‘ମନ୍ କୀ ବାତ’କାର୍ଯ୍ୟକ୍ରମ ହୋହଲ୍ଲା କରି ସାରଦାଙ୍କୁ ମାରିଥିଲେ ଧକ୍କା: ଏବେ ଭାଜପା କଲା….
ଭୁବନେଶ୍ୱର,୧।୯: ଭୁବନେଶ୍ୱର ନିକଟ ବାଳକାଟୀରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ’ କାର୍ଯ୍ୟକ୍ରମବେଳେ ଗଣ୍ଡଗୋଳ ଘଟଣାରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ୫ ଭାଜପା କର୍ମକର୍ତ୍ତାଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ଖୋର୍ଦ୍ଧା ଜିଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲା ସଂପାଦକ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୁଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲା ସଭାପତି ଶିବ ମଲ୍ଲିକ ଏବଂ […] The post ‘ମନ୍ କୀ ବାତ’କାର୍ଯ୍ୟକ୍ରମ ହୋହଲ୍ଲା କରି ସାରଦାଙ୍କୁ ମାରିଥିଲେ ଧକ୍କା: ଏବେ ଭାଜପା କଲା…. appeared first on Dharitri Odia News.
ଭୁବନେଶ୍ୱର,୧।୯: ଭୁବନେଶ୍ୱର ନିକଟ ବାଳକାଟୀରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ’ କାର୍ଯ୍ୟକ୍ରମବେଳେ ଗଣ୍ଡଗୋଳ ଘଟଣାରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ୫ ଭାଜପା କର୍ମକର୍ତ୍ତାଙ୍କୁ ନିଲମ୍ବିତ କରିଛନ୍ତି।
ସେମାନେ ହେଲେ ଖୋର୍ଦ୍ଧା ଜିଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲା ସଂପାଦକ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୁଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲା ସଭାପତି ଶିବ ମଲ୍ଲିକ ଏବଂ କାର୍ଯ୍ୟକର୍ତ୍ତା ଧନେଶ୍ୱର ବାରିକ। ଏନେଇ ରାଜ୍ୟ ଭାଜପା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ରବିବାର ତଥା ୨୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ‘ମନ କୀ ବାତ୍’ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ନଥିବା ଅଭିଯୋଗ କରି ଖୋଦ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହୋହଲ୍ଲା ନାରାବାଜି କରିଥିଲେ ସଂମ୍ପୃକ୍ତ କର୍ମୀ।
ଏପରିକି କାର୍ଯ୍ୟକର୍ତ୍ତା ଧନେଶ୍ୱର ବାରିକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ ତାଙ୍କ ସମର୍ଥକ। ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ଉପସ୍ଥିତିରେ ଦଳରସାଧାରଣ ସମ୍ପାଦକ ସାରଦା ଶତପଥୀଙ୍କୁ ବି ଧକ୍କା ମାରିଥିଲେ। ଏହି ଘଟଣାର ୫ ଦିନ ପରେ ଜିଲାର ୫ ଜଣଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
The post ‘ମନ୍ କୀ ବାତ’କାର୍ଯ୍ୟକ୍ରମ ହୋହଲ୍ଲା କରି ସାରଦାଙ୍କୁ ମାରିଥିଲେ ଧକ୍କା: ଏବେ ଭାଜପା କଲା…. appeared first on Dharitri Odia News.