ମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେଡି ନେତା
କଟକ,୧୫ା୭ (କାର୍ତ୍ତିକ ସାହୁ):ରାଜ୍ୟ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନଁାରେ ମିଥ୍ୟା ସତ୍ୟପାଠ ପ୍ରଦାନ ଅଭିଯୋଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ବିଧାନସଭା ନିର୍ବାଚନ ପାଇଁ ମନ୍ତ୍ରୀ ବଳସାମନ୍ତ ପ୍ରାର୍ଥିପତ୍ର ଦାଖଲବେଳେ ଅନେକ ତଥ୍ୟ ଲୁଚାଇଥିବା ପରାଜିତ ବିଜେଡି ବିଧାୟକ ପ୍ରାର୍ଥୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ମାମଲାରେ ଦର୍ଶାଇଛନ୍ତି। ସୂଚନା ଅନୁସାରେ, ଯାଜପୁର ଜିଲା ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ଭାଜପା ଟିକେଟରେ ପ୍ରଦୀପ ବିଧାୟକ ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। […] The post ମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେଡି ନେତା appeared first on Dharitri Odia News.
କଟକ,୧୫ା୭ (କାର୍ତ୍ତିକ ସାହୁ):ରାଜ୍ୟ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନଁାରେ ମିଥ୍ୟା ସତ୍ୟପାଠ ପ୍ରଦାନ ଅଭିଯୋଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ବିଧାନସଭା ନିର୍ବାଚନ ପାଇଁ ମନ୍ତ୍ରୀ ବଳସାମନ୍ତ ପ୍ରାର୍ଥିପତ୍ର ଦାଖଲବେଳେ ଅନେକ ତଥ୍ୟ ଲୁଚାଇଥିବା ପରାଜିତ ବିଜେଡି ବିଧାୟକ ପ୍ରାର୍ଥୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ମାମଲାରେ ଦର୍ଶାଇଛନ୍ତି।
ସୂଚନା ଅନୁସାରେ, ଯାଜପୁର ଜିଲା ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ଭାଜପା ଟିକେଟରେ ପ୍ରଦୀପ ବିଧାୟକ ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ସେ ନାମାଙ୍କନ ଦାଖଲବେଳେ ପ୍ରଦାନ କରିଥିବା ସତ୍ୟପାଠରେ ନିଜର ମାଟ୍ରିକ ପାସ୍ ହେବାର ଭୁଲ୍ ତଥ୍ୟ ପ୍ରଦାନ କରିଛନ୍ତି। ସେହିପରି ଗଞ୍ଜେଇ ଚାଲାଣ ଓ କାଠ ଚୋରି ମାମଲାରେ ସମ୍ପୃକ୍ତ ଥିବା ପ୍ରଦୀପ ତାହାକୁ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ଶ୍ରମିକଙ୍କୁ ମଜୁରୀ ପ୍ରଦାନ ନ କରିବାରୁ ଶ୍ରମିକମାନେ ପ୍ରଦୀପଙ୍କ ନଁାରେ କରିଥିବା ମାମଲା ସଂକ୍ରାନ୍ତରେ ମଧ୍ୟ ପ୍ରଦୀପ ନିଜ ସତ୍ୟପାଠରେ ଦର୍ଶାଇନାହାନ୍ତି। ବିଜେଡି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ପ୍ରୀତିରଞ୍ଜନ ଘଡ଼ାଇ ଏହି ନିର୍ବାଚନମଣ୍ଡଳୀରୁ ବଳସାମନ୍ତଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଲଢ଼ୁଥିଲେ। ପ୍ରଦୀପଙ୍କ ପକ୍ଷରୁ ଆଇନଜୀବୀ ଉପେନ୍ଦ୍ର ସାମଲ ମାମଲା ପରିଚାଳନା କରୁଛନ୍ତି।
The post ମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେଡି ନେତା appeared first on Dharitri Odia News.