ମନ୍ତ୍ରୀ ତୁଷାରକାନ୍ତି ଓ ସାଂସଦ ରାଜଶ୍ରୀ ମଲ୍ଲିକ ଙ୍କ ର ନିର୍ବାଚନ ପ୍ରଚାର ।

ଅସ୍ତରଙ୍ଗ,,ଗୁରୁବାର ଦିନ କ୍ରୀଡା ଯୁବ ବ୍ୟାପାର ଓ ଗୃହ୍ର ରାଷ୍ଟ୍ର ମନ୍ତ୍ରୀ ତଥା କାକଟପୁର ବିଧାନସଭା ପ୍ରାଥୀ ତୁଷାରକାନ୍ତି ବେହେରା ଓ ଜଗତସିଂହପୁର ର ଲୋକସଭା ପ୍ରାଥି ତଥା ବର୍ତ୍ତମାନ ଲୋକସଭା ସଦସ୍ୟ ରାଜଶ୍ରୀ ମଲ୍ଲିକ ପୁରୀ ଜିଲ୍ଲା ପରିଶଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଙ୍କୁ ସାଙ୍ଗରେ ନେଇ ଅସ୍ତରଙ୍ଗ ବ୍ଲକ ର ପାଟଳଦା, ଛୁରିଅନା ଓ କୋରଣା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମର ଘରକୁ ଘର ବୁଲି ସେମାନଙ୍କୁ ଡବଲ ଶଙ୍ଖ ଛିହ୍ନରେ ଭୋଟ […] The post ମନ୍ତ୍ରୀ ତୁଷାରକାନ୍ତି ଓ ସାଂସଦ ରାଜଶ୍ରୀ ମଲ୍ଲିକ ଙ୍କ ର ନିର୍ବାଚନ ପ୍ରଚାର । appeared first on Odisha.News.

ମନ୍ତ୍ରୀ ତୁଷାରକାନ୍ତି ଓ ସାଂସଦ ରାଜଶ୍ରୀ ମଲ୍ଲିକ ଙ୍କ ର ନିର୍ବାଚନ ପ୍ରଚାର ।

ଅସ୍ତରଙ୍ଗ,,ଗୁରୁବାର ଦିନ କ୍ରୀଡା ଯୁବ ବ୍ୟାପାର ଓ ଗୃହ୍ର ରାଷ୍ଟ୍ର ମନ୍ତ୍ରୀ ତଥା କାକଟପୁର ବିଧାନସଭା ପ୍ରାଥୀ ତୁଷାରକାନ୍ତି ବେହେରା ଓ ଜଗତସିଂହପୁର ର ଲୋକସଭା ପ୍ରାଥି ତଥା ବର୍ତ୍ତମାନ ଲୋକସଭା ସଦସ୍ୟ ରାଜଶ୍ରୀ ମଲ୍ଲିକ ପୁରୀ ଜିଲ୍ଲା ପରିଶଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଙ୍କୁ ସାଙ୍ଗରେ ନେଇ ଅସ୍ତରଙ୍ଗ ବ୍ଲକ ର ପାଟଳଦା, ଛୁରିଅନା ଓ କୋରଣା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମର ଘରକୁ ଘର ବୁଲି ସେମାନଙ୍କୁ ଡବଲ ଶଙ୍ଖ ଛିହ୍ନରେ ଭୋଟ ଦେବା ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏହି ଉପଲକ୍ଷେ ଏକ ମୋଟରସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ ସଂପୃକ୍ତ ପଞ୍ଚା ୟତର ବହୁ ଛାମୁଆ କର୍ମୀ ସାମିଲ ହୋଇ,ଦଳୀୟ ଭିତ୍ତିରେ ବିଭିନ୍ନ ନାରାବାଜି କରି,ଆସନ୍ତା ଦୁଇ ତାରିଖରେ ହେବାକୁ ଥିବା ନିର୍ବାଚନ ରେ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଭୋଟର ଭାଇ ଭଉଣୀ ମାନଙ୍କୁ ନିବେଦନ କରିଥିଲେ । ଗ୍ରାମ ଗୁଡିକରେ ରାଲି ସମୟରେ ସ୍ଥାନୀୟ ଲୋକ ମାନଙ୍କ ତରଫରୁ ପ୍ରାଥି ଙ୍କ ସହ ସ୍ଵାଧୀନ କୁମାର ନାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଉଥିବାର ଦେଖିବାକୁ ମିଳିଥିଲା ।
ଏଥିରେ ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଯ୍ୟୋତ୍ରିମୟ ଦଳାଇ, ସାଂସଦ ପ୍ରତିନିଧି,ଚମ୍ପକ ବାରିକ,ମନ୍ତ୍ରୀ ଙ୍କ ପ୍ରତିନିଧି ଭୀମସେନ ସ୍ବାଇଁ,ସରପଞ୍ଚ ଖିରୋଦ କଣ୍ଡି ଓ ପାଟଳଦା ସରପଞ୍ଚ ଯଶୋବନ୍ତ ନାୟକ, କୋ ପରିଟିଭି ବ୍ୟାଙ୍କ୍ ନିର୍ଦ୍ଦେଶକ କୁଞ୍ଜବିହାରୀ ପ୍ରଧାନ,ଯୁବନେତା ତଥା କାକଟପୁର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି ଋତୁରାଜ ରାଉତ,ପୂର୍ବତନ ସରପଂଚ ପ୍ରଫୁଲ୍ଲ ବେହେରା,ବ୍ଲକ ବିଜୁ ଜନତା ଦଳ ସଭାପତି କେଦାର ନାଥ ବିଶ୍ଵାଳ,ଅସ୍ତରଙ୍ଗ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ପ୍ରଶାନ୍ତ ବୁଟୁ ନାୟକ ଙ୍କ ସମେତ ବହୁ ଦଳୀୟ କର୍ମୀ ରାଲିରେ ସାମିଲ ଥିବାର ଦେଖିବାକୁ ମିଳିଥିଲା ।

The post ମନ୍ତ୍ରୀ ତୁଷାରକାନ୍ତି ଓ ସାଂସଦ ରାଜଶ୍ରୀ ମଲ୍ଲିକ ଙ୍କ ର ନିର୍ବାଚନ ପ୍ରଚାର । appeared first on Odisha.News.