ମନ୍ଦିରକୁ ଗଲାବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ରାୟଗଡା : ପବିତ୍ର ଶିବରାତ୍ରୀରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରୁ ଆସିଛି ଏକ ଦୁଃଖଦ ଖବର I ମହାଦେବଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ଐତିହାସିକ ପ୍ରସିଦ୍ଧ ଦେବଗିରି ପାହାଡ଼ରୁ ଖସି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଦେବଗିରି ମହାଶିବରାତ୍ରିରେ ମହାଦେବଙ୍କ ଦର୍ଶନ କରିବା ପାଇଁ ଆସିଥିବା ଭକ୍ତ ଜଣକ ପାହାଡ଼ ଚଢ଼ୁଥିବା ବେଳେ ଅଘଟଣ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ତ୍ରିକାନ୍ତ ଗୌଡ଼ ଜଣାପଡିଛି । କାଶୀପୁର ବ୍ଲକ ଯୋଡ଼ାମ୍ବ ଗ୍ରାମର ତ୍ରିକାନ୍ତ […]

ମନ୍ଦିରକୁ ଗଲାବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ମନ୍ଦିରକୁ ଗଲାବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ରାୟଗଡା : ପବିତ୍ର ଶିବରାତ୍ରୀରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରୁ ଆସିଛି ଏକ ଦୁଃଖଦ ଖବର I ମହାଦେବଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ଐତିହାସିକ ପ୍ରସିଦ୍ଧ ଦେବଗିରି ପାହାଡ଼ରୁ ଖସି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଦେବଗିରି ମହାଶିବରାତ୍ରିରେ ମହାଦେବଙ୍କ ଦର୍ଶନ କରିବା ପାଇଁ ଆସିଥିବା ଭକ୍ତ ଜଣକ ପାହାଡ଼ ଚଢ଼ୁଥିବା ବେଳେ ଅଘଟଣ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ତ୍ରିକାନ୍ତ ଗୌଡ଼ ଜଣାପଡିଛି । କାଶୀପୁର ବ୍ଲକ ଯୋଡ଼ାମ୍ବ ଗ୍ରାମର ତ୍ରିକାନ୍ତ ତିନିଜଣ ସାଥୀଙ୍କ ସହିତ ଦେବଗିରି ଶୈବପୀଠ ଦର୍ଶନ ପାଇଁ ଆସିଥିଲେ । ତେବେ ତ୍ରିକାନ୍ତ ଫୋନରେ କଥା ହୋଇ ଅସାବଧାନତାରେ ପାହାଡ଼ ଚଢ଼ୁ ଥିବା ବେଳେ ପାହାଡ ତଳକୁ ଖସି ପଡ଼ିଥିଲେ । ତାଙ୍କୁ ଦେବଗିରି ଯାତ୍ରା ପଡ଼ିଆରେ କରାଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ପ୍ରଥମେ ଚିକିତ୍ସା କରାଯିବା ପରେ ସେ ଗୁରୁତର ହୋଇଥିବାରୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଅରମ୍ଭକରିଛି । ପବିତ୍ର ଜାଗରରେ ଏଇଭଳି ଅଘଟଣ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I