ମନ୍ଥର ହେଉଛି ବାତ୍ୟା ଦାନାର ଗତି । ପାରାଦୀପଠୁ ୧୫୦ କିମି ଦୂରରେ ବାତ୍ୟା ।
କନକ ବ୍ୟୁରୋ: ମନ୍ଥର ହେଉଛି ବାତ୍ୟା ଦାନାର ଗତି । ବର୍ତ୍ତମାନ ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳକୁ ଆସୁଛି ବାତ୍ୟା । ତେବେ ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୦ କିମି ବେଗରେ ଆସୁଛି ବାତ୍ୟା ଦାନା । ପାରାଦୀପଠାରୁ ୧୫୦ କିମି ଦୂରରେ ରହିଛି ବାତ୍ୟା, ସେହିପରି ଧାମରାଠାରୁ ୧୮୦ କିମି ଏବଂ ସାଗର ଦ୍ୱୀପଠାରୁ ୨୫୦ କିମି ଦୂରରେ ରହିଛି ବାତ୍ୟା । ୩ ଲକ୍ଷ ୪୦ ହଜାରଙ୍କୁ କରାଯାଇ ସାରିଲାଣି ସ୍ଥାନାନ୍ତର୮୪୨ଟି ସ୍ଥାୟୀ ଓ ୬ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ୩୬୦ଟି ପଶୁ ଆଶ୍ରୟସ୍ଥଳୀ କରାଯାଇଛି୨୧୩ଟି ମେଡିକାଲ ଟିମ୍ ବିଭିନ୍ନ ଜାଗାରେ ମୁତୟନ୧୧ଟି ଜିଲ୍ଲା ପ୍ରଭାବିତ ହେଇପାରେ୨୦୩୧ଟି ଗାଁ ପ୍ରଭାବିତ ହେଇପାରେବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀଙ୍କ ସୂଚନା #Cyclone… pic.twitter.com/wuIpvIEoF0 — Kanak News (@kanak_news) October 24, 2024 ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି । ଯେଉଁଥିପାଇଁ ୮୪୨ଟି ସ୍ଥାୟୀ ଓ ୬ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ଗଠନ କରାଯାଇଛି । ସେହିପରି ୩୬୦ଟି ପଶୁ ଆଶ୍ରୟସ୍ଥଳୀ, ୨୧୩ଟି ମେଡିକାଲ ଟିମ୍ ବିଭିନ୍ନ ଜାଗାରେ ମୁତୟନ ହୋଇଛନ୍ତି ବୋଲି ବିପର୍ୟ୍ୟୟ ଓ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ବାତ୍ୟା ପ୍ରଭାବରେ ୧୧ଟି ଜିଲ୍ଲା ପ୍ରଭାବିତ ହେଇପାରେ ଏବଂ ୨୦୩୧ଟି ଗାଁ ପ୍ରଭାବିତ ହେଇପାରେ ବୋଲି ମନ

କନକ ବ୍ୟୁରୋ: ମନ୍ଥର ହେଉଛି ବାତ୍ୟା ଦାନାର ଗତି । ବର୍ତ୍ତମାନ ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳକୁ ଆସୁଛି ବାତ୍ୟା । ତେବେ ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୦ କିମି ବେଗରେ ଆସୁଛି ବାତ୍ୟା ଦାନା । ପାରାଦୀପଠାରୁ ୧୫୦ କିମି ଦୂରରେ ରହିଛି ବାତ୍ୟା, ସେହିପରି ଧାମରାଠାରୁ ୧୮୦ କିମି ଏବଂ ସାଗର ଦ୍ୱୀପଠାରୁ ୨୫୦ କିମି ଦୂରରେ ରହିଛି ବାତ୍ୟା ।
୩ ଲକ୍ଷ ୪୦ ହଜାରଙ୍କୁ କରାଯାଇ ସାରିଲାଣି ସ୍ଥାନାନ୍ତର
୮୪୨ଟି ସ୍ଥାୟୀ ଓ ୬ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ
୩୬୦ଟି ପଶୁ ଆଶ୍ରୟସ୍ଥଳୀ କରାଯାଇଛି
୨୧୩ଟି ମେଡିକାଲ ଟିମ୍ ବିଭିନ୍ନ ଜାଗାରେ ମୁତୟନ
୧୧ଟି ଜିଲ୍ଲା ପ୍ରଭାବିତ ହେଇପାରେ
୨୦୩୧ଟି ଗାଁ ପ୍ରଭାବିତ ହେଇପାରେ
ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀଙ୍କ ସୂଚନା #Cyclone… pic.twitter.com/wuIpvIEoF0 — Kanak News (@kanak_news) October 24, 2024
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି । ଯେଉଁଥିପାଇଁ ୮୪୨ଟି ସ୍ଥାୟୀ ଓ ୬ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ଗଠନ କରାଯାଇଛି । ସେହିପରି ୩୬୦ଟି ପଶୁ ଆଶ୍ରୟସ୍ଥଳୀ, ୨୧୩ଟି ମେଡିକାଲ ଟିମ୍ ବିଭିନ୍ନ ଜାଗାରେ ମୁତୟନ ହୋଇଛନ୍ତି ବୋଲି ବିପର୍ୟ୍ୟୟ ଓ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ବାତ୍ୟା ପ୍ରଭାବରେ ୧୧ଟି ଜିଲ୍ଲା ପ୍ରଭାବିତ ହେଇପାରେ ଏବଂ ୨୦୩୧ଟି ଗାଁ ପ୍ରଭାବିତ ହେଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।