ମନ୍ତ୍ରୀଙ୍କ ବଡ଼ ସୂଚନା: ବାତ୍ୟା ସମୟରେ ନେଟ୍‌ୱର୍କ ନ ଆସିଲେ…

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ। ବାତ୍ୟା ଦାନା ପାଇଁ ଟେଲିକମ୍‌ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାତ୍ୟା ସମୟରେ ଇନ୍‌ଟ୍ରା ସର୍କଲ ରୋମିଙ୍ଗ ଇନ୍‌ ଓଡ଼ିଶା ନେଟ୍‌ୱର୍କ ସିଷ୍ଟମ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏହା ଦ୍ୱାରା କୌଣସି ନେଟ୍‌ୱର୍କ ଡ୍ରପ ହେଲେ ଅନ୍ୟ […] The post ମନ୍ତ୍ରୀଙ୍କ ବଡ଼ ସୂଚନା: ବାତ୍ୟା ସମୟରେ ନେଟ୍‌ୱର୍କ ନ ଆସିଲେ… appeared first on Dharitri Odia News.

ମନ୍ତ୍ରୀଙ୍କ ବଡ଼ ସୂଚନା: ବାତ୍ୟା ସମୟରେ ନେଟ୍‌ୱର୍କ ନ ଆସିଲେ…

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ। ବାତ୍ୟା ଦାନା ପାଇଁ ଟେଲିକମ୍‌ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାତ୍ୟା ସମୟରେ ଇନ୍‌ଟ୍ରା ସର୍କଲ ରୋମିଙ୍ଗ ଇନ୍‌ ଓଡ଼ିଶା ନେଟ୍‌ୱର୍କ ସିଷ୍ଟମ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏହା ଦ୍ୱାରା କୌଣସି ନେଟ୍‌ୱର୍କ ଡ୍ରପ ହେଲେ ଅନ୍ୟ ନେଟ୍‌ୱର୍କରେ କନେକ୍ଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏପରିକି ଟାୱାର ଖରାପ ହେଲେ ଟେକ୍ନିକାଲ ଟିମ୍‌ ପ୍ରସ୍ତୁତ ହୋଇ ରହିଥିବା ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ ବାତ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆଶଙ୍କା ରହିଛି। ୧୬ ଜିଲାରେ ମଧ୍ୟମ ଧରଣର ଅଚାନକ ବନ୍ୟା ଆସିପାରେ। ସେହି ଜିଲାଗୁଡିକ ହେଉଛି ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ। ଏନେଇ ସତର୍କ ରହିବାକୁ କୁହାଯାଇଛି।

The post ମନ୍ତ୍ରୀଙ୍କ ବଡ଼ ସୂଚନା: ବାତ୍ୟା ସମୟରେ ନେଟ୍‌ୱର୍କ ନ ଆସିଲେ… appeared first on Dharitri Odia News.