ମନ୍ତ୍ରୀଙ୍କ ସଚିବ ଗିରଫ: ସହାୟକଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

ରାଞ୍ଚତ୍,୮।୫:ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ୩୫.୨୩ କୋଟି ଟଙ୍କା ଜବତ କରିଥିଲା। ଏହି ମାମଲାରେ ସଞ୍ଜୀବ ଏବଂ ଜାହାଙ୍ଗୀରଙ୍କୁ ଇଡି ଜେରା କରିବା ପରେ ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ) ବଳରେ ଗିରଫ କରିବା ପରେ ୬ ଦିନିଆ ରିମାଣ୍ଡରେ ନେଇଛି। ଗ୍ରାମାଞ୍ଚଳ ବିକାଶ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର ରାମଙ୍କ ୬ଟି ସ୍ଥାନରେ ଥିବା […] The post ମନ୍ତ୍ରୀଙ୍କ ସଚିବ ଗିରଫ: ସହାୟକଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା appeared first on Dharitri Odia News.

ମନ୍ତ୍ରୀଙ୍କ ସଚିବ ଗିରଫ: ସହାୟକଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

ରାଞ୍ଚତ୍,୮।୫:ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ୩୫.୨୩ କୋଟି ଟଙ୍କା ଜବତ କରିଥିଲା। ଏହି ମାମଲାରେ ସଞ୍ଜୀବ ଏବଂ ଜାହାଙ୍ଗୀରଙ୍କୁ ଇଡି ଜେରା କରିବା ପରେ ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ) ବଳରେ ଗିରଫ କରିବା ପରେ ୬ ଦିନିଆ ରିମାଣ୍ଡରେ ନେଇଛି।
ଗ୍ରାମାଞ୍ଚଳ ବିକାଶ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର ରାମଙ୍କ ୬ଟି ସ୍ଥାନରେ ଥିବା ଘର ଉପରେ ଇଡି ଚଢ଼ାଉ ଚଳାଇଥିବାବେଳେ ଜାହାଙ୍ଗୀରଙ୍କ ଘରେ ତଲାସି ନିଆଯାଇଥିଲା। ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ରାମ ଜେଲରେ ଅଛନ୍ତି। ଚଢ଼ାଉ ବେଳେ ଜାହାଙ୍ଗୀରଙ୍କ ଫ୍ଲାଟ୍‌ରୁ ୩୧.୨୦ କୋଟି ଟଙ୍କା ଜବତ ହୋଇଥିବାବେଳେ ସଞ୍ଜୀବଙ୍କ ଘନିଷ୍ଠ ସହଯୋଗୀ ବିଲ୍ଡର ମୁନ୍ନା ସିଂଙ୍କ ଘରୁ ୨.୯୩ କୋଟି ଟଙ୍କା ମିଳିଥିଲା। ମଙ୍ଗଳବାର ଇଡି ରାଞ୍ଚତ୍ର ୫ଟି ସ୍ଥାନରେ ସାନି ଚଢ଼ାଉ କରି ଠିକାଦାର ରାଜୀବ କୁମାର ସିଂଙ୍କ ଘରୁ ୧.୫ କୋଟି ଟଙ୍କା ଜବତ କରିଛି।

The post ମନ୍ତ୍ରୀଙ୍କ ସଚିବ ଗିରଫ: ସହାୟକଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା appeared first on Dharitri Odia News.