ମନ୍ଦିରରେ କେକ୍‌ କାଟି ବିବାଦକୁ ଆସିଲେ ମଡେଲ, ଭିଡିଓ ଦେଖି ୟୁଜର୍ସ କରୁଛନ୍ତି ଟ୍ରୋଲ

ବାରାଣସୀ ୦୨।୧୨: ବାରାଣସୀର କାଲ ଭୈରବ ମନ୍ଦିରରେ ଜନ୍ମଦିନ କେକ୍‌ କାଟି ବିବାଦକୁ ଆସିଛନ୍ତି ଜଣେ ମଡେଲ । ତାଙ୍କ ନାଁ ମମତା ରାୟ । ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧୦ ଲକ୍ଷରୁ ଊଦ୍ଧ୍ୱର୍ ଫଲୋଅର ଅଛନ୍ତି । ସେ ଜନ୍ମଦିନ କେକ୍‌ କାଟିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ପରେ ବହୁ ୟୁଜର୍ସ ତାଙ୍କୁ ସମାଲୋଚନା କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି, ମମତା କେକ୍‌ କାଟିବା ପୂର୍ବରୁ ପ୍ରଥମେ ମନ୍ଦିର ଭିତରକୁ ଯାଇ ସେଠାରେ ଦର୍ଶନ ସହ ପୂଜା କରିଥିଲେ । ପରେ ମନ୍ଦିର ଭିତରେ ହିଁ କେକ୍‌ କାଟିଥିଲେ । ପବିତ୍ର ଧାର୍ମିକ ସ୍ଥଳୀରେ ସେ କିପରି କେକ୍‌ କାଟିଲେ ଏବଂ ଏପରି କରିବାରୁ ପୂଜକମାନେ ତାଙ୍କୁ କାହିଁକି ଅଟକାଇଲେନି ବୋଲି ୟୁଜର୍ସ ପ୍ରଶ୍ନ କରିଛନ୍ତି । ଏହା ଉପରେ ମନ୍ଦିର ମୁଖ୍ୟ ପୂଜକ ନବୀନ ଗିରି କହିଛନ୍ତି, ଘଟଣାକୁ ଭୁଲ୍‌ ଭାବେ ଉପସ୍ଥାପନ କରାଯାଉଛି । ମମତା ଭଗବାନଙ୍କ ଲାଗି କେକ୍‌ ପୂଜାରେ ଅର୍ପଣ କରିବା ଲାଗି ଆଣିଥିଲେ । ମନ୍ଦିରରେ କେକ୍‌ କଟାଯିବା ଘଟଣା ନୂଆ ନୁହେଁ । ଅନ୍ୟମାନଙ୍କ ଭଳି ସେ ମଧ୍ୟ ଏଠାରେ କେକ୍‌ କାଟି ଠାକୁରଙ୍କଠାରେ ଲାଗି କରିଥିଲେ । ତେବେ ମନ୍ଦିର ଭିତରେ ଏପରି ନ କରିବା ଲାଗି ମନ୍ଦିର ପ୍ରଶାସନ ସ୍ଥିର କରିଥିବା ପୂଜକ କହିଛନ୍ତି । 

ମନ୍ଦିରରେ କେକ୍‌ କାଟି ବିବାଦକୁ ଆସିଲେ ମଡେଲ, ଭିଡିଓ ଦେଖି ୟୁଜର୍ସ କରୁଛନ୍ତି ଟ୍ରୋଲ

ବାରାଣସୀ ୦୨।୧୨: ବାରାଣସୀର କାଲ ଭୈରବ ମନ୍ଦିରରେ ଜନ୍ମଦିନ କେକ୍‌ କାଟି ବିବାଦକୁ ଆସିଛନ୍ତି ଜଣେ ମଡେଲ । ତାଙ୍କ ନାଁ ମମତା ରାୟ । ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧୦ ଲକ୍ଷରୁ ଊଦ୍ଧ୍ୱର୍ ଫଲୋଅର ଅଛନ୍ତି । ସେ ଜନ୍ମଦିନ କେକ୍‌ କାଟିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ପରେ ବହୁ ୟୁଜର୍ସ ତାଙ୍କୁ ସମାଲୋଚନା କରିଛନ୍ତି । 

ଭିଡିଓରେ ଦେଖିବାକୁ ମିଳିଛି, ମମତା କେକ୍‌ କାଟିବା ପୂର୍ବରୁ ପ୍ରଥମେ ମନ୍ଦିର ଭିତରକୁ ଯାଇ ସେଠାରେ ଦର୍ଶନ ସହ ପୂଜା କରିଥିଲେ । ପରେ ମନ୍ଦିର ଭିତରେ ହିଁ କେକ୍‌ କାଟିଥିଲେ । ପବିତ୍ର ଧାର୍ମିକ ସ୍ଥଳୀରେ ସେ କିପରି କେକ୍‌ କାଟିଲେ ଏବଂ ଏପରି କରିବାରୁ ପୂଜକମାନେ ତାଙ୍କୁ କାହିଁକି ଅଟକାଇଲେନି ବୋଲି ୟୁଜର୍ସ ପ୍ରଶ୍ନ କରିଛନ୍ତି । ଏହା ଉପରେ ମନ୍ଦିର ମୁଖ୍ୟ ପୂଜକ ନବୀନ ଗିରି କହିଛନ୍ତି, ଘଟଣାକୁ ଭୁଲ୍‌ ଭାବେ ଉପସ୍ଥାପନ କରାଯାଉଛି । 

ମମତା ଭଗବାନଙ୍କ ଲାଗି କେକ୍‌ ପୂଜାରେ ଅର୍ପଣ କରିବା ଲାଗି ଆଣିଥିଲେ । ମନ୍ଦିରରେ କେକ୍‌ କଟାଯିବା ଘଟଣା ନୂଆ ନୁହେଁ । ଅନ୍ୟମାନଙ୍କ ଭଳି ସେ ମଧ୍ୟ ଏଠାରେ କେକ୍‌ କାଟି ଠାକୁରଙ୍କଠାରେ ଲାଗି କରିଥିଲେ । ତେବେ ମନ୍ଦିର ଭିତରେ ଏପରି ନ କରିବା ଲାଗି ମନ୍ଦିର ପ୍ରଶାସନ ସ୍ଥିର କରିଥିବା ପୂଜକ କହିଛନ୍ତି ।