଝାଞ୍ଜ ଧରି ରାଧାକୃଷ୍ଣ ଜପ କରି ଲୋକଙ୍କୁ ସଚେତନ କରୁଛନ୍ତି। ଏଭଳି ଉଦ୍ୟମର ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ। ଗାଁଗାଁ ବୁଲି ପାରମ୍ପରିକ ଗୀତରେ ନୂଆ ବାର୍ତ୍ତା ଯୋଡ଼ି ସଚେତନ କରୁଛନ୍ତି। ବନ୍ନାଗ୍ନି ଦ୍ବାରା କ’ଣ କ୍ଷତି ହୁଏ ଲୋକଙ୍କୁ ସେନେଇ ସଚେତନ କରନ୍ତି ପ୍ରମିଳା।

ଏହା ସହିତ ମୟୂରଭଞ୍ଜର ସାନ୍ତାଳୀ ଶାଢ଼ି ବାବଦରେ ବି କହିଛନ୍ତି ପ୍ରଧାନମନ୍ତ୍ରୀ। ଜିଲାର ୬୫୦ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ିକୁ ପୁନରୁଦ୍ଧାର କରୁଛନ୍ତି। ମହିଳାମାନେ ହଜାର ହଜାର ଟଙ୍କା ରୋଜଗାର କରୁଥିବା ପ୍ରଧାନମନ୍ତ୍ରୀ କହି ପ୍ରଶଂସା କରିଛନ୍ତି।

The post ମନ୍‌ କି ବାତ୍‌ରେ ପ୍ରମିଳାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.