ମରିଗଲେ ନା ମାରିଦେଲେ.. ପୋଲ ତଳୁ ମିଳିଲା ନାବାଳକଙ୍କଙ୍କ ମୃତଦେହ

ରାଇରଙ୍ଗପୁର ୦୮।୦୨ : ପୋଲ ତଳୁ ନିଖୋଜ ନାବାଳକର ମୃତଦେହ ଠାବ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଦେଇ ଯାଇଥିବା ଟାଟା-ବାଦାମପାହାଡ଼ ରେଳ ଲାଇନ୍‌ ତଳୁ ଠାବ ହୋଇଛି ଏହି ମୃତଦେହ ।  ଖବର ଅନୁଯାୟୀ, ରାଇରଙ୍ଗପୁର ସହର ଦେଇ ଯାଇଥିବା ଟାଟା-ବାଦାମପାହାଡ ରେଳ ଲାଇନର ଟାଙ୍ଗୀ ପୋଲ ତଳେ ଥିବା ନଦୀରେ ଏକ ନାବାଳକର ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତ ନାବାଳକ ସ୍ଥାନୀୟ ଠାକୁରାଣୀ ବେଡ଼ା ମୁସଲିମ୍‌ ସାହିର ଶେଖ ଆଲାମ୍‌ ବୋଲି ଜଣାପଡିଛି । ମୃତ ଆଲାମ୍‌ ରବିବାର ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ । ହେଲେ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଆଉ ଆଜି ନାବାଳକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ପୁଅକୁ କେହି ହତ୍ୟା କରିଥିବା ଅଭିଯୋ ଆଣିଛନ୍ତି ପରିବାର ଲୋକେ । ଏପିରିକି ପାଣିରେ ଗାଧୋଇବା ସମୟରେ ବୁଡି ପ୍ରାଣ ହରାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ପୋଲିସ ଏକ ଅପମୃତ୍ୟୁ ମାମଲା ଦାୟର କରି ତଦନ୍ତ କରୁଛି।  

ମରିଗଲେ ନା ମାରିଦେଲେ.. ପୋଲ ତଳୁ ମିଳିଲା ନାବାଳକଙ୍କଙ୍କ ମୃତଦେହ

ରାଇରଙ୍ଗପୁର ୦୮।୦୨ : ପୋଲ ତଳୁ ନିଖୋଜ ନାବାଳକର ମୃତଦେହ ଠାବ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଦେଇ ଯାଇଥିବା ଟାଟା-ବାଦାମପାହାଡ଼ ରେଳ ଲାଇନ୍‌ ତଳୁ ଠାବ ହୋଇଛି ଏହି ମୃତଦେହ ।  

ଖବର ଅନୁଯାୟୀ, ରାଇରଙ୍ଗପୁର ସହର ଦେଇ ଯାଇଥିବା ଟାଟା-ବାଦାମପାହାଡ ରେଳ ଲାଇନର ଟାଙ୍ଗୀ ପୋଲ ତଳେ ଥିବା ନଦୀରେ ଏକ ନାବାଳକର ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତ ନାବାଳକ ସ୍ଥାନୀୟ ଠାକୁରାଣୀ ବେଡ଼ା ମୁସଲିମ୍‌ ସାହିର ଶେଖ ଆଲାମ୍‌ ବୋଲି ଜଣାପଡିଛି । ମୃତ ଆଲାମ୍‌ ରବିବାର ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ । ହେଲେ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଆଉ ଆଜି ନାବାଳକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ପୁଅକୁ କେହି ହତ୍ୟା କରିଥିବା ଅଭିଯୋ ଆଣିଛନ୍ତି ପରିବାର ଲୋକେ । ଏପିରିକି ପାଣିରେ ଗାଧୋଇବା ସମୟରେ ବୁଡି ପ୍ରାଣ ହରାଇଥିବା ମଧ୍ୟ ସନ୍ଦେହ କରାଯାଉଛି । 

ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ପୋଲିସ ଏକ ଅପମୃତ୍ୟୁ ମାମଲା ଦାୟର କରି ତଦନ୍ତ କରୁଛି।