ମର୍ମଦୁନ୍ତ ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇଜଣ ଗୁରୁତର

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଉଗ୍ରତରା ବିଶ୍ବଳିଛକ ନିକଟରେ ରବିବାର ଏକ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ ରାସ୍ତାରେ ଯାଉଥିବାବେଳେ ଗୋଟିଏ ବାଇକ ଭାରସାମ୍ୟ ହରାଇ ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିଲେ। ଫଳରେ ୨ଟି ବାଇକରେ ଯାଉଥିବା ୩ଜଣ ଆରୋହୀ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଦୁର୍ଘଟଣାସ୍ଥଳରୁ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କୁ […]

ମର୍ମଦୁନ୍ତ ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇଜଣ ଗୁରୁତର

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଉଗ୍ରତରା ବିଶ୍ବଳିଛକ ନିକଟରେ ରବିବାର ଏକ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ ରାସ୍ତାରେ ଯାଉଥିବାବେଳେ ଗୋଟିଏ ବାଇକ ଭାରସାମ୍ୟ ହରାଇ ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିଲେ। ଫଳରେ ୨ଟି ବାଇକରେ ଯାଉଥିବା ୩ଜଣ ଆରୋହୀ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଦୁର୍ଘଟଣାସ୍ଥଳରୁ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତକ ହେଉଚନ୍ତି ଗଦି, ଅମୃତପୁର ନୂଆସାହି ଅଞ୍ଚଳର ୩୨ ବର୍ଷିୟ ତୁଷାରକାନ୍ତି ମଲ୍ଲିକ। ଦୁଇଜଣ ଗୁରୁତର ଆହତଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଦୁଇଜଣ ଭାଟପଡ଼ା ଅଞ୍ଚଳ ସହଦେବଦାସ ପାଟଣାର ଗ୍ରାମର ୫୫ ବର୍ଷିୟ କାର୍ତ୍ତିକ ଲେଙ୍କା ଏବଂ ଅନ୍ୟଜଣେ ଭଉଁରୀ ଗ୍ରାମର ୪୫ ବର୍ଷିୟ ରମେଶ ଦାସ ବୋଲି ସୂଚନା ମିଳିଛି।