ମମତାଙ୍କ ଦୁଷ୍କର୍ମ ପ୍ରସଙ୍ଗ ଚିଠି, କଡା ଜବାବ ରଖିଲା କେନ୍ଦ୍ର
ନୂଆଦିଲ୍ଲୀ ୨୬/୮: ମମତାଙ୍କ ଦୁଷ୍କର୍ମ ପ୍ରସଙ୍ଗ ଚିଠିର କଡା ଜବାବ ଦେଲା କେନ୍ଦ୍ର । କୋଲକାତା ଅଭୟାକାଣ୍ଡକୁ ନେଇ ବ୍ୟାକଫୁଟରେ ଥିବା ମମତା ସରକାରଙ୍କୁ କଡା ଜବାବ ଦେଇଛନ୍ତି କେନ୍ଦ୍ର ସରକାର । ସମଗ୍ର ଦେଶରେ ଘଟୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ମମତା । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ମମତା କହିଥିଲେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାକୁ କେନ୍ଦ୍ର ସରକାର କଡା ଆଇନ ଆଣିବା ଦରକାର । ପ୍ରତିଦିନ ଦେଶରେ ୯୦ଟି ଦୁଷ୍କର୍ମ ମାମଲା ଘଟୁଛି । ଅଧିକାଂଶ ମାମଲାରେ ପୀଡିତାଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ କରିଥିଲେ ମମତା । ଏଥିସହ ପୀଡିତାଙ୍କୁ ୧୫ ଦିନରେ ନ୍ୟାୟ ଦେବା ସପକ୍ଷରେ କହିଥିଲେ ।ଯାହାର କଡା ଜବାବ ରଖି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ପଶ୍ଚିମବଙ୍ଗ ପାଇଁ ୧୨୩ଟି ଫାଷ୍ଟ ଟ୍ରାକ କୋର୍ଟର ବ୍ୟବସ୍ଥା କରାଯାଇଛି । ଦୁଷ୍କର୍ମ ଓ ଶିଶୁ ନିର୍ଯାତନାର ଶୁଣାଣି ପାଇଁ ଏତେ ସଂଖ୍ୟକ କୋର୍ଟଙ୍କୁ ମଞ୍ଜୁରୀ ଦିଆଯାଇଛି । କିନ୍ତୁ ଏବେ ସୁଦ୍ଧା ଅଧିକାଂଶ କୋର୍ଟ କାର୍ଯ୍ୟକ୍ଷମ ହୋଇପାରିନି । ଏମିତିକି ମହିଳାଙ୍କ ସମସ୍ୟା ଦୂର କରିବା ପାଇଁ ହେଲ୍ପ ଲାଇନ ନମ୍ବରକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ନୂଆଦିଲ୍ଲୀ ୨୬/୮: ମମତାଙ୍କ ଦୁଷ୍କର୍ମ ପ୍ରସଙ୍ଗ ଚିଠିର କଡା ଜବାବ ଦେଲା କେନ୍ଦ୍ର । କୋଲକାତା ଅଭୟାକାଣ୍ଡକୁ ନେଇ ବ୍ୟାକଫୁଟରେ ଥିବା ମମତା ସରକାରଙ୍କୁ କଡା ଜବାବ ଦେଇଛନ୍ତି କେନ୍ଦ୍ର ସରକାର । ସମଗ୍ର ଦେଶରେ ଘଟୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ମମତା । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ମମତା କହିଥିଲେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାକୁ କେନ୍ଦ୍ର ସରକାର କଡା ଆଇନ ଆଣିବା ଦରକାର । ପ୍ରତିଦିନ ଦେଶରେ ୯୦ଟି ଦୁଷ୍କର୍ମ ମାମଲା ଘଟୁଛି । ଅଧିକାଂଶ ମାମଲାରେ ପୀଡିତାଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ କରିଥିଲେ ମମତା । ଏଥିସହ ପୀଡିତାଙ୍କୁ ୧୫ ଦିନରେ ନ୍ୟାୟ ଦେବା ସପକ୍ଷରେ କହିଥିଲେ ।
ଯାହାର କଡା ଜବାବ ରଖି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ପଶ୍ଚିମବଙ୍ଗ ପାଇଁ ୧୨୩ଟି ଫାଷ୍ଟ ଟ୍ରାକ କୋର୍ଟର ବ୍ୟବସ୍ଥା କରାଯାଇଛି । ଦୁଷ୍କର୍ମ ଓ ଶିଶୁ ନିର୍ଯାତନାର ଶୁଣାଣି ପାଇଁ ଏତେ ସଂଖ୍ୟକ କୋର୍ଟଙ୍କୁ ମଞ୍ଜୁରୀ ଦିଆଯାଇଛି । କିନ୍ତୁ ଏବେ ସୁଦ୍ଧା ଅଧିକାଂଶ କୋର୍ଟ କାର୍ଯ୍ୟକ୍ଷମ ହୋଇପାରିନି । ଏମିତିକି ମହିଳାଙ୍କ ସମସ୍ୟା ଦୂର କରିବା ପାଇଁ ହେଲ୍ପ ଲାଇନ ନମ୍ବରକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।